ହେଡଲାଇନସ୍:

ଫନି ବାତ୍ୟା ପାଇଁ ମିଳିଛି ୫୨୦.୯୪ କୋଟି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର : ଭୟଙ୍କର ସାମୁଦ୍ରକ ବାତ୍ୟା ଫନି ପରେ ବିଭିନ୍ନ ସୂତ୍ରରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କୁ ବର୍ତମାନ ସୁଦ୍ଧା ମୋଟ ୫୨୦ କୋଟି ୯୪ ଲକ୍ଷ ୪ ହଜାର ୨୯୦ ଟଙ୍କା ମିଳିଛି । ସେଥିମଧ୍ୟରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪୬୧ କୋଟି ୮୪ ଲକ୍ଷ ୪୭ ହଜାର ୨୭୮ ଟଙ୍କା ମିଳିଥିବା ବେଳେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କୁ ବିଭିନ୍ନ କର୍ପୋରେଟ୍ ସଂସ୍ଥା ୫୯ କୋଟି ୯ ଲକ୍ଷ ୫୭ ହଜାର ୧୨ ଟଙ୍କା ଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଫନି ବାତ୍ୟା ପ୍ରପୀଡ଼ିତଙ୍କ ପାଇଁ ବିଭିନ୍ନ ଯୋଜନାରେ ୧୩୧ କୋଟି ୨୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଆଜି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଏହି ପ୍ରଶ୍ନ ପଚାରିଥିଲେ ।


0
0
0
s2sdefault