ହେଡଲାଇନସ୍:

ସ୍କୁଲ ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣିଲେ ରାଜ୍ୟ ମୁଖ୍ୟମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ(ଶାସକ ପ୍ରଶାସକ):ବରଗଡ ଜିଲ୍ଲା ଉପାନ୍ତ ଅଂଚଳରେ ସ୍ଥିତ ଝାରବନ୍ଧ ବ୍ଲକର ଏକ ଗ୍ରାମ  ତୁମୁରିପାଣିର ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ କଥା ମୁଖ୍ୟମନ୍ତ୍ରୀ ଶୁଣି ସେମାନେ ଯାହା ଇଚ୍ଛା କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହା ପୂରଣ କରିଛନ୍ତି. ଛାତ୍ରଛାତ୍ରୀ ମାନେ ଖୁସିରେ ବିଭୋର ହୋଇଉଠିଛନ୍ତି ।

  ଝାରବନ୍ଧ ବ୍ଲକ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଥିତ ଖେଳପଡିଆରେ ଥିବା ନଳକୂପ ଦୀର୍ଘଦିନ ହୋଇ ଅଚଳ ପଡିଥିଲା । ପିଲାମାନେ ଏହାଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ, ଯାହାକି ବାଳସଭାରେ ଆଲୋଚନା ହେଉଥିଲା  ତା ଛଡ଼ା ସରକାର ବିଦ୍ୟାଳୟ ଖେଳପଡିଆ ଉନ୍ନତିକରଣ ସକାଶେ ବିଭିନ୍ନ ଯୋଜନା କରୁଥିବା ସତ୍ତ୍ୱେ ତୁମୁରିପାଣି ବିଦ୍ୟାଳୟ ରେ ଖେଳ ପଡ଼ିଆ ଉନ୍ନତିକରଣ ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ ବହୁଦିନରୁ ଦାବୀ କରି ଆସୁଥିଲେ. । ଏହି ସମସ୍ୟାର ସମାଧାନ ନିମିତ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ବିଦ୍ୟାଳୟ କ୍ୟାବିନେଟର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସଂଜୀବ ଚନ୍ଦନ ଏବଂ ବିଦ୍ୟାଳୟ କ୍ୟାବିନେଟ ପରିବେଶ ମନ୍ତ୍ରୀ ପୁଷ୍ପାଞ୍ଜଳୀ ଧିଣ୍ଡା ଏକ ଭିଡ଼ିଓ ମାଧ୍ୟମରେ ସାମାଜିକ ଗଣମାଧ୍ୟମରେ ଗତ 6 ତାରିଖରେ  ଅଭିଯୋଗ କରିଥିଲେ.ଯାହା ପ୍ରଭାବରେ ଗତକାଲି ଝାରବନ୍ଧ ବ୍ଲକ ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କ ନିର୍ଦେଶରେ RWSS JE ବିଦ୍ୟାଳୟ ଖେଳପଡିଆକୁ ଯାଇ ନଳକୂପକୁ ସଜାଡି ଦେଇଛନ୍ତି ।  ବିଦ୍ୟାଳୟ ଖେଳପଡ଼ିଆ ଉନ୍ନତିକରଣ ପାଇଁ ବର୍ଷା ଶେଷ ହେଲା ପରେ ତୁରନ୍ତ ତାହାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଏକ ପତ୍ର ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରତ୍ୟୁତ୍ତର ଦେଇଛନ୍ତି ।

   ଉକ୍ତ ବିଷୟ ଜାଣିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଖୁସିରେ ବିଭୋର ହୋଇ ଉଠିଛନ୍ତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି.।

0
0
0
s2sdefault