ହେଡଲାଇନସ୍:

ଛେଚୁଛି ବର୍ଷା, ଆଜି ପୁଣି ଶିକ୍ଷାନୁଷ୍ଠାନ ଛୁଟି କଲେ ଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲାରେ ଆଜି ସକାଳୁ ପୁଣି ତୁହାକୁତୁହା ବର୍ଷା ଲାଗି ରହିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଦ୍ୱିତୀୟ ଦିନ ଜିଲ୍ଳାର ସମସ୍ତ  ସରକାରୀ ବେସରକାରୀ ସ୍କୁଲ ଗୁଡ଼ିକୁ ଜିଲ୍ଳା ପ୍ରଶାସନ ଛୁଟି ଘୋଷଣା କରିଛନ୍ତି । ତେବେ କେବଳ ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସିବେ ନାହିଁ , ବିଦ୍ୟାଳୟର ରିଲିଫ ସଂପର୍କିତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ ବୋଲି ଜିଲ୍ଲାପାଳ ନିର୍ଦେଶ ଜାରି କରିଛନ୍ତି ।

ବରଗଡ଼ ଜିଲ୍ଳାର ବିଭିନ୍ନ ଅଞ୍ଚଳରେ ବର୍ଷାର ସ୍ଥିତି ଅନୁଧ୍ୟାନ କରିବା ପରେ ଏନେଇ ବରଗଡ଼ ଜିଲ୍ଳାପାଳ ଇନ୍ଦ୍ରମଣି ତ୍ରିପାଠୀ ଆଜି ସକାଳ ୭.୧୫ରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟଯେ ଜିଲ୍ଳାରେ ଗତ ଦୁଇଦିନ ହେବ ବର୍ଷା ଲାଗିରହିଛି । ଗତକାଲି ମଧ୍ୟ ଜିଲ୍ଳାର ସମସ୍ତ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା ।<

0
0
0
s2sdefault