ହେଡଲାଇନସ୍:

ସମସ୍ୟା ଭିତରେ ଗୋଷ୍ଠୀ ଓଡ଼ଗାଁ ସ୍ୱାସ୍ଥ୍ୟ କେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶାସକ ପ୍ରଶାସକ) : ଓଡଗାଁ ଡାକ୍ତରଖାନାରେ ଦିର୍ଘଦିନଧରି ସ୍ଥାନୀୟ ଅଂଚଳର ଏକାଧିକ କର୍ମଚାରୀ ବିଭିନ୍ନ ପଦ ପଦବୀରେ ଆସ୍ଥାନ ଜମାଇ ରହିଥିବା ବେଳେ ସେମାନଙ୍କର ନିଷ୍ଠୁର ବ୍ୟବହାରରେ ରୋଗୀମାନେ ଅତିଷ୍ଠ ହୋଇ ପଡୁଥିବା ଜଣା ପଡିଛି । ଫଳରେ ଉକ୍ତ ଡାକ୍ତରଖାନା ଉପରେ ଭରଷା ନକରି ଗ୍ରାମାଂଚଳରେ ଥିବା କ୍ୱାକ ମାନଙ୍କ ନିକଟରେ ଚିକିତ୍ସିତ  ହେବାକୁ ଅଧିକ ପସନ୍ଦ କରୁଛନ୍ତ ସ୍ଥାନୀୟ ଅଂଚଳବାସୀ । ଅନେକ ଦଶନ୍ଧି ଧରି ଓଡଗାଁ ଡାକ୍ତରଖାନା ସ୍ଥାନୀୟ ଅଂଚଳ ବାସୀଙ୍କ ଆଶା ଭରସାର ପ୍ରାଣକେନ୍ଦ୍ର ଥିଲା । ଡାକ୍ତରମାନେ ଏଠାରେ ରହି ନୟମିତ ରୋଗୀମାନଙ୍କୁ ସେବା ପ୍ରଦାନ କରୁଥିଲେ । ଫଳରେ କେବଳ ନୟାଗଡ ଜିଲ୍ଲା ନୁହେଁ, ସିମାନ୍ତ ଅଂଚଳ ଗଞ୍ଜାମ ଜିଲ୍ଲାରୁ ମଧ୍ୟ ରୋଗିମାନେ ଏଠାକୁ ଆସି ଚିକିତ୍ସିତ ହୋଇଥାନ୍ତି । ବହୁମାତ୍ରାରେ ରୋଗୀ ଏଠାକୁ ଆସୁଥିବାରୁ ସମସ୍ତ ବେଡ ସରିବା ପରେ ରୋଗୀମାନଙ୍କୁ ବାରଣ୍ଡାରେ ଚିକିତ୍ସା କରିବାର ଦେଖିବାକୁ ମିଳୁଥିଲା । ଡାକ୍ତରଙ୍କ ସୁମିଷ୍ଟ ବ୍ୟବହାର ଏବଂ ହାତର କାଉଁରୀ ସ୍ପର୍ଶରେ ଅଧେରୋଗ ଭଲ ହୋଇ ଯାଉଥିଲା ବୋଲି ଶୁଣିବାକୁ ମିଳେ । ହେଲେ ବର୍ତମାନ ତାହା ସମ୍ପୁର୍ଣ୍ଣ ଓଲଟି ଯାଇଛି । ଡାକ୍ତରମାନେ ପାଳିକରି ଏଠାକୁ ଆସୁଥିବାରୁ ରୋଗୀମାନେ ଭରଷା କରି ଡାକ୍ତରଖାନାକୁ ଆସୁନାହାଁନ୍ତି । ଅନନ୍ୟ ଉପାୟ ନଥାଇ ଯେଉଁମାନେ ଆସୁଛନ୍ତି, କର୍ମଚାରୀଙ୍କ ବ୍ୟବହାରରେ ସେମାନଙ୍କର ରୋଗ କମିବା ବଦଲରେ ବଢିଯାଉଛି । ରାଜନୈତିକ ନେତାଙ୍କର ଛତ୍ରଛାୟାତଳେ ରହି ଦିର୍ଘଦିନଧରି ପ୍ରଭାବ ବିସ୍ତାର କରିଥିବା ଏହି କର୍ମଚାରୀ ମାନେ ରୋଗିମାନଙ୍କୁ ପୋକମାଛିପରି ବ୍ୟବହାର କରିବା ସହିତ ବେଳେ ବେଳେ ଉପହାସ କରୁଥିବା ଦେଖିବାକୁ ମିଳିଥାଏ । ହେଲେ ଅପମାନିତ ଓ ଲାଂଛିତ ରୋଗୀ ନିକଟରେ କୈାଣସି ବିକଳ୍ପ ନଥିବାରୁ ଅପମାନ ସହି ଅଲଜ୍ୟାଙ୍କ ପରି କାନ୍ଥକୁ ଆଉଜି ଅପେକ୍ଷା କରେ । ନିରାମୟ ଯୋଜନା ଏଠି ନାମମାତ୍ର । ଯାହାବି ଔଷଧ ବଂଟନ ପାଇଁ ଆସେ ବାଂଟିବା ଦୟିତ୍ୱରେ ଥିବା କର୍ମଚାରୀମାନେ ଔଷଧ  ଦେବାବେଳେ ନିଜ ପକେଟରୁ ଦୟାରେ ଦେବାଭଳି  ବ୍ୟବହାର କରନ୍ତି । ଏଠାରେ ବର୍ତମାନ ଜଣେ ଆୟୁଷ ଡାକ୍ତରଙ୍କ ସହିତ ୩ ଜଣ ଡାକ୍ତର କାର୍ଯ୍ୟରତ ଥିବା ବେଳେ ଜଣେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଦୟୀତ୍ୱରେ ଥିବା ବେଳେ ଅନ୍ୟ ଜଣେ ଡାକ୍ତର ସୁନାମୁହିଁ ଡାକ୍ତରଖାନାରୁ ଗୁର ଶୁକ୍ରବାର ୨ଦିନ ଡେପୁଟେସନରେ ଆସି କାର୍ଯ୍ୟ କରିଥାନ୍ତି । ମେଡିସିନ, ସ୍ତ୍ରୀରୋଗ ଏବଂ ଅନ୍ୟଜଣେ ଶିଶୁରୋଗ ବିଶେଷଜ୍ଞ ପଦବୀ ଏଠାରେ ଖାଲି ଥିବାରୁ ଜଣେ ସାଧାରଣ ରୋଗୀର ପ୍ରାଥମୀକ ଚିକିତ୍ସା ପରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦିଆଯାଏ । କାରଣ ରୋଗି ଆଡମିସନ କଲେ ତାକୁ ଦେଖିବା ପାଇଁ ଡାକ୍ତର ଏବଂ ଅନ୍ୟ କର୍ମଚାରୀ ମାନଙ୍କୁ ଯାଗ୍ରତ ରହିବାକୁ ପଡିବ । ଏଭଳି ଅନେକ ସମସ୍ୟା ରହିଥିଲେ  ସୁଧା ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁ ସମସ୍ୟାର ସମାଦାନ ହୋଇପାରୁନାହିଁ । ଏହିପରି ସମସ୍ୟା ଲାଗିରହିଲେ ଭବିଷ୍ୟତରେ ଏହାର ସ୍ଥାୟୀ ପ୍ରତିକାର ପାଇଂ ଗଣ ଆନ୍ଦୋଳନ  ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।

0
0
0
s2sdefault