ହେଡଲାଇନସ୍:

ସ୍ୱତନ୍ତ୍ର କିଶୋର ଆରକ୍ଷୀ ୟୁନିଟର ଦାୟିତ୍ୱ ଓ ଭୁମିକା ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ କିଶୋର ନ୍ୟାୟ ଅନ୍ତର୍ଗତ ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା ଅଧିନିୟମ-୨୦୧୫ ଉପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ସ୍ୱତନ୍ତ୍ର କିଶୋର ଆରକ୍ଷୀ ୟୁନିଟର ଦାୟିତ୍ୱ ଓ ଭୂମିକା ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
    ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ସାରା ଶର୍ମା ଯୋଗ ଦେଇ ଉଦ୍‍ଘାଟନ କରିଥିଲେ । ପରେ ଶିଶୁ ସୁରକ୍ଷା ୟୁନିଟ ଜିଲ୍ଲା ଅଧିକାରୀ ଅରୁଣ କୁମାର ତ୍ରିପାଠୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ କହିଥିଲେ ।
    ଜିଲ୍ଲା ଆରକ୍ଷି ଅଧିକ୍ଷିକା ସାରା ଶର୍ମା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ଦିନ ଆଇନ ଗୁଡିକର କିଛିନା କିଛି ପରିବର୍ତ୍ତନ ହୋଇଛି । ଆସନ୍ତା ଦିନରେ ଏଠାରେ ମଧ୍ୟ କୋର୍ଟ ଖୋଲିବ । ଯେଉଁ ଠାରେ ଶତାଧିକ ସଂଖ୍ୟାରେ ପୋଷ୍କ ଆଇନ ସମ୍ୱନ୍ଧୀୟ କେଶ ଯିବ । ତେଣୁ ତୃଣମୁଳ ସ୍ତରରେ ଆମେ ଯେଉଁ ପୋଲିସ ଅଧିକାରୀ ମାନେ ଏହି ଶିଶୁ ସମ୍ୱନ୍ଧୀୟ କେସ ଗୁଡିକ ସିଧାସଳଖ ଭାବେ କାର୍ଯ୍ୟ ସମ୍ପାଦନା କରୁଛେ, ସେଥିପାଇଁ ଆମକୁ ସେହି ଦିଗରେ ଅଧିକ ଜ୍ଞାନ ଦରକାର । ଆମେ ସେ ଦିଗରେ ତ୍ୱରିତ ନ୍ୟାୟ ପ୍ରଦାନ କରିବା ସହ କେସକୁ ନିର୍ଦ୍ଦିଷ୍ଠ ସମୟ ସୀମା ମଧ୍ୟରେ ସମାପ୍ତ କରିବା ପାଇଁ ଚାହିଁବା ଆବଶ୍ୟକ  ।
    ପୋଲିସ ଅଧିକାରୀ ମାନେ ଜୁଭେନାଇଲ ଜଷ୍ଟିସ ଆଇନର ନିତି ନିୟମକୁ ଅନୁସରଣ କରି ଶିଶୁମାନଙ୍କ ସହ ସହାନୁଭୁତି ଓ ସମ୍ୱେଦନା ପ୍ରକାଶ କରି  ଶିଶୁ ମାନଙ୍କ ସହ କାର୍ଯ୍ୟ ସମ୍ପାଦନା କରିବାକୁ ହେବ ।
    ମୁଖ୍ୟତଃ ୧୮ ବର୍ଷରୁ କମ୍‍ ବୟସ ହୋଇଥିଲେ ଅପରାଧିକ କି ଭୁଲ କି ଅନ୍ୟ କୌଣସି ଘଟଣାରେ ଶିଶୁର ନାମ , ଫଟୋ , ଠିକଣା ଓ ପରିଚୟ ପ୍ରଭୃତି ଲେଖିପାରିବାକି ନାହିଁକି ପ୍ରକାଶ କରିପାରିବା ନାହିଁ, କାରଣ ଛୋଟ ପିଲାଟି କୌଣସି ଭୁଲ କି  ଅପରାଧ କଲେ ଆଗକୁ ତାର କୌଣସି ରେକର୍ଡ ରହେ ନାହିଁ ।  ତେଣୁ ଏ ସବୁ ପ୍ରତି ସମସ୍ତ ଅଧିକାରୀ ମାନେ ଯତ୍ନବାନ ହୋଇ କାର୍ଯ୍ୟସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ ।
    ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ ଯୋଗ ଦେଇ ଶିଶୁ ମାନଙ୍କ ନିମନ୍ତେ ଆଇନରେ ରହିଥିବା ବିଭିନ୍ନ ଅଧିକାର ଗୁଡିକ ବିଷୟରେ ବୁଝାଇ ସେମାନେ ଯେଭଳି କୌଣସି ଶୋଷଣ , ନିର୍ଯ୍ୟାତନା , ଅବହେଳା ଓ ଅସୁରକ୍ଷିତ ଅଯତ୍ନ ଓ ଅସୁବିଧାର ଶିକାର ନହୁଅନ୍ତି ସେ ଦିଗରେ ରହିଥିବା ସ୍ୱତନ୍ତ୍ର କିଶୋର ଆରକ୍ଷି ୟୁନିଟର ଦାୟିତ୍ୱ ଓ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।
    ଏହି କାର୍ଯ୍ୟକ୍ରମର ପ୍ରଶିକ୍ଷକ ଭାବେ ରାଜ୍ୟ ସ୍ତରର ଭୁବନେଶ୍ୱରରୁ ଆସିଥିବା ଶିଶୁ ସୁରକ୍ଷା ପରାମର୍ଶ ଦାତା ମନୋଜ କୁମାର ତ୍ରିପାଠୀ ଯୋଗଦେଇ ଶିଶୁ ମାନଙ୍କ ସୁରକ୍ଷା ଓ ଯତ୍ନ ଅଧିନିୟମ ୨୦୧୫ର ବିଭିନ୍ନ ଦିଗ ଉପରେ ଆଲୋଚନା କରି ବିଭିନ୍ନ ଧାରା ଓ  ଉପଧାରା , ପଷ୍କୋ ଆଇନ ୨୦୧୨ ଉପରେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଆରକ୍ଷୀ ୟୁନିଟର ଅଧ୍ୟକ୍ଷ ଜିଲ୍ଲାର ସମସ୍ତ ଥାନା ଅଧିକାରୀ, ଏସଡିପିଓ ଠାକୁର ପ୍ରସାଦ ପାତ୍ର, ଜିଲ୍ଲା କିଶୋର ନ୍ୟାୟ ବୋର୍ଡ ସଦସ୍ୟ ଭାଗ୍ୟଲକ୍ଷ୍ମୀ ନାୟକ, ବିଜୟନିନୀ ମହିଳା ସହାୟତା କେନ୍ଦ୍ରର ସିଲି ପରିଡା ଓ ଗୌରୀ ସୋରେନ, ଜିଲ୍ଲା ଚାଇଲଡ ଲାଇନ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ନବଜୀବନ ଟ୍ରଷ୍ଟ ଏବଂ ଜିଲ୍ଲା ଶିଶୁ ମଙ୍ଗଳ ସମିତିର କର୍ମକର୍ତ୍ତା ଓ ସଦସ୍ୟ ଓ ସଦସ୍ୟା ଗଣ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault