ହେଡଲାଇନସ୍:

ସିଆରପିଏଫ ଓ ସମ୍ବାଦ- ଆମ ଓଡିଶା ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର ୭୨ ୟୁନିଟ ରକ୍ତ ସଂଗ୍ରହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡା (ସରୋଜ ସାହୁ) – ଯୁବ ସ୍ୱାଭିମାନ ଦିବସ ଅବସରରେ ସମ୍ବାଦ- ଆମ ଓଡିଶା- ସିଆରପିଏଫ ମିିଳିତ ଆନୁକୁଲ୍ୟରେ ରାୟଗଡାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସିଆରପିଏଫ କ୍ୟାମ୍ପସରେ ଅନୁଷ୍ଠିତ  ଶିବିରରୁ ୭୨ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ସିଆରପିଏଫ ୪ର୍ଥ ବାୟାଲିୟନ୍ କମାଣ୍ଡେଂଟ ଓାଇ.କ.ରାଜପୁତ, ସେକେଣ୍ଡ ଇନ କମାଣ୍ଡାଣ୍ଟ ମିତୁ ରାୟଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରି ମୁଖ୍ୟଅତିଥି ଭାବେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ  ସୁମନ କୁମାର ମିଶ୍ର ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ସିଆରପିଏଫ, ବିଏସଏଫ ଯବାନଙ୍କ ସହ ରାୟଗଡା ଅଗ୍ନିଶମ, ସବ-ଜେଲ କତୃପକ୍ଷ, ରାଧାକ୍ରିଷ୍ଣା ଆସୋସିଏଟସ, ବଟପନ ଏକାଡେମିକ ହାଇଟସ କର୍ମକର୍ତା ଯୋଗଦେଇ ରକ୍ତଦାନ କରିଥିଲେ । ପ୍ରବଳ ବର୍ଷା ସତ୍ୱେ ଶିବିରରେ ରକ୍ତଦାନ କରିବା ପାଇଁ ଯବାନ ଓ ଯୁବପିଢିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଶିବିରକୁ ସମ୍ବାଦ-ଆମ ଓଡିଶାର ରାୟଗଡା ଜିଲ୍ଲା ପ୍ରତିନିଧି ନବୀନ ଚନ୍ଦ୍ର ସାହୁ, ସିଆରପିଏଫ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ମହାନ୍ତି, ସୁରେନ୍ଦ୍ର କୁମାର ପଣ୍ଡା, ରାଧାକ୍ରିଷ୍ଣା ଆସୋସିଏଟସ୍ ମୁଖୟ ଜି.ମଧୁସୂଦନ ପରିଚାଳନା କରିଥିଲେ । ରାୟଗଡା ରକ୍ତ ଭଣ୍ଡାର ଅଧିକାରୀ ଡା ଏମ.ଏ.ମଜିଦ, ଲ୍ୟାବ ଟେକ୍ନିସିଆନ ବି କିଶୋର କୁମାର, ସରୋଜକାନ୍ତ ଆଚାର୍ଯ୍ୟ , ଦିବ୍ୟ କରଣ , ଉମାକାନ୍ତ ମିଶ୍ର, ରୀତା ସିକ, ଶଙ୍କର ତାଡିଙ୍ଗି, ମର୍ଦରାଜ ମାଝୀ, ପ୍ରିୟଙ୍କା ସାମଲ, ପ୍ରଭାସିନୀ ନାୟକ, ରିଙ୍କି ରାୟ ଶିବିରରେ ଯୋଗଦେଇ ରକ୍ତଦାତାଙ୍କ ଠାରୁ ରକ୍ତ  ସଂଗ୍ରହ କରିଥିଲେ । 

 

0
0
0
s2sdefault