ହେଡଲାଇନସ୍:

ବରିଷ୍ଠ ନାଗରିକ ମଞ୍ଚର ପ୍ରଥମ ବାର୍ଷିକ ଅଧିବେଶନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ  ହୋଇଯାଇଛି ପାରଳାଖେମୁଣ୍ଡି ସ୍ଥିତ ବରିଷ୍ଠ ନାଗରିକ ମଞ୍ଚର ପ୍ରଥମ ବାର୍ଷିକ ଅଧିବେଶନ।

       ମଞ୍ଚର ସଭାପତି ଇଂ.ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ୱରେ  ମୁଖ୍ୟଅତିଥି ଭାବେ ସେଞ୍ଚୁରିଆନ ବିଶ୍ବ ବିଦ୍ୟାଳୟର କୁଳପତି ଡ଼ଃ ସୁପ୍ରିୟ  ପଟ୍ଟନାୟକ   ଏବଂ ଅନ୍ୟତମ ମଞ୍ଚାସୀନ ଅତିଥି ଭାବେ ଅତିରିକ୍ତ ଜିଲ୍ଲା-ମୁଖ୍ୟ ଚିକିତ୍ସ୍ୟାଧିକାରୀ ଡାଃ ରମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କ ଦୈନନ୍ଦିନ ଜୀବନରେ  ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଓ ତାର ପ୍ରତିକାରର ବିଭିନ୍ନ  ସମ୍ପର୍କରେ ଆଲୋକପାତ କରିଥିଲେ ।

    ଏହି କାର୍ଯ୍ୟକ୍ରମରେ ମଞ୍ଚର ସମ୍ପାଦକ ଶ୍ରୀ ହରି ମୋହନ ପଟ୍ଟନାୟକ ଯୋଗଦେଇ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ  ଉପ-ସଭାପତି  ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା  ସ୍ୱାଗତ ଭାଷଣ ଦେଇଥିଲେ।  ଜଗଦୀଶ ଚନ୍ଦ୍ର ମହାପାତ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

    ଏହି କାର୍ଯ୍ୟକ୍ରମରେ ମଞ୍ଚର କୋଷାଧ୍ୟକ୍ଷ ଶ୍ରୀ ରଘୁନାଥ ମହାରଣା ଯୋଗଦେଇ ମଞ୍ଚର ସମସ୍ତ ଆୟ-ବ୍ୟୟର ବିବରଣୀ ପ୍ରଦାନ କରିଥିଲେ ।

    ମଧ୍ୟାହ୍ନ ଭୋଜନ ବିରତି ପରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ମଞ୍ଚର ସଦସ୍ୟଗଣ ନିଜ ନିଜର ମତାମତ ପ୍ରଦାନ କରିଥିଲେ । ମଞ୍ଚର ଆଗାମୀ ଅଧିବେଶନ ଆସନ୍ତା  ୩ /୧୧/୨୦୧୮ତାରିଖ ଦିନ  ଅନୁଷ୍ଠିତ ହେବା ପାଈଁ ମଞ୍ଚ ପକ୍ଷରୁ ସ୍ଥିର କରାଗଲା ବୋଲି ସମ୍ପାଦକ ହରି ମୋହନ ପଟନାୟକ ସୂଚନା ଦେଇଛନ୍ତି ।

 

0
0
0
s2sdefault