ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସରକାର ସ୍ୱାସ୍ଥ୍ୟ ସଂପର୍କରେ ସଚେତନତା ସୁଷ୍ଟି ପାଇଁ କୋଟି କୋଟି ଖର୍ଚ୍ଚ କରୁଛନ୍ତି I ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସମ୍ପର୍କ ରେ ସଚେତନତା ପାଇଁ ପ୍ରତି ଗ୍ରାମ ପଞ୍ଚାୟତରେ ଜଣେ ଜଣେ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ମଧ୍ୟ ଦେଇଛନ୍ତି I ଏବେ ବି ରାଜ୍ୟ ର ବହୁ ସ୍ଥାନରେ ସ୍ୱାସ୍ଥ୍ୟ କର୍ମୀ ନାହାନ୍ତି I ଯାହା ଫଳରେ ରୋଗି ମାନେ ପ୍ରାଥମିକ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି I ସେମିତି ଏକ ଗାଁ ହେଉଛି ରେଢ଼ାଖୋଲ ବ୍ଲକ ର ବଂଶାଜାଲ ଗ୍ରାମ I ଏଠି ଦିର୍ଘ ବର୍ଷ ହେଲା ସ୍ୱସ୍ଥ୍ୟ କର୍ମୀ ନଥିବାରୁ ସେଠାକାର ଜନ ସାଧାରଣ ପ୍ରାଥମିକ ଚିକିତ୍ସାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି I କେବଳ ଜନୈକ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଯିବା ଆସିବାର କରି କାମ କରୁଛନ୍ତି I ଜନ ସାଧାରଣ ଠିକ ସମୟରେ ଔଷଧ ପତ୍ର ପାଇପାରୁ ନ ଥିବା ଅଭିଯୋଗ ହେଉଛି I ମହିଳା କର୍ମୀ ନ ଥିବାରୁ ଏହି ଅଞ୍ଚଳରେ ବିଭିନ୍ନ ପ୍ରକାର ସମସ୍ୟା ଯଥା ଶିଶୁ ଓ ମହିଳା ମାନଙ୍କ ଉପରେ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଥାଏ I ସ୍ୱାସ୍ଥ୍ୟ ସେବାରେ ସେଠାକାର ଜନ ସାଧାରଣ ବହୁତ ହଇରାଣ ହେଉଥିବା ପ୍ରକାଶ କରିଛନ୍ତି I ବର୍ତ୍ତମାନ ବର୍ଷା ସମୟ I ବହୁ ସମୟରେ ଝାଡାବାନ୍ତି ଲୋକମାନଙ୍କୁ ହେଇଥାଏ I ଏହି ସମୟରେ ଲୋକମାନେ ବେଶି ହଇରାଣ ହରକତ ହେଇଥାନ୍ତି I ସରକାର ଜଣେ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ପାଇଁ ଗ୍ରାମବାସୀ ଦାବି କରୁଛନ୍ତି I
ରାଜ୍ୟ
ଏଏନଏମ କ୍ବାର୍ଟରରେ ଝୁଲୁଛି ତାଲା , ବଂଶାଜାଲ ପଞ୍ଚାୟତରେ ମହିଳା ଏଏନଏମ ଦାବି
- Hits: 653