ହେଡଲାଇନସ୍:

ଓଡିଶା ପାଇଁ ଚଳିତ ରେଳ ବଜେଟରେ ରେକର୍ଡ ଅର୍ଥ ୫ ହଜାର ୯୯୩ କୋଟି ବ୍ୟୟବରାଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପ୍ରଧାନମନ୍ତ୍ରୀ  ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

 ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ସରକାର ରେଳ ପାଇଁ ଓଡିଶାକୁ ୫ ହଜାର ୯୯୩ କୋଟି ଅର୍ଥ ବଡ ବ୍ୟୟବରାଦ ଭାରତକୁ ଆଗେଇ ନେବ
 ରାଜ୍ୟରେ ୫ଟି ନୂଆ ରେଳପଥ ପାଇଁ ସର୍ଭେ କରିବାର ଆର୍ଥିକ ବ୍ୟବସ୍ଥା ଚଳିତ ବଜେଟରେ କରାଯାଇଛି
 ରେଳ ଯାତ୍ରୀଙ୍କ ଯାତାୟତ ସୁବିଧା ପାଇଁ ୧୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି
 ଦୀର୍ଘ ଦିନର ୭ଟି ରେଳ ପ୍ରକଳ୍ପ ପାଇଁ ରେକର୍ଡ ପରିମାଣର ବ୍ୟୟବରାଦ


ନୂଆଦିଲ୍ଲୀ/ଭୁବନେଶ୍ୱର– ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ସରକାର ପୂର୍ବ ବର୍ଷ ଭଳି ଓଡିଶା ପାଇଁ ଚଳିତ ରେଳ ବଜେଟରେ  ରେକର୍ଡ ଅର୍ଥ ୫ ହଜାର ୯୯୩ କୋଟି ବ୍ୟୟବରାଦ କରିଥିବାରୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ  ପିୟୂଷ ଗୋଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ଗୋଏଲ ମୋଦି ସରକାରଙ୍କର ଓଡିଶା ପାଇଁ ରେଳ ବଜେଟରେ ବଡ ବ୍ୟୟବରାଦର ଧାରାକୁ ଆଗେଇ ନେଇଛନ୍ତି ଓ ଏହା ଭାରତକୁ ଆଗେଇ ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତ ବଜେଟରେ ରେଳ ଯାତ୍ରୀଙ୍କ ଯାତାୟତ ସୁବିଧା ପାଇଁ ୧୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳ ଓଭର ବ୍ରିଜ୍ ଏବଂ ରେଳପଥ ଅତିକ୍ରମ କରିବା ବ୍ୟବସ୍ଥାକୁ ବିଶେଷ ଦୃଷ୍ଟି ଦିଆଯାଇଛି ବୋଲି ସେ କହିଛନ୍ତି ।
ସେହିପରି ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ୫ଟି ନୂଆ ରେଳପଥ ପାଇଁ ସର୍ଭେ କରିବାର ଆର୍ଥିକ ବ୍ୟବସ୍ଥା ଚଳିତ ବଜେଟରେ କରାଯାଇଛି । ବିଶେଷ କରି ସେ ଅନୁରୋଧ କରିଥିବା ରାଜ୍ ଆଠଗଡ–କାଇପଦର ରୋଡ ଏବଂ ତାଲଚେର-ଅନୁଗୁଳ କର୍ଡ ଲାଇନ୍ ପାଇଁ ସର୍ଭେ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
କେନ୍ଦ୍ରମବୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ଦିନର ପ୍ରକଳ୍ପ ଯଥା ଅନୁଗୁଳ–ସୁକିନ୍ଦା ରୋଡ୍, ହରିଦାସପୁର-ପାରାଦ୍ୱୀପ, ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର, ତାଳଚେର-ବିମଳାଗଡ, ଜୟପୁର-ମାଲକାନଗିରି, ନୂଆପଡା-ଗୁଣୁପୁର ଏବଂ ସମ୍ବଲପୁର-ଟିଟଲାଗଡ ରେଳ ପ୍ରକଳ୍ପ ପାଇଁ ରେକର୍ଡ ପରିମାଣର ବ୍ୟୟବରାଦ ଚଳିତ ରେଳ ବଜେଟରେ କରାଯାଇଛି ବୋଲି ସେ କହିଛନ୍ତି ।

0
0
0
s2sdefault