ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କ ଶ୍ରେଷ୍ଠ ନଜର ଟିକେ ପଡିବ କି ????? ଓପିଜିସିର  ରାଜସ୍ବ କଣ ଏଇଏସର ବାପା ସମ୍ପତ୍ତି, ସରକାର କଣ ଓଥରା !!!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

 

 

ମାର୍କେଟ ବେସଡ ସାଲାରି ନାଁରେ ଏଇଏସ ଚଳାଇଛି ଲୂଟର ସାମ୍ରାଜ୍ୟ !

ଓପିଜିସିରେ କୁହୁଳିଲାଣି ନିଆଁ, ତାତିଲେଣି କର୍ମଚାରୀ

ମାର୍କେଟ ବେସଡ ସାଲାରି ବନାମ ମୂଳ କର୍ମଚାରୀ 

ଏଇଏସର ବଚସ୍କର ସାଜିଲେ ମାର୍କେଟ ବେସଡ ସାଲାରି

ଦରମାରେ ଫାଇଦା ବାର୍ଷିକ ୧୫ ଲକ୍ଷ ରୁ ୨୫ ଲକ୍ଷ 

ଜେନେରାଲ ମ୍ୟାନେଜର ଓପିଜିସିରେ ଥିଲେ, ପାଉଥିଲେ ମାସିକ ପାୟ ଦେଢଲକ୍ଷ , ମାନେ ବାର୍ଷିକ ପ୍ରାୟ ୧୮ ଲକ୍ଷ ଟଙ୍କା ତାଙ୍କ ପାଉଣା  । ଆଉ ସର୍କାରୀ ରାଜକୋଷକୁ ଲୁଟିବା ପାଇଁ ସୁଚିନ୍ତିତ ଭାବେ ଏଇଏସ ଦ୍ୱାରା ପରିକଳ୍ପିତ ‘ମାର୍କେଟ ବେସଡ୍ ସାଲାରି’ ସ୍କିମ୍ର ଉପଭୋକ୍ତା ହେବା ପାଇଁ ଓପିଜିସିରୁ ଇସ୍ତଫା ଦେଲେ । ଆଉ ତା ପରଦିନ ହେଲେ ସିନିୟର ଜିଏମ୍  । ସେଇ କାମ କରୁଥିଲେ ଜିଏମ ଭାବେ ଆଉ ସିନିୟର ଜିଏମ ଭାବେ ସେଇ ଦାୟିତ୍ୱରେ ରହିଲେ । ବିନା ଡିପିସିରେ ବିନା ନୀତିନିୟମରେ ସିଧାସଳଖ ‘ମାର୍କେଟ ବେସଡ ସାଲାରି’ରେ ନିଯୁକ୍ତି ପାଇବା ପରେ ଓପିଜିସିର କଣ ଲାଭ ହେଲା ତାହା ସରକାରଙ୍କୁ ଜଣା,ହେଲେ ନିରଞ୍ଜବାବୁଙ୍କ ଦରମାରେ ଫାଇଦା ହେଲା ବାର୍ଷିକ ପ୍ରାୟ ୩୦ଲକ୍ଷଟଙ୍କାରୁ ଊଦ୍ଧ୍ୱର୍  । ଆଉ ଏବେ ଅବସର ପରେ ପୁନଃନିଯୁକ୍ତି ଦେବା ପାଇଁ ଏଇଏସ ଯୋଜନା ଚଳାଇଥିବା ବେଳେ ତାଙ୍କୁ କୁଆଡେ ବାର୍ଷିକ ୬୦ଲକ୍ଷଟଙ୍କା ପାଉଣାରେ ରଖିବ  ବୋଲି ଶୁଣିବାକୁ ମିଳୁଛି  । କେବଳ ନିରଞ୍ଜନ ବାବୁ ନୁହନ୍ତି, ଏମିତି ଅଜିତ, ସରୋଜ,ବିଜୟଲାଲ, ଉମାକାନ୍ତ, ମନୋରଞ୍ଜନ, ଦିଲ୍ଲୀପ, ବିଭୁତି, ତୁଷାର, ସନ୍ତୋଷ ନାମଧାରୀ ବାବୁମାନଙ୍କୁ(ମ୍ୟାନେଜରରୁ ଜେନେରାଲ ମ୍ୟାନେଜର ପର୍ଯ୍ୟନ୍ତ) ମାର୍କେଟ ବେସଡ ସାଲାରିରେ ନିଯୁକ୍ତି ଦିଆଯାଇ ପତ୍ୟେକ ବାର୍ଷିକ ୧୫ ଲକ୍ଷରୁ ୨୫ଲକ୍ଷଟଙ୍କାର ଅତିରିକ୍ତ ଫାଇଦା ଦିଆଯାଇଛି  । ଇଏ ପୁଣି ଭାରି ଅଜବ ଢଙ୍ଗରେ ହୋଇଛି  । ସେମାନଙ୍କ ଦରମା ପୂରା କନଫିଡେନସିଆଲ ବା ଗୋପନୀୟ, ଆଉ ସାପ୍ ସିଷ୍ଟମରେ କାହାର ଦରମା ଜଣାବପଡିବନି  । କେବଳ ଜାଣିପାରିବେ ଓପିଜିସିରେ ଏଇଏସର ଗେହ୍ଲାପୁଅ ସିନିୟର ଜେନେରାଲ ମ୍ୟାନେଜର (ଅର୍ଥ) ନିରଞ୍ଜନ ସ୍ୱାଇଁ ଓ ମ୍ୟାନେଜର ଭବାନୀ ଶଙ୍କର ସାହୁୁ  । କଥା ହେଉଛି, ପଇସା ରାଜ୍ୟ ସରକାରଙ୍କର ବା ରାଜ୍ୟବାସୀଙ୍କର  । ସେଥିରୁ ଦରମା ଦିଆଯିବ  । ହେଲେ ଓପିଜିସି କର୍ମଚାରୀ ବା ରାଜ୍ୟ ସରକାର  ଜାଣିପାରିବେନି ! ରାଷ୍ଟପତିଙ୍କ ଠାରୁ ଆରମ୍ଭ କରି ବିଧାୟକ ରାଜ୍ୟ ସରକାରୀ କର୍ମଚାରୀ ଓ ରାଜ୍ୟର ସମସ୍ତ ନିଗମ କର୍ମଚାରୀଙ୍କ ଦରମା ଯଦି ଗୋପନୀୟ ନୁହେଁ, ତେବେ ‘ମାର୍କେଟ ବେସଡ ସାଲାରି’ରେ ନିଯୁକ୍ତି ପାଇଥିବା ଅଧିକାରୀମାନେ କେଉଁ ଗାଈର ଗୋବର କି ଯେ ସେମାନଙ୍କ ଦରମା ଗୋପନୀୟ ରହିବ !!!! ଏହାକୁ ନେଇ ଓପିଜିସିର ମୂଳ କର୍ମଚାରୀ ତଥା ଅଧିକାରୀ ବନାମ ‘ମାର୍କେଟ ବେସଡ୍ ସାଲାରି’ରେ ନିଯୁକ୍ତ ଅଧିକାରୀଙ୍କ ମଧ୍ୟରେ ଗୋଟାଏ ଶୀତଳଯୁଦ୍ଧ ଆରମ୍ଭ ହୋଇ ତୀବ୍ରରୂପ ଧାରଣ କରିବାକୁ  ଯାଉଛି  । ଆମେ ପରବର୍ତୀ  ପର୍ଯ୍ୟାୟରେ ‘ମାର୍କେଟ ବେସଡ ସାଲାରି’ ଅନ୍ୟାନ୍ୟ ୭ପ୍ରକାର ସାଲାରି ପାଉଥିବା ଓପିଜିସି କର୍ମଚାରୀ ବା ଅଧିକାରୀଙ୍କ ବିଷୟରେ ସବିଶେଷ ଖୁଲାସା କରିବୁ  । କେମିତି ଏଇଏସ କମ୍ପାନୀ ‘ମାାର୍କେଟ ବେସଡ ସାଲାରି’ ନାଁରେ ନିଯୁକ୍ତ କିଛି ଅଧିକାରୀଙ୍କ ମାଧ୍ୟମରେ ଓପିଜିସିକୁ ଲୁଟ୍ କରିବା ସହ ସରକାରଙ୍କୁ ଭୁଆଁ ବୁଲାଇ ବା ରାଜ୍ୟ ସରକାର-ରାଜ୍ୟବାସୀଙ୍କୁ ବନ୍ଧା ପକାଇ ପାୱାର ଫାଇନାନ୍ସ କର୍ପୋରେସନରୁ ଓପିଜିସି ନାଁରେ ସହସ୍ରାଧିକ କୋଟି ଟଙ୍କା ଋଣ ଆଣି ଲୁଟିବାକୁ ଉଦ୍ୟମ ଚଳାିଛି ତାହାର ଚର୍ଚ୍ଚ କରିବୁ  । ହେଲେ ଏଇ ସଂଖ୍ୟାରେ ‘ମାର୍କେଟ ବେସଡ ସାଲାରି’ର ଗୋପନ ରକ୍ଷକ ସିନିୟର ଜେନେରାଲ ମ୍ୟାନେଜର ନିରଞ୍ଜନ ସ୍ୱାଇଁଙ୍କ କାରନାମ ବିଷୟରେ ସବିଶେଷ ତଥ୍ୟ ରଖୁଛୁ  ।  ଶ୍ରୀ ସ୍ୱାଇଁ ୨୭.୨.୨୦୦୩ରେ ଓପିଜିସିରୁ ଇସ୍ତଫା ଦେଇ କେନ୍ଦ୍ର ସରକାରଙ୍କ ହିନ୍ଦୁସ୍ଥାନ ଏରୋନାଟିକ୍ସ ଲିମିଟେଡ(ହାଲ)ରେ ଚାକିରୀ କରି ୨୫.୪.୨୦୦୩ରେ ପୁଣି ସେଠାରୁ ଇସ୍ତଫା ଦେଇ ଓପିଜିସିରେ ୨୬.୪.୨୦୦୩ ତାରିଖରେ ପୁଈଣି ସେହି ମ୍ୟାନେଜର (ଅର୍ଥ) ପଦବୀରେ ନିଯୁ୍କ୍ତି ପାଇଥିଲେ । କିନ୍ତୁ ଆଶ୍ଚର୍ଯର ବିଷୟ ସୂଚନାଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ଅନୁସାରେ ଓପିଜିସିି ତରଫରୁ ଶ୍ରୀ ସ୍ୱାଇଁଙ୍କର ଇସ୍ତଫା ଓ ପୁନଃନିଯୁକ୍ତି  ସମ୍ବନ୍ଧରେ ୨୧.୪.୧୭ ସୁଦ୍ଧା ଚିଠି ସଂଖ୍ୟା ଓପିଜିସି/ଆରଟିଆଇ/୩୦/୨୦୧୬-୧୭/୯୫୮/ଡବ୍ଲୁଇରେ ଓପିଜିସି କୌଣସି ତଥ୍ୟ ପ୍ରଦାନ କରିନାହାନ୍ତି  । ଯାଥାଶ୍ରୀ ସ୍ୱାଇଁଙ୍କର ଓପିଜିସିରୁ ଇସ୍ତଫା, ହାଲରେ ଚାକିରୀ , ହାଲରୁୁ ଇସ୍ତଫା ଦେବା ଓ ପୁନର୍ବାର ଓପିଜିସିରେ ମ୍ୟାନେଜର (ଅର୍ଥ) ପଦବୀରେ ପୁନଃନିଯୁକ୍ତି ସମ୍ପର୍କରେ ଓପିଜିସି ପରିଚାଳନା କର୍ତ୍ତୃପକ୍ଷ କୌଣସି ତଥ୍ୟ ପ୍ରକାଶ କରିନାହାନ୍ତି  । ପୁଣି ସୂଚାଇଦେବାକୁ ଚାହୁଁଛୁ ଯେ, ନିରଞ୍ଜନ ସ୍ୱାଇଁ ଅନ୍ୟାୟ ଭାବେ ନିଯୁକ୍ତି ଓ ପଦୋନ୍ନତି ପାଇ ଓପିଜିସିର ଜେନେରାଲ ମ୍ୟାନେଜର (ଅର୍ଥ) ଥିବାବେଳେ ପୁଣି ଓପିଜିସିରୁ ୨.୧୨.୨୦୧୩ରେ ଇସ୍ତଫା ଦେଇ ଓପିଜିସିରୁ ସମସ୍ତ ପ୍ରାପ୍ୟ ନେବା ପରେ ୩.୧୨.୨୦୧୩ରେ ପୁଣି ଓପିଜିସିର ସିନିୟର ଜେନେରାଲ ମ୍ୟାନେଜର (ଅର୍ଥ) ପଦବୀରେ ‘ମାର୍କେଟ୍ ବେସଡ୍ ସାଲାରି’ରେ ପୁନର୍ବାର ନିଯୁକ୍ତ ହେଲେ  । ଏକ ନିର୍ଭରଯୋଗ୍ୟସୂତ୍ରରୁ ଜଣାପଡିଛି ଯେ, ବାର୍ଷିକ ୫୦ଲକ୍ଷଟଙ୍କାରେ ଶ୍ରୀ ସ୍ୱାଇଁଙ୍କୁ ଏଇଏସ କର୍ତ୍ତୃପକ୍ଷ (ସରକାରଙ୍କୁ ଭୂଆଁ ବୁଲାଇ)  ରଖିଛନ୍ତି । ଏଇଏସ କମ୍ପାନୀ ନିଜର କଳାକାରନାମାକୁ ଲୁଚାଇବା ପାଇଁ ଶ୍ରୀ ସ୍ୱାଇଁଙ୍କର ନିଯୁକ୍ତି କରିଛନ୍ତି, କିନ୍ତୁ ବଡଭାଇ ରାଜ୍ୟ ସରକାର ଏଇଏସର ବଚସ୍କର ସାଜି ନୀରବ ରହିଛନ୍ତି  ।  ଶ୍ରୀ ସ୍ୱାଇଁଙ୍କର ନିଯୁକ୍ତିି ସମୟ ୩୧.୧.୨୦୧୮ରେ ସରିଯାଉଥିବା ଯୋଗୁ ଏଇଏସ କର୍ତ୍ତୃପକ୍ଷ ସରକାରୀ ଅଧିକାରୀମାନଙ୍କୁ ବଚସ୍କର ସଜାଇ ତାଙ୍କୁ ପୁନଃ ନିଯୁକ୍ତି ଦେବାକୁ ଅଣ୍ଟା ଭିଡିଛନ୍ତି  । ଏଠାରେ ଦେଖାଯାଉ ରାଜ୍ୟ ସରକାରୀ ଅଧିକାରଙ୍କର ନା ଏଇଏସ ଅଧିକାରୀ କାଢ ବେଶି  । ଏହା ଦେଖିବାକୁ ଭୁବନେଶ୍ୱରଠାରୁ ଇବ୍ ଥର୍ମାଲ ପର୍ଯ୍ୟନ୍ତ ତଥା ଓଡିଶାର ସବୁ ନିଗମରେ ଚର୍ଚ୍ଚାର ବିଷୟ ପାଲଟିଛି  । 

 

ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ ) : ବାବୁଙ୍କ  ନାଁ ନିରଞ୍ଜନ ସ୍ୱାଇଁ  । ପଦବୀ ସିନିୟର ଜେନେରାଲ ମ୍ୟାନେଜର (ଅର୍ଥ)  । ପୋଷ୍ଟିଂ ଓପିଜିସିର ମୁଖ୍ୟ କାର୍ଯ୍ୟାଳୟ  । ପାଠକେ ଭାବୁଥିବେ ଓପିଜିସି ମାନେ ଓଡିଶା ପାୱାର ଜେନେରେସନ କର୍ପୋରେସସନ ଓଡିଶା ସରକାରଙ୍କ ଗୋଟିଏ ନିଗମ, ଯେହେତୁ ଏଠି ରାଜ୍ୟ ସରକାରଙ୍କ ଅଂଶଧନ ୫୧% !!! ନା....ପୂରା ଭୂଲ ଭାବୁଥିବେ ପାଠକମାନେ, ଓପିଜିସିର ୪୯% ଅଂଶଧନଥିବା ଆମେରିକୀୟ କମ୍ପାନୀ ଏଇଏସ ଏବେ ଓପିଜିସିର ପ୍ରକୃତ ମାଲିକ  । ଏଠି ରାଜ୍ୟ ସରକାରଙ୍କ   ଶକ୍ତି ସଚିବ ଅଧ୍ୟକ୍ଷ, ଗ୍ରୀଡକୋ ସିଏମଡି ଓ ଓପିଜିସିର ଅର୍ଥ ନିଦେ୍ର୍ଧଶକ ଓପିଜିସି ପରିଚାଳନା ବୋର୍ଡର୍ରେ ରାଜ୍ୟ ସରକାରଙ୍କ ପ୍ରତିନିଧି  ।  ଏଇଏସ ର ତିନିଜଣ ପ୍ରତିନିଧି  । ସେମାନେ ହେଲେ ଓପିଜିସି ଏମଡି, ଡାଇରେକ୍ଟର ଅପରେସନ ଓ ଆୁ ଜଣେ ଏଇଏସର ମନୋନୀତ ସଭ୍ୟ  । ଉଭୟଙ୍କ ତିନି ତିନି ସଦସ୍ୟ ରହିଥିଲେ ବି ଯେହେତୁ ରାଜ୍ୟ ସରକାର ୫୧ ପ୍ରତିଶତ ଅଂଶଧନ ଅଛି, ତେଣୁ ବଡ ଭାଇ ଭାଗ ଭାବେ ଅଧ୍ୟକ୍ଷଙ୍କୁ ଅତିରିକ୍ତ ଗୋଟିଏ ଭୋଟ ଦାନର କ୍ଷମତା ରହିଛି  । ଦେଖିବାକୁ ଗଲେ ଅଧ୍ୟକ୍ଷଙ୍କ ଅଖଣ୍ଡ କ୍ଷମତା, ରାଜ୍ୟ ସ୍ୱାର୍ଥରେ ଯାହା କାର୍ଯ୍ୟ କରିବା ପାଇଁ ଯାହା ଚାହିଁବେ କରିପାରିବେ  । ହେଲେ ବାସ୍ତବିକ ସ୍ଥିତି କିନ୍ତୁ ଓପିଜିସିରେ ସେଇଆ ନୁହେଁ  । ଏଠି ଏଇଏସ ଯାହା ଚାହୁଁଛି ତାହା କରୁଛି, ସଂସ୍ଥାର ଅବସ୍ଥା ଏବେ ଯାଇ କେଉଁ ଦୟନୀୟ ସ୍ଥିତିରେ ପହଞ୍ଚିଲାଣି । ତୃତୀୟ ଚତୁର୍ଥ ୟୁନିଟ୍ ଦୂରର କଥା, ଏଇଏସର ଚକ୍ରାନ୍ତ ବା ଅପରଗତା କାରଣରୁ ସରକାର କରିଥିବା ପ୍ରଥମ ଦୁଇଟି ୟୁନିଟ୍ ମଧ୍ୟ ଅନିଶ୍ଚିତତା ଭିତରେ  । ବର୍ଷକୁ ଅଧିକାଂଶ ସମୟ ଅଚଳ ବା ଉତ୍ପାଦନ  ବନ୍ଦ । ହେଲେ ପ୍ରକୃତ ମାଲିକ ରାଜ୍ୟ ସରକାର ଚୁପ୍ ଆଉ ରାଜ୍ୟ ସରକାରଙ୍କ ପ୍ରତିନିଧିମାନଙ୍କ କାଟତି ନାହିିଁ ଅବା କିଣାବିକା ହୋଇଯାଇଛନ୍ତି  । ତେଣୁ ବୋପାମା ନଥିବା ଓପିଜିସିରେ ଏବେ ବିଦେଶୀ କମ୍ପାନୀର ପ୍ରତିନିଧି ରାଜୁତି  ଆଉ ଲୁଟ ତରାଜ ଚଳାଇଛନ୍ତି  । ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ଓପିଜିସିରେ ଏଇଏସ ଯାହା ପାରୁଛି ତାହା କରୁଛି । ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ଶକ୍ତି ସଚିବ ଅସହାୟ ଅବା ମ୍ୟାନେଜଡ୍ ! ହେଲେ ସଚିବଙ୍କ ଉପରେ କିଏ, ଯାହାର ଅଭୟ ବର ବିଦେଶୀ କମ୍ପାନି ଏଇଏସ ଉପରେ ରହିଛି, ଯାହାର ପରିଣାମ ସ୍ୱରୂପ ରାଜ୍ୟ ସରକାରଙ୍କ ପ୍ରତିନିଧିମାନେ ନୀରବ ରହିବାକୁ ବାଧ୍ୟ ହେଉଛନ୍ତି  । ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଉପରୁ ଚାପ ପଡୁଛି । ହେଲେ ଉପର ଚାପ ଟା ସଚିବାଳୟ ତୃତୀୟ ମହଲାର ନୁହେଁତ !!! ଏଇଏସର ସ୍ୱେଚ୍ଛାଚାରିତା ସବୁ ସୀମା ଅତିକ୍ରମ କରିଯାଇଥିବା ବେଳେ ତାହାର ସ୍ୱେଚ୍ଛାଚାରିତାର ଏକ ନମୂନା ହେଲା “ମାର୍କେଟ ବେସ୍ଡ୍ ସାଲାରିରେ ନିଯୁକ୍ତି” । ରାଜ୍ୟ ସରକାରଙ୍କ ଅର୍ଥବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗର ଅନୁମୋଦନ କ୍ରମେ  “ମାର୍କେଟ ବେସ୍ଡ୍ ସାଲାରିି” ଲାଗୁ କରାଯାଇଥିବାବେଳେ  ଏ ଯାବତ ୧୫୭ଜଣ ମାର୍କେଟ୍ବେସ୍ଡ ସାଲାରିରେ ନିଯୁକ୍ତ ହୋଇଛନ୍ତି  । ସବୁଠାରୁ ବଡକଥା ହେଲା ନାଁ ଶକ୍ତି ବିଭାଗ, ରାଜ୍ୟ ଅର୍ଥ ବିଭାଗ ବା ସାଧାରଣ ଉଦ୍ୟୋଗ ବିଭାଗ ପାଖରେ ତଥ୍ୟ ନାହିଁ ଯେ କେଉଁ “ମାର୍କେଟ ବେସ୍ଡ୍ ସାଲାରି”ରେ ନିଯୁକ୍ତ ଅଫିସର କେତେ ଦରମା ପାଉଛନ୍ତି । ଆଉ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଯାଇଥିଲେ ବି ମୂଳ ଓପିଜିସି କର୍ମଚାରୀ ବା ଅଧିକାରୀଙ୍କ ଦରମା ତଥ୍ୟ ମିଳୁଛି ପଛକେ, “ମାର୍କେଟ ବେସ୍ଡ୍ ସାଲାରି”ରେ ନିଯୁକ୍ତ ଅଧିକାରୀଙ୍କ ଦରମାକୁ ‘କନଫିଡେନସିଆଲ୍’ ବା ଗୋପନୀୟ ବୋଲି କହି ଏଡାଇଯାଉଛି ଏଇଏସ କବ୍ଜାରେ ଥିବା ଓପିଜିସି  ।  ରାଜ୍ୟ ସରକାରଙ୍କ ନିଗମ ବା ସରକାରୀ ସଂସ୍ଥାରେ ଥିବା କର୍ମଚାରୀ ବା ଅଧିକାରୀଙ୍କ ଦରମା କେବେଠାରୁ କନଫିଡେନସିଆଲ ହେଲାଣି ତାହା ସରକାରଙ୍କୁ ଜଣା  । କିନ୍ତୁ ମାର୍କେଟବେସଡ ସାଲାରି ରାଜ୍ୟର ଅନ୍ୟ କୌଣସି ନିଗମ ବା ବୋର୍ଡ ବା ସରକାରୀ ସସ୍ଥାରେ ଲାଗୁ ହୋଇନାହିଁ  । ଜଣେ ଜଣେ ଅଧିକାରୀଙ୍କ   ଦରମା “ମାର୍କେଟ ବେସ୍ଡ୍ ସାଲାରି’ରେ ବାର୍ଷିକ ୨୬ଲକ୍ଷରୁ ୭୦ଲକ୍ଷ ମଧ୍ୟରେ  । ଦକ୍ଷତା ବୃଦ୍ଧି ପାଇଁ “ମାର୍କେଟ ବେସ୍ଡ୍ ସାଲାରିରେ ନିଯୁକ୍ତି” ଆଳ ଏଇଏସ ଦେଖାଇଥିବା ବେଳେ ଏହା ଲାଗୁ ପରେ ଓପିଜିସିର ଅବସ୍ଥା ସୁଧୁରିବା ବଦଳରେ ତଳିତଳାନ୍ତ ହେବାରେ ଲାଗିଛି  ।  ସରକାରଙ୍କୁ ସୋ ବାଜି କରି ଡିଭିଡେଣ୍ଡ ଦେଉଥିବା ବେଳେ ସେପଟେ ରାଜ୍ୟବାସୀଙ୍କ ଉପରେ ବିଦୁ୍ୟତ ଶୁଳ୍କ ବୋଝ ଲଦିଦେଇ ଓପିଜିସିକୁ ୟୁନିଟ୍ ପିଛା ଅଧିକ ଦର ଦେବା ପାଇଁ ଗ୍ରୀଡ଼କୋ ଡିମାଣ୍ଡ କରୁଛି  । ମାନେ ଏଥିରୁ ପ୍ରମାଣିତ ହୋଇଯାଉଛି ଗ୍ର୍ରୀଡକୋର ସିଏମଡି ଯେହେତୁ ଓପିଜିସି ବୋର୍ଡର ସଦସ୍ୟ ତେଣୁ ତାଙ୍କ ମାଧ୍ୟମରେ ଏଇଏଏସ ରାଜ୍ୟ ସରକାରଙ୍କ ଠାରୁ ଅର୍ଥ ଲୁଟ କରିବା ପାଇଁ ଓଇଆରସିଙ୍କ ନିକଟରେ ଉପରୋକ୍ତ ଦାବି କରାଉଛି  । ଆମେ ସବିଶେଷ ଭାବେ ଏହାରି ଉପରେ ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା କରିବୁ  । ହେଲେ ଆଜି ଏଠି “ମାର୍କେଟ ବେସ୍ଡ୍ ସାଲାରିରେ ନିଯୁକ୍ତି” ଆଳରେ କେମିତି ଏଏଇଏସ ରାଜ୍ୟ ସରକାରଙ୍କ ଅନ୍ଧାରରେ ରଖି ବା ତା ଗୁହାଳରେ ବାନ୍ଧି ତାହା ମନ୍ଦ ଉଦ୍ଦେଶ୍ୟ ସାଧନ କରିବା ପାଇଁ ପଥ ସୁଗମ କରୁଛି ତାହାର ଏକ ନମୂନା ଆମେ ଏଠି ରଖୁଛୁ  । ସେ ହେଉଛନ୍ତି ବାବୁ ନିରଞ୍ଜନ ସ୍ୱାଇଁ  । ସ୍ୱାଇଁ ବାବୁଙ୍କ ନଯୁକ୍ତିର କ୍ରମ ଅନୁଧ୍ୟାନ କଲେ ଜଣାପଡିବ ଯେ ସେ ୧୫୭ ବା ତଦୁଦ୍ଧ ଅଧିକାରୀଙ୍କୁ “ମାର୍କେଟ ବେସ୍ଡ୍ ସାଲାରିରେ ନିଯୁକ୍ତି କେଉର୍ ଆଧାରେ, କେଉଁ ଆବଶ୍ୟକତାକୁ ଅଧାର କରି ବା କେଉଁ ଉଦ୍ଦେଶ୍ୟ  ରଖି କରାଯାଇଛି ତାହା ଜଳଜଳ ହୋଇ ଜଣାପଡିଯିବ  । ଆଉ ଶ୍ରୀ ସ୍ୱାଇଁ ଏତେ ପାରିବାର ଯେ ତାଙ୍କୁ ଅବସର ପରେ ପୁନଃ ନିଯୁକ୍ତି ଦେବାକୁ ଓପିଜିସି ବୋର୍ଡର ଅନୁମୋଦନ ପାଇଁ ପ୍ରସ୍ତାବ ପୁଣି ପଠାଯାଉଛି, ଥରେ ଓପିଜିସି ଅଧ୍ୟକ୍ଷଙ୍କ ଦ୍ୱାରା ସେ ପ୍ରସ୍ତାବ ଅଗ୍ରାହ୍ୟ ହୋଇଯିବା ପରେ । ହେଲେ ଏଇଏସର ଜିଦ୍ ଅଧ୍ୟକ୍ଷଙ୍କ ବାଇପାସ କରି ବା ତାଙ୍କ ଉପରେ ଚାପ ପକାଇ ଶ୍ରୀ ସ୍ୱାଇଁଙ୍କୁ ନିଯୁ୍କ୍ତି ଦିଆଇବେ  । ଯଦି ଶକ୍ତିସଚିବ ତଥା ଓପିଜିସି ଅଧ୍ୟକ୍ଷ ଶ୍ରୀ ସ୍ୱାଇଁଙ୍କ ପୁନଃନିଯୁକ୍ତି ପ୍ରସ୍ତାବକୁ ପୁଣି ଅଗ୍ରାହ୍ୟ କରନ୍ତି ତେବେ ଏଇଏସ ସଚିବଙ୍କୁ ବାଇପାସ କରି ଏଇଏସ ପୁଣି ମାର୍କେଟ୍ ବେସ ସାଲାରିରେ ସେହି ଓପିଜିସିରେ ଖାସ କରି ଅର୍ଥ ବିଭାଗ ଦାୟିତ୍ୱରେ ରଖିବ ଓ ସେ ଦରମା ପରୋକ୍ଷ ଭାବେ  ଓପିଜିସିରୁ ହିଁ ଦିଆଯିବ  । ସରକାରଙ୍କୁ ବା ଶକ୍ତି ସଚିବଙ୍କୁ ସିଧା ନାକ ନଧରାଇ ପଛପଟୁ ବୁଲାଇ ନାକ ଧରାଇବା ଜିଦ୍ରେ ଏଇଏସ ଅଟଳ  । 

ଶ୍ରୀ ସ୍ୱାଇଁଙ୍କ ନିଯୁକ୍ତି କ୍ରମ ବିଷୟରେ ପାଠକେ ପଢିଲେ  ନିଶ୍ଚୟ ଆଚମ୍ବିତ ହେବେ  । ସରକାରୀ ବା ସରକାରଙ୍କ ଅଧୀନସ୍ଥ ସଂସ୍ଥାରୁ ଚାକିରି ଛାଡି ପୁଣି କିଛି ମାସ ପରେ ଚାକିରିରେ ଜଣେ ବ୍ୟକ୍ତି ଯୋଗଦେଲେ ତାଙ୍କର ଇସ୍ତଫା ପୂର୍ବର ବରିଷ୍ଠତା ରହିବ  ନାହିଁ ବୋଲି ବ୍ୟବସ୍ଥା ରହିଛି । ହେଲେ ଓପିଜିସିର ମାଲିକ ସାଜିଥିବା ଏଏଇଏସ୍ ଶ୍ରୀ ସ୍ୱାଇଁଙ୍କୁ ଓଜିସିସିରେ ପୂର୍ବ ପଦବୀରେ ନିଯୁକ୍ତି ଦେଲେ ତ ଦେଲେ, ସେ ଅନ୍ୟ ସଂସ୍ଥାରେ କାର୍ଯ୍ୟ କରି  ଦରମା ପାଇଥିଲେ ବି ତାହାକୁ ଏକ୍ଟଟ୍ରାଡିନାରି ଛୁଟି ଭାବେ ବିବେଚନା କରି ଛୁଟି ବାବଦ ପ୍ରାପ୍ୟ ଦେବା ସହ ତିନିବର୍ଷ ନହୋଇଥିଲେ ପଦୋନ୍ନତି ପାଇଁ ବିଚାର କରାଯିବ ନାହିଁ ବୋଲି ବ୍ୟବସ୍ଥା ସତ୍ୱେ  ଦୁଇଦୁଇଟା ପଦୋନ୍ନତି ଦେବା ଭଳି ଘଟଣା ଘଟିଥିଲା । ଏହାକୁ ତକ୍ରାଳୀନ ଶକ୍ତି ସଚିବ ପ୍ରଦୀପ ଜେନା ବେନିୟମ ବୋଲି ଦର୍ଶାଇ ଆପତ୍ତି ଦର୍ଶାଇଥିଲେ  । ହେଲେ ସେ ଆପତ୍ତି ଦର୍ଶାଇବା ପରେ ପରେ ତାଙ୍କୁ ନାଟକୀୟ ଭାବେ ଶକ୍ତି ବିଭାଗରୁ ବଦଳି କରାଯାଇଥିଲା  । ହେଲେ ଏଭଳି ଅନିୟମିତତା ବିରୋଧରେ ଶକ୍ତି ବିଭାଗ ଆଜି ପର୍ଯ୍ୟନ୍ତ ଚୁପ୍ କାହିଁକି ? 

ପ୍ରାପ୍ତ ବିବରଣୀ ଅନୁଯାୟୀ ଓପିଜିସିରେ ନିରଞ୍ଜନ ସ୍ୱାଇଁ ନାମକ ଜନୈକ ମ୍ୟାନେଜର୨୭-୦୧-୨୦୦୩ ରେ ଓପିଜସିରୁ ଇସ୍ତଫା ଦେବା ନିମନ୍ତେ ଦରଖାସ୍ତ କରିଥିଲେ ଏବଂ ଓପିଜିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସ୍ୱାଇଁଙ୍କ ଦରଖାସ୍ତକୁ ଗ୍ରହଣ କରି  ତା ୨୭-୦୨-୨୦୦୩ରେ ଓପିଜିସିରୁ ତାଙ୍କୁ ରିଲିଭ୍ କରିଥିଲେ । ରିଲିଭ୍ ହେବା ସମୟରେ ଓପିଜିସିରୁ ତାଙ୍କର ସମସ୍ତ ପ୍ରାପ୍ୟ ଅର୍ଥକୁ ନେଇଯିବା ପାଇଁ ତାଙ୍କୁ ଚିଠି ନଂ ୫୪୯ ତା. ୨୭-୦୨.୨୦୦୩ରେ ଜଣାଇ ଦେଇଥିଲେ ଓ ଶ୍ରୀ ସ୍ୱାଇଁ ତାଙ୍କର ସମସ୍ତ ପ୍ରାପ୍ୟ ଓପିଜିସିରୁ ନେଇଯାଇଥିଲେ । ମାନେ ....ଶ୍ରୀ ସ୍ୱାଇଁ ଓପିଜିସିରୁ ନିଜର ଏକାଉଣ୍ଟ ବା ପରିଚୟ କ୍ଲୋଜ୍ କରିଦେଇ ଗଲେ  ।  ଏହାପରେ ଶ୍ରୀ ସ୍ୱାଇଁ ଭାରତ ସରକାରଙ୍କର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍)ରେ ଯୋଗ ଦେଇଥିଲେ । ଶ୍ରୀ ସ୍ୱାଇଁ ଓପିଜିସିରୁ ମ୍ୟାନେଜର ପଦବୀ ଛାଡି ହାଲରେ ସିନିଅର ମ୍ୟାନେଜର (ଫାଇନାନ୍ସ ସିଷ୍ଟମ ଅଡିଟ୍) ପଦବୀରେ ଅବସ୍ଥାପିତ ହୋଇଥିଲେ ମଧ୍ୟ ତାଙ୍କୁ  ଓପିଜିସିର ମ୍ୟାନେଜର (ଅର୍ଥ) ପଦବୀରେ ମୋହ ଛାଡି ନଥିଲା । ଏହାପରେ ଶ୍ରୀ ସ୍ୱାଇଁ ଓପିଜିସି କର୍ତ୍ତୃପକ୍ଷଙ୍କୁ ପୁନର୍ବାର ୨୧.୦୩.୨୦୦୩ ରେ ଦରଖାସ୍ତ କଲେ କି ତାଙ୍କର ଆଉ ହାଲ ରେ  ଚାକିରି କରିବାକୁ ଇଚ୍ଛା ନାହିଁ, ତେଣୁ ଓପିଜିସିକୁ ମ୍ୟାନେଜର ଭାବେ ଫେରିଯିବାକୁ ଚାହୁଁଛନ୍ତି  ।  ହେଲେ ଏଠି ପ୍ରଶ୍ନ ଉଠେ କେନ୍ଦ୍ର ସରକାରଙ୍କ  ସଂସ୍ଥାରେ ସିନିୟର ମ୍ୟାନେଜର ପଦବୀ ଛାଡି ଓପିଜିସିର ମ୍ୟାନେଜର ପଦବୀକୁ ପୁଣି ଫେରିବା ସକାଶେ ଶ୍ରୀ ସ୍ୱାଇଁ   ଲାଳ ଗଡାଇଲେ କାହିଁକି  ??  

ଓପିଜିସିର ତକ୍ରାଳୀନ ପରିଚାଳନା ନିଦେ୍ର୍ଧଶକ ତଥା ଏଇଏସ୍ ପ୍ରତିନିଧି  ଶ୍ରୀନିବାସ ରାଓ ଶ୍ରୀ ସ୍ୱାଇଁଙ୍କ ଆବେଦନକୁ ଗ୍ରହଣ କଲେ, କାରଣ ଶ୍ରୀ ସ୍ୱାଇଁଙ୍କ ଓପିଜିସିକୁ ପ୍ରତ୍ୟାବର୍ତ୍ତନ ଜରୁରୀ ଥିଲା ଏଇଏଏସ୍ ଓପିଜିସିରେ ଚଳାଇଥିବା କଳାକାରନାମାକୁ ଧଳା କରିବା ପାଇଁ । ତେଣୁ ଶ୍ରୀ ସ୍ୱାଇଁଙ୍କୁ ଚିଠି ନଂ ୮୧୨(୬) ତା ୨୮.୦୩.୨୦୦୩ରେ ଜଣାଇଲେ ଯେ, ଓପିଜିସିର ପରିଚାଳନା କର୍ତ୍ତୃପକ୍ଷ ଆପଣଙ୍କୁ ପୁନର୍ବାର ଓପିଜିସିକୁ ଫେରାଇ ଆଣିବାକୁ ଚାହୁଁଛନ୍ତି ଓ ଆପଣ ଆଗରୁ ଯେଉଁ ମ୍ୟାନେଜର ଫାଇନାନ୍ସ ପଦବୀରେ ଥିଲେ ସେହି ପଦବୀରେ ରହିବେ । କିନ୍ତୁ ନିମ୍ନଲିଖିତ ୬ଟି ସର୍ତ୍ତାବଳୀ ହେଲା-ଓପିଜିସିର ଦରମା ହାର ୧୧,୩୦୦-୩୨୫-୧୬,୫୦୦ ଅନୁଯାୟୀ ଆପଣଙ୍କର ମାସିକ ଦରମା ୧୪,୨୨୫ ଟଙ୍କା, ଓପିଜିସିରୁ ଚାକିରି ଛାଡିବା ଓ ପୁନର୍ବାର ଅବସ୍ଥାପିତ ହେବା ସମୟକୁ ଏକ୍ସଟ୍ରା ଅଡିନାରୀ ଛୁଟି ରୂପେ ଗଣନା କରାଯାଇ ଏହି ସମୟକୁ ନିୟମିତ କରାଯିବ ଯାହାକି ଆପଣଙ୍କର ଚାକିରି ଓପିଜିସିରେ ଥିଲା ବୋଲି ଧରାଯିବ  । ଏହି ସମସ୍ତ ଛୁଟି ଗୁଡିକର ପ୍ରାପ୍ୟ ନଗଦ ଅର୍ଥ ଆକାରରେ ଆପଣ ଓପିଜିସିରେ ଯୋଗ ଦେବା ସମୟରେ ପାଇବେ, ଆପଣ ବର୍ତ୍ତମାନ ଚାକିରୀ କରୁଥିବା କର୍ତ୍ତୃପକ୍ଷ (ହାଲ୍)ଙ୍କଠାରୁ ରିଲିଭ୍ ଅର୍ଡର ଆଣି ଦାଖଲ କରିବେ, ଆପଣ ଏହି ଚିଠି ପାଇବାର ୩୦ଦିନ ମଧ୍ୟରେ ଓପିଜିସି ଚାକିରିରେ ଯୋଗ ଦେବେ ବୋଲି ନିଯୁକ୍ତି ପତ୍ରରେ ଉଲ୍ଲେଖ ଥିଲା । ଆଉ ଏ ସର୍ତ୍ତ ଗୁଡିକ ବାସ୍ତବିକ ବିଚିିତ୍ର ଥିଲା  । କି ଉଦାର ଓପିଜିସି କର୍ତ୍ତୃପକ୍ଷ !!!! 

‘ମଳୁ ଖୋଜୁଥିଲା ଆମ୍ବିଳିପାଣି, ବଇଦ କହିଲା ଦେ ତୋରାଣୀ’ ରୀତିରେ ଉପରୋକ୍ତ ସର୍ତ୍ତାବଳୀ ଯୁକ୍ତ ଚିଠି ପାଇବା ପରେ ଶ୍ରୀ ସ୍ୱାଇଁଙ୍କର ଗୋଡ ଆଉ ତଳେ ଲାଗିଲା ନାହିଁ । ତେଣୁ ଲାଗିପଡି ୨୫.୦୪.୨୦୦୩ ତାରିଖ ଦିନ ହାଲ୍ରୁ ରିଲିଭ୍ ହୋଇ ୨୬.୦୪.୨୦୦୩ ତାରିଖରେ ଓପିଜିସିରେ ଯୋଗ ଦେଲେ । ହେଲେ ପ୍ରଶ୍ନ ଉଠୁଛି ୨୭.୨.୨୦୦୩ରେ ଶ୍ରୀ ସ୍ୱାଇଁ ଚାକିରି ଓପିଜିସିରୁ ଛାଡିଲେ କାହିଁକି ଓ ଦୁଇମାସ ପରେ ପୁଣି ଓପିଜିସିରେ ଯୋଗ ଦେଲେ କାହିଁକି ? ଏଠାରେ ପ୍ରଶ୍ନ ଉଠେ ଯେ, ଓପିଜିସି ଛାଡି ଭାରତ ସରକାରଙ୍କର ଏକ ସାଧାରଣ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନଟିକସ୍ ଲିମିଟେଡରୁ ଇସ୍ତଫା ଦେବା ପରେ ଓପିଜିସିରେ ଯୋଗ ଦେବା ସମୟରୁ କିପରି ଓ କେଉଁ ନିୟମାବଳୀରେ ଓପିଜିସି କର୍ତ୍ତୃପକ୍ଷ ଏକ୍ସଟ୍ରାଅଡିନାରୀ ଲିଭ୍ ଭାବେ ଗ୍ରହଣ କରି ଚାକିରିକୁ ନିୟମିତ କଲେ ଓ ସେହି ସମୟର ପ୍ରାପ୍ୟ ଓପିଜିସିରୁ ଶ୍ରୀ ସ୍ୱାଇଁଙ୍କୁ କେଉଁ ନିୟମ ଆଧାରରେ ପ୍ରଦାନ କଲେ? ଓପିଜିସିର ଅଫିସରମାନଙ୍କର ନିଯୁକ୍ତି ଓ ପଦୋନ୍ନତି ନିୟମାନୁଯାୟୀ ଯଦି କୌଣସି କର୍ମଚାରୀ ବା ଅଫିସର  ଚାକିରୀ ଛାଡି ପୁନର୍ବାର ପ୍ରତ୍ୟାବର୍ତ୍ତନ କରେ ତା ହେଲେ ସେ ନୂତନ ଭାବେ ନିମ୍ନ ପଦବୀରେ ଯୋଗ ଦେବା କଥା  । ଶ୍ରୀ ସ୍ୱାଇଁଙ୍କ କ୍ଷେତ୍ରରେ ଏହାର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ ହୋଇଥିଲା  । ଏହାପରେ ଶ୍ରୀ ସ୍ୱାଇଁ ତାଙ୍କର ପରାକାଷ୍ଠା ଦେଖାଇବା ପରେ ବା ଏଇଏସର ଏମିତି କଣ ଫାଇଦା ଦେବାରେ ସକ୍ଷମ ହୋଇଥିଲେ ଯେ, ତାଙ୍କୁ ତା ୨୪.୨.୨୦୦୫ରେ ସିନିୟର ମ୍ୟାନେଜର (ଅର୍ଥ) ପଦବୀକୁ ପଦୋନ୍ନତି ଦିଆଗଲା । ପ୍ରଥମେ ତାଙ୍କୁ ପୂର୍ବ ପଦବୀରେ ନିଯୁକ୍ତି ଦେବା କଥା ନୁହେଁ ପୁଣି ତିନିବର୍ଷ ପୂରି ନଥିବା ବେଳେ ଏହି ପଦୋନ୍ନତି ଦିଆଗଲା । ଏହା ହେବା ପରେ ଓପିଜିସିରେ ଅର୍ଥ ବିଭାଗରେ ଥିବା ଅଫିସରମାନଙ୍କୁ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଲା । ପରେ ଶ୍ରୀ ସ୍ୱାଇଁଙ୍କୁ ଡେପୁଟି ଜେନେରାଲ୍ ମ୍ୟାନେଜର (ଅର୍ଥ) ପଦବୀକୁ ତା ୨୪.୦୬.୨୦୦୮ରେ ପଦୋନ୍ନତି କରିଦେଲେ । ଏହା ପୁଣି ଅଢେଇ ବର୍ଷ ପରେ । ଯାହାକି ପୁଣି ଓପିଜିସି ଅଫିସରଙ୍କ ପାଇଁ ଉଦ୍ଧିଷ୍ଟ ନିଯୁକ୍ତି ଓ ପଦୋନ୍ନତିକୁ ଉଲ୍ଲଙ୍ଘନ କଲା  । ନିୟମାନୁଯାୟୀ କୌଣସି ଅଫିସର ତାଙ୍କର ମୂଳପଦବୀରେ ୩ବର୍ଷ ପୂରଣ ନକରିଥାନ୍ତି ତା ହେଲେ ତାଙ୍କର ନାମ କର୍ପୋରେସନ୍ ପ୍ରମୋସନ କମିଟି (ସିପିସି)କୁ ସୁପାରିଶ କରାଯାଇ ପାରିବ ନାହିଁ  । କିନ୍ତୁ ଶ୍ରୀ ସ୍ୱାଇଁଙ୍କ କ୍ଷେତ୍ରରେ ସବୁ ଓଲଟ ପାଲଟ ହୋଇଗଲା  । ଏହା ଦେଖି ଓପିଜିସିର ଅର୍ଥ ବିଭାଗରେ ଥିବା ଅଫିସରମାନେ ପ୍ରମାଦ ଗଣିଲେ । ଶ୍ରୀ ସ୍ୱାଇଁଙ୍କଠାରୁ ସିନିୟର ଓ ଜୁନିୟର ଥିବା ଅଫିସରମାନେ ଏଇଇଏସ୍ ପ୍ରତିନିଧିକୁ ଏ ବିଷୟରେ ଜଣାଇବା ପରେ ସେମାନେ ସୋମନଙ୍କୁ ଅସଦ ବ୍ୟବହାର କରିବାରୁ ସେମାନେ ଚୁପ୍ ରହିଲେ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଓପିଜିସିରୁ ଇସ୍ତଫା ଦେଇ ଚାଲିଗଲେ । ଯିଏ ବିରୋଧ କଲେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଗଲା । ଏଇଏସ୍ କର୍ତୃପକ୍ଷଙ୍କର ଗୁପ୍ତ ନିର୍ଦ୍ଦେଶ  ବଳରେ ଓପିଜିସିର ସିନିୟର ଜେନେରାଲ୍ ମ୍ୟାନେଜର (ଅର୍ଥ) ନୀଳମଣି  ମହାପାତ୍ର ଓ ଡିଜିଏମ୍ ନିରଞ୍ଜନ ସ୍ୱାଇଁଙ୍କ କାର୍ଯ୍ୟକଳାପ ଏହି ଅଫିସରମାନଙ୍କୁ ବାଧି ଥିଲା  । ଶ୍ରୀସ୍ୱାଇଁଙ୍କଠାରୁ ସିନିୟରଥିବା ବିଚିତ୍ରାନନ୍ଦ ପଣ୍ଡାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲାବେଳେ ପ୍ରଦୀପ କୁମାର ମିଶ୍ର ଓ ପ୍ରକାଶ ଚନ୍ଦ୍ର ଜୈନ ଓ ଜୁନିୟର ଥିବା ଅଜିତ କୁମାର ପଣ୍ଡା, ଉମାବଲ୍ଲଭ ମହାପାତ୍ର, ନିହାର କୁମାର ମହାପାତ୍ର ଇସ୍ତଫା ଦେଇ ପଳାଇଲେ । ଆଉ ଏଇଏସର ଗେହ୍ଲାପୁଅ ହୋଇ ଏବେ ଶ୍ରୀ ସ୍ୱାଇଁ ଅଖଣ୍ଡ କ୍ଷମତାର ଅଧିକାରୀ ହୋଇଥିବା ବେଳେ ପଦୋନ୍ନତି ପରେ ପଦୋନ୍ନତି ସେ ଏବେ ସିନିୟର ଜେନେରାଲ ମ୍ୟାନେଜର (ଅର୍ଥ) ଭାବେ ଅବସ୍ଥାପିତ  । ହେଲେ ଜାନୁୟାରୀ ୩୧, ୨୦୧୮ରେ ତାଙ୍କର କାର୍ଯ୍ୟକାଳ ସରୁଥିବା ଯୋଗୁ ଏଇଏସ ମୁଣ୍ଡରେ ଚଡକ ଯେ ସେମାନଙ୍କ ଦୁର୍ନତିର ସାମ୍ରାଜ୍ୟକୁ ଜାରି ରଖିବ କିଏ । ତେଣୁ କଳେ ବଳେ କୌଶଳରେ ସେ ସବୁ କରିବାରେ ପାରିବାର ନିରଞ୍ଜନ ସ୍ୱାଇଁଙ୍କୁ ପୁନଃନିଯୁକ୍ତି ଦେବାକୁ ପ୍ରାଣପଣେ ଉଦ୍ୟମ ଚଳାଇଛି ଏଇଏସ  । ଅନିୟମିତତା ଆଧାରରେ ନିଯୁ୍କ୍ତି ପାଇଥିବା ନିରଞ୍ଜନଙ୍କ ପୁନଃନିଯୁକ୍ତି ପ୍ରସଙ୍ଗକୁ ନେଇ ଫରଚୁ୍ୟନ ଟାୱାରଠାରୁ ଆରମ୍ଭ କରି ଇବ୍ ଥର୍ମାଲ ବନହରପାଲ୍ଲୀ ପର୍ଯ୍ୟନ୍ତ ଚହଳ ପହଂଚିବା  ବେଳେ ଦେଖିବାକୁ ବାକି ରହିଲା ଏଇଏସ ହାରୁଛି ନା ସରକାର ହାରୁଛନ୍ତି ।  ହେଲେ ଏଠି ଉଲ୍ଲେଖ କରିବାକୁ ଚାହୁଁ ମାର୍କେଟ ବେସ ସାଲାରିରେ ନିଯୁକ୍ତ ହୋଇଥିବା କିଛି ଅଧିକାରୀ ଏବେ କହିବା ଆରମ୍ଭ କଲେଣି ‘ଦରମା ତ ଓପିଜିସିରୁ ନେଉଛୁ, ହେଲେ କିଛି କାମ ଏଠି ନଥିବାରୁ ଆମେ କାମ ଭୁଲିଗଲୁଣି ଓ ଆମ କ୍ରିଏଟିଭିଟି ବା ଦକ୍ଷତା ଏବେ ପୋଡିବାକୁ ବସିଲାଣି  ।’ ତେଣୁ  ସରକାର ବା ଖାସ କରି ଅର୍ଥ ଓ ସାଧାରଣ ଉଦୋ୍ୟଗ ମନ୍ତ୍ରୀଙ୍କର ଯଦି ବାସ୍ତବିକ କିଛି କ୍ଷମତା ଅଛି ତେବେ ମାର୍କେଟ ବେସ ସାଲାରି କେଳେଙ୍କାରୀର ତଦନ୍ତ କରନ୍ତୁ , ଜଣାପଡିବ  ଏଇ ଗୋଟିଏ ଦୁର୍ନୀତି ନୁହେଁ, ଦୁର୍ନୀତିର ପାହାଡ ଉପରେ ବସିଛି ଓପିଜିସି  ।

ଏ ତ ହେଲା ଓପିଜିସି ମହାଦୁର୍ନୀତିର ଗୋଟିଏ ଚେର ବା ଗୋଟାଏ ମେଗା ସିରିୟଲର ଛୋଟିଆ ଦୃଶ୍ୟ  ।  ଝଲକ ଆଗକୁ ବାବୁଙ୍କ କାରନାମା ବିଷୟେରେ ପରବର୍ତି ସଂସ୍କରଣରେ ପ୍ରକାଶ ପାଇବ  !!!!!!

0
0
0
s2sdefault