ଆଜି ପୋତିଥିବା ଗୋଟିଏ ଚାରା ଆସନ୍ତା କାଲି ପାଇଁ ଜୀବନ ସାବ୍ୟସ୍ତ ହେବ : ଜିଲ୍ଲାପାଳ
ରାୟଗଡା(ସରୋଜ କୁମାର ସାହୁ)- ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଆସୁଥିବା ପ୍ରେସ ୟୁନିଅନ ରାୟଗଡା ପରିବେଶ ସୁରକ୍ଷା କ୍ଷେତ୍ରରେ ତାହାର ପ୍ରତିବଦ୍ଧତା ଦେଖାଇଛି | ବ୍ରାହ୍ମଣ ସାହି ମୁଣ୍ଡରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସମୁହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜରିଆରେ ପ୍ରେସ ୟୁନିୟନ ପରିବେଶର ସୁରକ୍ଷା ପାଇଁ ତାହାର ଉତ୍ତରଦାୟିତ୍ୱକୁ ଆଉଏକ ପାଦ ଆଗକୁ ବଢ଼ାଇଛି । ଗଛ ବଞ୍ଚିଲେ ବିଶ୍ୱ ବଞ୍ଚିବ ଏହି ଚେତନା ଜାଗୃତ କରିବା ପାଇଁ ଛାତ୍ରଛାତ୍ରୀଙ୍କ ଗହଣରେ ବୁଧବାର ୟୁନିଅନ ପକ୍ଷରୁ ହୋଇଛି ସମୁହ ଚାରା ରୋପଣ କରାଯାଇଛି । ଗତ ୫ବର୍ଷ ଧରି ରାୟଗଡା ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଗଠିତ ପ୍ରେସ ୟୁନିଅନ ସଙ୍ଗଠନ ଚାରା ରୋପଣ କାର୍ଯ୍ୟକ୍ରମ କରିଆସୁଛି । ଚଳିତବର୍ଷ ଏହି ଚାରାରୋପଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏବଂ ଏସପି ବିବେକ ଶର୍ବଣା ଏମ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସ୍କୁଲ ପରିସରରେ ୟୁନିୟନର ସଭାପତି ଦୟାନନ୍ଦ ଖାଡାଙ୍ଗାଙ୍କ ଅଧ୍ୟକ୍ଷତାରେ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଭାର ଆୟୋଜନ ହୋଇଥିଲା ।
ଜିଲାପାଳ ପ୍ରମୋଦ କୁମାର ବେହେରା ନିଜ ମତରଖି କହିଥିଲେ ଯେ ଚାଲ ସଭିଏଁ ମିଶି ଚାରା ରୋପଣ କରିବା । ଆଜି ପୋତିଥିବା ଗୋଟିଏ ଚାରା ଆସନ୍ତା କାଲି ପାଇଁ ଜୀବନ ସାବ୍ୟସ୍ତ ହେବ ବୋଲି କହିଥିଲେ । ସେହିପରି ଗଛ ଲଗାଇବା ଏବଂ ତାର ଯତ୍ନନେବାକୁ ଏସପି ବିବେକ ଶର୍ବଣା ଛାତ୍ରୀଛାତ୍ରଙ୍କୁ ଆହ୍ୱାନ ଦେଇଥିଲେ । ପରେ ସ୍କୁଲ ପରିସରରେ ଛାତ୍ରୀଛାତ୍ର ଏବଂ ଅତିଥିଙ୍କୁ ନେଇ ଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ସେହପିରି ପିଲାଙ୍କୁ ଗଛର ଉପକାରିତା ଦିଗରେ ଚେତନା ଜାଗୃତ କରିବା ପାଇଁ ବିଦ୍ୟାଳୟର କନିଷ୍ଠ ଏବଂ ବରିଷ୍ଠ ବର୍ଗର ଛାତ୍ରୀଛାତ୍ରଙ୍କୁ ନେଇ ପରିବେଶର ଯତ୍ନ ଶିର୍ଷକ ବକ୍ତୃତା ପ୍ରତିଯୋଗତି ଅନୁଷ୍ଟିତ ହୋଇଥିଲା । ଏହି ପ୍ରତିଯୋଗତାରେ ବରିଷ୍ଠ ବରଫଗାରେ ସିଦ୍ଧାନ୍ତ କୁମାର ପାଳ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ପଙ୍କଜନୀ ବାତ୍ରୀୟା ଏବଂ ସଞ୍ଜନା ବିଡିକା ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ । ସେହିପରି କନିଷ୍ଠ ବର୍ଗରେ ଶିରିସା ପାଲାକା ପ୍ରଥମ, ପ୍ରୀୟା ସଗଡିଆ ଦ୍ୱିତୀୟ ଏବଂ ହାରିକାରାଣୀ କୌଶଲ୍ୟା ତୃତୀୟ ସ୍ଥାନ ଗ୍ରହଣ କରିଥିଲେ । ସେମାନଙ୍କୁ ଜିଲାପାଳ ଏବଂ ଏସପି ପୁରସ୍କୃତ କରିଥିଲେ ।
ଏହି ଅବସରରେ ବନବିଭାଗର କର୍ମଚାରୀଙ୍କ ସମେତ , ଗୋଷ୍ଠୀ ଶିକ୍ଷାଧିକାରୀ ରଜନୀକାନ୍ତ ସାମନ୍ତରାୟ, ପ୍ରଧାନ ଶିକ୍ଷକ ରଜନୀକାନ୍ତ ପାଢ଼ୀ ସହକାରୀ ଶିକ୍ଷକ ଶିବରାମ ମିଶ୍ର, ପଦ୍ମାବତୀ ଶବର, ସେବତୀଲତା ମହାନ୍ତି, ରଜନୀରାଣୀ ଶତପଥୀ ଉପସ୍ଥିତ ଥିଲେ ।
ସେହିପରି ଓଡିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଚାରା ରୋପଣ କରିଥିବା ପରିଲକ୍ଷିତ ହୋଇଥିଲା । ଏହି ଅବସରରେ ୟୁନିୟନର ଉପଦେଷ୍ଟା ସୁରେଶ ଦାସ, ସମ୍ପାଦକ ମନୋଜ କୁମାର ସାହୁ, ସଦସ୍ୟ ସୁବାଷ ସୂର୍ଯ୍ୟ, ସନ୍ତୋଷ କୁମାର ପାଢ଼ୀ, ପରମାନନ୍ଦ ପ୍ରଧାନ, ପ୍ରଦୀପ ପାତ୍ର , ସର୍ବେଶ୍ୱର ରାଓ, ରଶ୍ମୀରଞ୍ଜନ ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।