ହେଡଲାଇନସ୍:

ସରକାରଙ୍କ ମହତ୍ତ୍ୱପୂର୍ଣ୍ଣ ୫ "ଟି' ଉପରେ ବୈଠକ ନେଲେ ସୂଚନା ଲୋକସମ୍ପର୍କ ସଚିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର,(ଶାସକ ପ୍ରଶାସକ) :  ରାଜ୍ୟରେ ସୁଶାସନ ପ୍ରଦାନ କ୍ଷେତ୍ରରେ ୫ "ଟି' ଯଥା  ସାମୂହିକ ବା ସମ୍ମିଳିତ ପ୍ରୟାସଗତ କାର୍ଯ୍ୟ (ଟିମ୍ ଓ୍ୱାର୍କ), ସ୍ୱଚ୍ଛତା (ଟ୍ରାନ୍ସପାରେନ୍ସି), ବୈଷୟିକ ଜ୍ଞାନକୌଶଳ (ଟେକ୍ନୋଲୋଜି), ରୂପାନ୍ତରଣ (ଟାନ୍ସଫରମେସନ୍) ଏବଂ ସମୟ (ଟାଇମ୍)କୁ ଆଧାର  କରି ନାଗରିକ କେନ୍ଦ୍ରିକ  ସେବା  ପ୍ରଦାନ ଦିଗରେ ସରକାର ଗୁରୁତ୍ୱ ଦେଉଥିବାବେଳେ ଏହି ପରିପ୍ରେକ୍ଷୀରେ ରାଜ୍ୟ ସୂଚନା ଓ ଲୋକସଂପର୍କବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଏବଂ ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଂଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନରେ ଇଡକୋ ସମ୍ମିଳନୀ କକ୍ଷରେ ସଂପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷ ଓ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି |
ବୈଠକରେ ଶ୍ରୀ ସିଂ ସଂପୃକ୍ତ ବିଭାଗଗୁଡ଼ିକ ଏହି ପାଞ୍ଚଟି ଆଭିମୁଖ୍ୟ ଉପରେ ଗୁରୁତ୍ୱ ଦେଇ ନିଷ୍ପତ୍ତି ନିଆଯାଉଥିବା  କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ପରାମର୍ଶ ଦେଇଛନ୍ତିା ସୂଚନା ଓ ଲୋକସଂପର୍କ ବିଭାଗୀୟ କାର୍ଯ୍ୟ ମଧ୍ୟରେ ରାଜ୍ୟସ୍ତରୀୟ ଆରଟିଆଇ ପୋର୍ଟାଲ ୩୦ ଦିନ ମଧ୍ୟରେ ଅପଡେଟ କରିବା, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓକାକ୍) ସହିତ ପରାମର୍ଶ କରି ବିଭାଗରେ ପୁରୁଣା ମୂଲ୍ୟବାନ ଫଟୋ, ପ୍ରାମାଣିକ ଚଳଚ୍ଚିତ୍ର ଏବଂ ଚଳଚ୍ଚିତ୍ର ଆଦିକୁ ଡିଜିଟାଲ୍  ପଦ୍ଧତିରେ ସଂରକ୍ଷଣ କରିବା,ବିଭିନ୍ନ ବିଭାଗର ସଫଳ କାହାଣୀ ସଞ୍ଚାଦ ପତ୍ର/ ପତ୍ର ପତ୍ରିକାରେ ପ୍ରକାଶନ କରିବା ଇତ୍ୟାଦି ଅନ୍ୟାନ୍ୟ କାର୍ଯ୍ୟକୁ ତ୍ୱରିତ ସଂପାଦନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ |  ସେହିପରି ଶ୍ରୀ ସିଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ଇଡକୋ ସଂପର୍କିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି ମୁଖ୍ୟମନ୍ତ୍ରୀଙ୍କ ୫ "ଟି' ସୂତ୍ରକୁ ଆଧାର କରି ବିଭାଗୀୟ କାର୍ଯ୍ୟ ସୁଚାରୁ ରୂପେ  ସଂପାଦନ କରବାକୁ ନିର୍ଦ୍ଦେଶ ଦେଇଥିଲେ |
ବୈଠକରେ ସୂଚନା ଓ ଲୋକସଂ ପର୍କବିଭାଗ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର, ଯୁଗ୍ମ ଶାସନ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀବିପିନ ବିହାରୀ ବାରିକିଙ୍କ ସମେତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ଇଡକୋରବରିଷ୍ଠ ପଦାଧିକାରୀ ଓ ସଂପୃକ୍ତବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ |

0
0
0
s2sdefault