ହେଡଲାଇନସ୍:

ମାତୃଜାତି ସୁରକ୍ଷିତ ରହିଲେ ଯାଇ ଏକ ସୁସ୍ଥ ରାଷ୍ଟ୍ର ଗଠନ ହୋଇପାରିବ : ଶ୍ରୀ ହରିଚନ୍ଦନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ୬୯ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର/ଚକ୍ରଧର ମାଝି : ମାତୃଜାତି ସୁରକ୍ଷିତ ରହିଲେ ଯାଇ ଏକ ସୁସ୍ଥ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ଗାନ୍ଧିଜୀଙ୍କ ସ୍ୱପ୍ନ ଦେଖିଥିଲେ । ମହିଳାଙ୍କୁ ସମ୍ମାନ ଓ ସୁରକ୍ଷା ପ୍ରଦାନ କରିବା ଆମର ପ୍ରଥମ କର୍ତବ୍ୟ । ମାତ୍ର ଆଜି ଯେଉଁ ଭଳି ଭାବେ ମହିଳାମାନଙ୍କ ଅଧିକାରକୁ ପଦ ଦଳିତ କରାଯାଉଛି, ସେ କାରଣରୁ ମହିଳାମାନେ ନିଜକୁ ଅସହାୟ ଏବଂ ଅସୁରକ୍ଷିତ ମଣୁଛନ୍ତି । ସାଧାରଣତନ୍ତ୍ର ଦିବସ ଅବସରରେ ସମଗ୍ର ମାତୃଜାତି ସମେତ ସାଧାରଣ ମଣିଷର ସାଧାରଣ ଅଧିକାର, ସାମ୍ବିଧାନିକ ଅଧିକାର, ମାନବାଧିକାରର ସୁରକ୍ଷା ପ୍ରଦାନର ସଂକଳ୍ପ ନେବାକୁ ଶ୍ରୀ ହରିଚନ୍ଦନ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ବହୁ ଆଡମ୍ବର ଭାବେ ଦେଶର ୬୮ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଜାତୀୟ ପତାକା ଉତୋଳନ କରିଥିଲେ । ଏହା ପରେ ସାମୁହିକ ଜାତୀୟ ସଂଗୀତ ଗାନ କରାଯାଇଥିଲା ।  ଯୁବକମାନେ ସଂଗଠିତ ହୋଇ ରାଜ୍ୟ ତଥା ଦେଶର ବିକାଶରେ ସାମିଲ ହେବା ପାଇଁ ଶ୍ରୀ ହରିଚନ୍ଦନ ଯୁବ ସମାଜକୁ ଏହି ଅବସରରେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ, ଅଶୋକ ମିଶ୍ର, ନିରଞ୍ଜନ ମିଶ୍ର, ମହେଶ ମହାନ୍ତିଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

0
0
0
s2sdefault