ଜିଲା କଂଗ୍ରେସ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ୨୪ ଘଣ୍ଟିଆ ବାରିପଦା ବନ୍ଦ ଡ଼ାକରାକୁ ଅଦ୍ଭୁତପୂର୍ବ ସମର୍ଥନ
କୁନ୍ଦୁଲି ପିଡ଼ିତାଙ୍କ ଆତ୍ମହତ୍ୟା ଘଟଣାର ପ୍ରତିବାଦରେ ବିଜେପିର ହରତାଳ କୁ କଂଗ୍ରେସର ବଂଦ
ବାରିପଦା- ବାରିପଦା ସହରର ଷ୍ଟେସନ ବଜାର ରୋଡ଼ରେ ଉପହାର ନାମରେ ଏକ ଷ୍ଟେସନାରୀ ଦୋକାନର ମାଲିକ ତଥା ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୧୧ ନହରପଦାର ଯୁବ ବ୍ୟବସାୟୀ ପାର୍ଥସାରଥୀ ଗୁଡ଼ିଆ ଦାସଙ୍କୁ ଗତ ଜାନୁଆରୀ ୧୮ ଗୁରୁବାର ବିଳମ୍ବିତ ରାତିରେ ଗୁଳିମାଡ଼ କରି ହତ୍ୟା ମାମଲାକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସର ହାତ ଖାଲି ରହିଛି । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଅପରାଧୀଙ୍କୁ ଧରିବାରେ ପୁଲିସର ବି‘ଳତା ସହିତ ବାରିପଦା ସହର ଓ ମୟୂରଭଞ୍ଜ ଜିଲାରେ କ୍ରମାଗତ ଭାବେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ପ୍ରତିବାଦରେ ଜିଲା କଂଗ୍ରେସ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଜାନୁଆରୀ ୨୪ ବୁଧବାର ୨୪ ଘଣ୍ଟିଆ ବାରିପଦା ବନ୍ଦ ଡ଼ାକରାକୁ ମିଳିଛି ଅଦ୍ଭୁତପୂର୍ବ ସମର୍ଥନ । ବାରିପଦା ସହରରେ ସମସ୍ତ ଦୋକାନ ବଜାର, ବ୍ୟବସାୟୀକ ପ୍ରତିଷ୍ଠାନ , ଶିକ୍ଷା ଅନୁଷ୍ଠାନ , ବ୍ୟାଙ୍କ, ପୋଷ୍ଟ ଅଫିସ , କୋର୍ଟକଚେରୀ, ଯାନବାହାନ ଚଳାଚଳ, ପରିବହନ ସେବା ଆଦି ବନ୍ଦ ରହିଥିବା ବେଳେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦିର ଫାଟକରେ ତାଲା ଝୁଲଥିଲା ।
ବୁଧବାର ପୂର୍ବାହ୍ନ ୬ଟାରୁ ଆରମ୍ଭ ହୋଇଥିଲା ବନ୍ଦ ପାଳନ । ଝାମୁମୋର ରାଜ୍ୟ ସମ୍ପାଦକ କଳିଙ୍ଗ କେଶରୀ ଜେନା, ଜିଲା ସଭାପତି ଫଗୁ ହାଁସଦାଃଙ୍କ ନେତୃତ୍ୱରେ ନିମାଇଁ ତ୍ରିପାଠୀ, ସତ୍ୟବାନ ପାଲ, ପିଣ୍ଟୁ ମାଇତି, ବାଜୁନ ହାଁସଦାଃ, ଦିଲ୍ଲୀପ ଦାସ, ଅଭିଶେକ ବେହେରା, ମାନସ ବେହେରା, ସୌମ୍ୟରଞ୍ଜନ ମିଶ୍ର, ଧନଞ୍ଜୟ ସାହୁ, ଗଣେଶ ମହାନ୍ତି, ରାକେଶ ମହାନ୍ତି, ରାଜେଶ ଦାସ, ପ୍ରଭୂଦାନ ମାର୍ଣ୍ଡି, ଅବିନାଶ ମିଶ୍ର, ବିଜୁ ସିଂ, ରାକେଶ ବେହେରା, ବିଜୟ ଦାସ ଓ ଜ୍ୟୋତିରଞ୍ଜନ ପୃଷ୍ଟି ପ୍ରମୁଖ ଶତାଧିକ ନେତା ଓ ସମର୍ଥକମାନେ ଏକତ୍ରିତ ହୋଇ ପ୍ରଥମେ ସହର ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥରେ ପିକେଟିଂ ଆରମ୍ଭ କରିବା ସହିତ ଷ୍ଟେସନରେ ପହଁଞ୍ଚି ଟ୍ରେନକୁ ଅଟକାଇ ଥିଲେ । ଏହାପରେ ପୂର୍ବାହ୍ନ ସାଢେ଼ ୯ଟା ସମୟରେ ବ୍ୟାଙ୍କ, ପୋଷ୍ଟ ଅଫିସ , କୋର୍ଟ, ସରକାରୀ କାର୍ଯ୍ୟାଳୟଗୁଡ଼ିକ ସମ୍ମୁଖରେ ପିକେଟିଂ ଆରମ୍ଭ କରିଥିଲେ । ବାରିପଦା କୋର୍ଟ ସମ୍ମୁଖରେ ବିଚାରପତିମାନଙ୍କୁ ଆନେ୍ଦାଳନକାରୀମାନେ କାର୍ଯ୍ୟରେ ଯୋଗ ନ ଦେବା ନିମନ୍ତେ ବିନମ୍ର ନିବେଦନ କରିବା ପରେ ସେମାନେ ଭିତରକୁ ପ୍ରବେଶ ନ କରି ସେହି ‘ାଟକ ନିକଟରୁ େ‘ରି ଯାଇଥିଲେ । ସେହିପରି ଜିଲା ଯୁବ କଂଗ୍ରେସ ସଭାପତି ରାକେଶ ସିଂ, ଜିଲା କଂଗ୍ରେସ ସଭାପତି ପ୍ରଦୀପ ରଥଙ୍କ ନେତୃତ୍ୱରେ ଜିଲା କଂଗ୍ରେସର ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ହେମନ୍ତ ଦାସ, ଆଇନଜୀବୀ ଜ୍ୟୋତି ପ୍ରକାଶ ରଥ, ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି ତଥା ଜିଲା କଂଗ୍ରେସର ସମ୍ପାଦକ ଯୁବ ନେତା ଯୋଗେଶ କୁମାର ଅଗ୍ରୱାଲା, ମହିଳା ନେତ୍ରୀ ସସ୍ମୀତା ଘୋଷାଲ, ଆରବିନ୍ଦ ଦାସ, ବିଜୟ ସିଂ, ସୁଦୀପ ମନ୍ତ୍ରୀ, ଦୀପକ ଦାସ, ପାର୍ଥସାରଥୀ ପୃଷ୍ଟି, ଆଶିଷ କୁମାର ବାରିକ, ଈତିଶ୍ରୀ ମିଶ୍ର ପ୍ରମୁଖ ଶତାଧିକ ମହିଳା ଓ କଂଗ୍ରେସର ନେତା, କର୍ମୀ ଓ ସମର୍ଥକମାନେ ଏକତ୍ରିତ ହୋଇ ପିକେଟିଂ ଆରମ୍ଭ କରିଥିଲେ । ଜିଲା ଯୁବ କଂଗ୍ରେସ ପକ୍ଷରୁ ଦିଆ ଯାଇଥିବା ଏହି ୨୪ ଘଣ୍ଟିଆ ବାରିପଦା ବନ୍ଦ ପାଳନକୁ ବାରିପଦା ଓ ମୟୂରଭଞ୍ଜ ବସ ମାଲିକ ସଂଘ, ବଣିକ ଓ ଗାରମେଣ୍ଟ ସଂଘ ଆଦି ବିଭିନ୍ନ ସଙ୍ଗଠନଗୁଡ଼ିକ ସହିତ କେତେକ ରାଜନୈତିକ ଦଳ ପକ୍ଷରୁ ପୂର୍ଣ୍ଣ ସମର୍ଥନ ମିଳି ଥିଲା । ଜନସାଧାରଣ ସ୍ୱତଃପ୍ରବୃତ୍ତ ଭାବେ ବନ୍ଦ ପାଳନକୁ ସମର୍ଥନ ଜଣାଇ ଉହ୍ଲାଇ ଆସିଥିଲେ ରାଜ ରାସ୍ତାକୁ । ବନ୍ଦ ଶାନ୍ତିପୂର୍ଣ୍ଣ ଓ ସମ୍ପୂର୍ଣ୍ଣ ଭେବେ ସ‘ଳ ହୋଇଥିବାର ପରିଲକ୍ଷିତ ହୋଇଛି । ସହରର କୌଣସିଠାରେ ଅପ୍ରିତ୍ତିକର ପରିସ୍ଥିତି ବା ଗଣ୍ଡଗୋଳ ଘଟି ନ ଥିବାର ପୁଲିସ ସୂତ୍ରରୁ ଜଣାପଡ଼ିଛି ।
ବନ୍ଦ ଡ଼ାକରାକୁ ଆଖି ଆଗରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା କରିବା ନିମନ୍ତେ ସହରର ବିଭିନ୍ନ ସ୍ଥାନରେ ପୁଲିସକୁ ମୁତୟନ କରାଯାଇ ଥିଲା । ସେହିପରି କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ଘଟଣାର ଦୃଢ଼ ପ୍ରତିବାଦ କରିଛି । ଉକ୍ତ ଆତ୍ମହତ୍ୟା ଘଟଣାକୁ ନେଇ ଏମାନେ ରାଜ୍ୟରେ ବିଜେଡ଼ି ସରକାରଙ୍କ ଉପରେ ସମସ୍ତ ଦୋଷକୁ ଲଦି ଦେଇ କଂଗ୍ରେସର ଓଡ଼ିଶା ବନ୍ଦ ଡ଼ାକରାକୁ ସମର୍ଥନ ଜଣାଇଛି ବନ୍ଦ ପାଳନ କରିଛି ମୟୂରଭଞ୍ଜ କଂଗେସ । ଏଥି ସହିତ ବିଜେପିର ରାଜ୍ୟ ବ୍ୟାପି ହରତାଳ ଡ଼ାକରାକୁ ମଧ୍ୟ ସମର୍ଥନ ଜଣାଇଛି ଜିଲା ବିଜେପି । ମୟୂରଭଞ୍ଜ ଜିଲା ବିଜେପିର ପୂର୍ବ ଜିଲା ସଭାପତି ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ନେତା ଜୀବନ ସାହୁଙ୍କ ନେତୃତ୍ୱରେ ମଳୟ ଜେନା, ନରୋତ୍ତମ ପାଣିଗ୍ରାହୀ, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, କୁମାର ମଙ୍ଗଳମ ପ୍ରମୁଖ ଶତାଧିକ ନେତା, କର୍ମୀ ଓ ସମର୍ଥକମାନେ ଏକତ୍ରିତ ହୋଇ ହରତାଳ ପାଳନ କରିଥିଲେ । ମୟୂରଭଞ୍ଜ ପୂର୍ବ ଜିଲା ସଭାପତି ଡ଼ା. ମହାପାତ୍ର କୁନ୍ଦୁଲୀ ନାବାଳିକା ସ୍କୁଲ ଛାତ୍ରୀ ପ୍ରାୟ ୧୦୦ ଦିନ ପୂର୍ବରୁ ଗଣଦୁଷ୍କର୍ମର ଶିକାର ହୋଇଥିଲେ ମଧ୍ୟ ବିଜେଡ଼ି ସରକାରରେ ନ୍ୟାୟ ନ ପାଇ ଶେଷରେ ଲୋକଲଜ୍ୟା ସହ୍ୟ କରି ନ ପାରି ଯନ୍ତ୍ରଣା ଜର୍ଜରିତ ଅବସ୍ଥାରେ ଆତ୍ମବଳିଦାନ ଦେବାକୁ ବାଧ୍ୟ ହେଲା । ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଓ ଏହା ଓଡ଼ିଶା ଇତିହାସରେ ଏକ କଳଙ୍କିତ ଇତିହାସରେ ପରିଣତ ହେଲା । ପିଡ଼ିତାକୁ ସରକାର ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ ଏବଂ ଏହା ସରକାରୀ ପ୍ରାୟୋଜିତ ହତ୍ୟା । ରାଜ୍ୟରେ ଏହି ଭଳି କଳଙ୍କିତ ସରକାର ଓ ମୁଖ୍ୟମନ୍ତ୍ରୀ କ୍ଷମତାରେ ରହିବାର ଅଧିକାରକୁ ହରାଇ ବସିଛନ୍ତି । ନୈତିକତା ଦୃଷ୍ଟିରୁ ଇସ୍ତଫା ନ ଦେଲେ ତାଙ୍କୁ ଜନତା ଚୌକିରୁ ବିତାଡ଼ିତ କରାଇବାକୁ ବାଧ୍ୟ ହେବେ ବୋଲି ଜିଲା ସଭାପତି ଡ଼ା.ମହାପାତ୍ର କହିଥିଲେ ।