ହେଡଲାଇନସ୍:

ଓଡଗାଁ ବିଜ୍ଞାପିତ ଅଂଚଳ ପରିଷଦ: ଡ୍ରେନ, ରାସ୍ତା ଓ ବ୍ରିଜ ନିର୍ମାଣ ଅଧାରେ ଅଟକି ରହିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡଗାଁ ବିଜ୍ଞାପିତ ଅଂଚଳରେ ଦିର୍ଘଦିନ ଧରି ନିର୍ବାଚିତ ପ୍ରତିନିଧିଙ୍କ ଦ୍ୱାରା ପରିଷଦ ଗଠନ ହୋଇନଥିବା କାରଣକୁ ଦର୍ଶାଇ ଆଉ କେତେଦିନ ଜନସାଧାରଣଙ୍କୁ ଭୂଆଁ ବୁଲେଇ ଚାଲିଥିବେ ଓଡଗାଁ ବିଜ୍ଞାପିତ ଅଂଚଳ କର୍ତୁପକ୍ଷ । ଏହି ଅଂଚଳର ପ୍ରତ୍ୟେକ ନାଗରୀକଙ୍କ ସର୍ବନିମ୍ନ ମୈାଳିକ ଆବଶ୍ୟକତା ପୁରଣ କରିବା ସ୍ୱାୟତ ଶାସନ ବ୍ୟବସ୍ଥାର ପ୍ରାଥମୀକ ଦାୟିତ୍ୱ । ମାତ୍ର ଏଠାରେ ସମସ୍ତ ଉନ୍ନୟନ କାର୍ଯ୍ୟ ଲୋକମାନଙ୍କ ନାମରେ କରାଯାଉଥିବା ବେଳେ ସେମାନଙ୍କର ଅସୁବିଧାପ୍ରତି ସାମାନ୍ୟ ଧ୍ୟାନ ଦିଆଯାଇନଥାଏ । ପାଉଣା ପାଇ ଠିକାଦାର ଚୁପ ହୋଇ ବସିଯାନ୍ତି । ଏଠି ଦିନ ଦିନ ଧରି ଦିନରେ ଆଲୁଅ ଜଳେ ରାତିରେ ହୁଏ ଅନ୍ଧାର । ରାସ୍ତା ଓ ଡ୍ରେନ ନିର୍ମାଣ ହୁଏ କିନ୍ତୁ ଅଧାପନ୍ତରିୟା । ଅନେକ ସ୍ଥାନରେ ମୁଖ୍ୟ ସଡକକୁ ସଂଯୋଗ କରୁଥିବା ସାହି ରାସ୍ତା ଗୁଡିକର ବ୍ରିଜ ନିର୍ମାଣ ସମ୍ପୁର୍ଣ୍ଣ ହୋଇନାହିଁ । ବହୁବର୍ଷ ପୂର୍ବେ ନିର୍ମିତ ହୋଇଥିବା ଡ୍ରେନ ଅନେକ ସ୍ଥାନରେ ପୁନରଉଧାର କରାଯାଇଥିବା ବେଳେ ମୁଖ୍ୟ ସଡକ କଲେଜ ରୋଡର ଅନେକ ସ୍ଥାନରେ ଡ୍ରେନ ପୋତିହୋଇ ରହିଥିବାରୁ ଜଳ ନିଷ୍କାସନ ଓ ଗମନା ଗମନରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ପୋତିହୋଇ ରହିଥିବା ଡ୍ରେନ ଗୁଡିକ ପ୍ରଶାସନର ସାମ୍ନାରେ ରହିଥିବା ବେଳ ସେଥିପ୍ରତି କାହାରି ନିଘାନାହିଁ । ଓଡଗାଁ କଲେଜ ରୋଡରୁ ଗାନ୍ଧିନଗର ଓ ହେମାମାଳି ସାହିକୁ ରାସ୍ତା ନିର୍ମାଣ ଶେଷ ହୋଇଥିବା ବେଳେ ସଂଯୋଗ ସ୍ଥଳରେ ବ୍ରିଜ ନିର୍ମାଣ ଅସମ୍ପୁର୍ଣ୍ଣ ରହିବା ସହିତ ୫ ଫୁଟ ଗଭିରତା ବିଶିଷ୍ଟ ଖାଲଟି ଏକ ମରଣ ଜନ୍ତା ପାଲଟିଛି । ସାହିର ସାନଠାରୁ ବଡ ପର୍ଯ୍ୟନ୍ତ ସମସ୍ତ ଛାତ୍ର/ଛାତ୍ରୀ ମାନେ ନିୟମୀତ ବିଦ୍ୟାଳୟକୁ ଏହି ପଥ ଦେଇ ଯିବା ଆସିବା କରିବା ସମୟରେ ଏଠାରେ ପଡି ଅନେକ ଆହତ ହୋଇଥିଲେ ମଧ୍ୟ ବିଭାଗୀୟ କତ୍ରୁପକ୍ଷଙ୍କ ଦ୍ୱାରା କୈାଣସି ନିର୍ଦ୍ଧିଷ୍ଟ ସଙ୍କେତ ଦିଆଯାଇନାହିଁ । କାରଣ ସେଭଳି ବଡଧରଣର ଦୁର୍ଘଟଣା ଘଟି କ୍ଷୟକ୍ଷତ ନହେବା ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହେବନାହିଁ ବୋଲି ସାଧାରଣରେ ଆଲୋଚନା ହୁଏ ।  କଲେଜ ରୋଡର ରାଧାମାଧାବ ମନ୍ଦିର ନିକଟରେ ୧୦ ମିଟର ପୁରୁଣ ଡ୍ରେନ ପୋତି ହୋଇଯାଇଛି, ଓଡଗାଁ ମିନିଷ୍ଟାଡିୟମ ଏବଂ ହାଇସ୍କୁଲ ମଝିରେ ରହିଥିବା ରାସ୍ତା ସମୁଖ  ଡ୍ରେନଟି ସମ୍ପୁର୍ଣ୍ଣ ପୋତିହୋଇ ରହିଥିବା ବେଳେ ରାଦାମାଧବ ମନ୍ଦିର ନିକଟ, ପ୍ରଧାନମନ୍ତ୍ରୀ କୈାଶଳକେନ୍ଦ୍ର ଅପରପାଶ୍ୱର୍, ଗୟଳସିଂ ମନ୍ଦିର ନିକଟରେ ପ୍ରାୟ ୪୦ ମିଟର ଡ୍ରେନ ପୋତିହୋଇ ରହିଛି । ବର୍ଷା ଦିନିଆ ସ୍ୱାଭାବିକ ବର୍ଷା କିମ୍ବା ଲଘୁଚାପ ବର୍ଷା ହେଲେ ପରିସ୍ଥିତି ଏମିତି ଅଣାୟତ ହେବ ପ୍ରାଶାସନ ପରିସ୍ଥିତିକିକୁ ଆୟତ କରିବା ନା ସମ୍ଭବ ହେବ ନା ସମୟ ଥିବ ।

0
0
0
s2sdefault