ହେଡଲାଇନସ୍:

କି ପ୍ରକାର ସ୍ଖଳିତ ମାନସିକତା : ଯେତେ ବି ନିନ୍ଦା କଲେ କମ ହେବ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ଼ : ବରଗଡ଼ ଜିଲ୍ଲାରେ ଲଜ୍ଜା । ନିଜର କାମ ଲାଳସା ମେଣ୍ଟାଇବା ପାଇଁ 4 ବର୍ଷୀୟା ଭଉଣୀକୁ ଦୁଷ୍କର୍ମ କରିଛି ଖୋଦ ନିଜର ରକ୍ତ ସମ୍ପର୍କୀୟ ଭାଇ । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ଅତାବିରା ଥାନା ଗୋଡ଼ଭଗା ଅଞ୍ଚଳରେ । ଏଭଳି ଘଟଣା ଜଣାପଡ଼ିବା ପରେ ଗତକାଲି 26ତାରିଖରେ ପୀଡ଼ିତା ଶିଶୁକନ୍ୟାଙ୍କ ପରିବାର ଲୋକେ ଅତାବିରା ଥାନାରେ ଲିଖିତ ଅଭିଯୋଗ ଦେଲା ପରେ ପୋଲିସ ଅଭିଯୁକ୍ତ ଭାଇ ସୁଧାଂଶୁ ପ୍ରଧାନଙ୍କୁ ଗିରଫ କରିଛି । ଏ ନେଇ ଅତାବିରା ଥାନାରେ କେଶ ନମ୍ବର 155/2019, ଦଫା 376(ଏ) (ବି) ଆଇପିସି/ 6 ପୋସ୍କୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ମେଡିକାଲରେ ଡାକ୍ତରୀ ମାଇନା ପରେ କୋର୍ଟଚାଳାଣ କରାଯାଇଛି ବୋଲି ବରଗଡ଼ ସଦର ଏସଡିପିଓ କ୍ଷୀରସାଗର ନାଏକ କହିଛନ୍ତି । ଗତ 23 ତାରିଖ ସକାଳେ ପୀଡ଼ିତା ଶିଶୁକନ୍ୟା ଘରେ ଖେଳୁଥିବା ବେଳେ ଅଭିଯୁକ୍ତ ଭାଇ ଭଉଣୀଙ୍କୁ ଡାକି ନେଇ ଦୁଷ୍କର୍ମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।


0
0
0
s2sdefault