ହେଡଲାଇନସ୍:

ଭାତହାଣ୍ଡି ଉପରେ ଲାତ ମାରୁଛି ବୀମା କମ୍ପାନୀ : ଏସିଏଫ ନାଁରେ ନେଉଛି ପିଟୁଣୀ ଟିକସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲୁଟୁଛି କମ୍ପାନୀ, ଅଭିଯୋଗ କଲେ ବି ପ୍ରଶାସନ ନିଦାବିଷ୍ଣୁ
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ ପ୍ରତାରଣାର ଶିକାର
ତାତିଲେଣି ଚାଷୀ , ସ୍ୱାଧୀନତା ଦିବସ ହେବ ପ୍ରତିବାଦ ଦିବସ

ବରଗଡ :- ବରଗଡ ଜିଲ୍ଲା କୁ ଓଡ଼ିଶାର ଭାତ ହାଣ୍ଡି ବୋଲି କୁହାଯାଏ । ହେଲେ ଆଜି ରାଜ୍ୟ ତଥା ଦେଶକୁ ଭାତ ଯୋଗାଉଥିବା ବରଗଡ଼ ଜିଲ୍ଲାର ଚାଷୀ ସବୁ ବେଳେ ସମସ୍ୟା ଘେରରେ । ଚାଷ ଓ ଚାଷୀ ର ଅନେକ ସମସ୍ୟା ରହିଛି , ସବୁ ବେଳେ ଚାଷୀକୁ କେବଳ ଆଶ୍ୱାସନା ବ୍ୟତୀତ ଅନ୍ୟ କିଛି ମିଳୁନାହିଁ । କେତେବେଳେ ଚାଷୀକୁ ମିଲର ମାନେ ଠାକୁଛନ୍ତି ତ କେତେବେଳେ ଇନ୍ସୁରାନ୍ସ କମ୍ପାନୀ , କେତେବେଳେ ନକଲି ବିହନ ତ କେତେବେଳ ନକଲି କୀଟନାଶକ । ଏହି ସବୁ ପରେବି ପ୍ରଶାସନିକ ଉଦାସୀନତା ଓ ଋଣ ବୋଝ ଚାଷୀକୁ ତଳିତଳାନ୍ତ କରିଦେଉଛି । ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ଚାଷୀ ଭାଇ ମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରତାରଣାର ଶିକାର ହୋଇଛନ୍ତି । ଏସିଏଫ ନାଁରେ ବୀମା କମ୍ପାନୀ ଚାଷୀଙ୍କ ପ୍ରାପ୍ୟର ୩୦ ରୁ ୪୦ ପ୍ରତିଶତ କାଟି ଦେଉଛି । ବାରମ୍ବାର ଏନେଇ ପ୍ରଶାସନକୁ ଜଣେଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ରାଜ୍ୟ ସରକାର କିଛି ପଦକ୍ଷେପ ନେବା ବଦଳରେ ଚୁପ ହୋଇ ଅସିଛି । ଚାଷୀଙ୍କୁ ଠକି ଚାଲିଥିବା ବୀମା କମ୍ପାନୀ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କିମ୍ବା ବୀମା କମ୍ପାନୀ କୁ ତାଗିଦ କରିବା ସାହସ  ପ୍ରଶାସନ କରି ପାରୁନାହିଁ। ଏଥିପାଇଁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।
ଆଗାମୀ ଅଗଷ୍ଟ ୧୫ ତାରିଖ ଦିନ ପଦ୍ମପୁରରେ ପ୍ରତିବାଦ ଦିବସ ପାଳନ କରିବା ପାଇଁ ଚାଷୀମାନେ ନିଷ୍ପତ୍ତି ନେଇଛନ୍ତି । ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ଏବଂ ଜୟ କିଷାନ ଆନ୍ଦୋଳନ ପକ୍ଷରୁ ଆଜି ମହୁଲପାଲିଠାରେ ଅନୁଷ୍ଠିତ ସମାବେଶରେ ବିଚାରବିମର୍ଷ ପରେ ସଙ୍ଗଠନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସେହିପରି ଜୁଲାଇ ୩୦ ତାରିଖ ଦିନ ଝାରବନ୍ଧଠାରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବାକୁ ସ୍ଥିର ହୋଇଛି । ଏହି ସମାବେଶରେ ବରିଷ୍ଠ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନ, ଶୁଶିଲ କୁମାର ସାହୁ, ବିଶ୍ୱନାଥ ରଣା, ରୋହିତ ପ୍ରଧାନ, କୈଳାଶ ବାରିକ, ଅଶୋକ ସାହୁ, ସୌକି ମେହେର, ରମେଶ ମହାପାତ୍ର, ଡ଼ମ୍ବରୁଧର ସାହୁ, ପିତାମ୍ବର ସାହୁ ପ୍ରମୁଖ ଉଦବୋଧନ ଦେଇଥିଲେ ।


0
0
0
s2sdefault