ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିସ୍ଥିତ ସୁରକ୍ଷା ସାମାଜିକ ଅନୁଷ୍ଠାନ ପକ୍ଷରୁ ଆମ ଗାଁ ଆମ ବିକାଶ ଯୋଜନା ଅନ୍ତର୍ଗତ ପଂଚାୟତ ବିକାଶ ଯୋଜନା ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଓଡିଶା ଜୀବିକା ମିଶନ ଗଜପତି ଜିଲ୍ଲା ଶାଖାର ଉପ ନିର୍ଦେଶକ ଗୁଣ୍ଡିଚା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଂଚାୟତ ସ୍ତରରେ କିଭଳି ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପହଂଚି ପାରିବ , ଏ ଦିଗରେ ପଂଚାୟତ ପ୍ରତିନିଧି ଓ ସ୍ୱୟଂ ସହାୟକ ଗୋଷ୍ଠି ମାନଂକ କର୍ତବ୍ୟ ଓ ଭୂମିକା କିଭଳି ହେବା ଦରକାର , ସେ ସମ୍ପର୍କରେ ବୁଝାଇ ଥିଲେ |
ଅନ୍ୟ ପକ୍ଷରେ ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା , ଗମନାଗମନ , ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ପ୍ରଭୃତି ଉପରେ କିଭଳି ବିକାଶ ଘଟିବ , ସେ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ ପ୍ରଶିକ୍ଷକ ସୁନୀଲ କୁମାର ପାତ୍ର ଏବଂ ଦେବୀ ପ୍ରସାଦ ମିଶାଲ ।
ଏହି କାର୍ଯ୍ୟକ୍ରମରେ ୭୦ରୁ ଉର୍ଦ୍ଧ ପଂଚାୟତ ପ୍ରତିନିଧି , ଅଙ୍ଗନବାଡ଼ି କର୍ମୀ ,ଏବଂ ସ୍ୱୟଂ ସହାୟକ ଗୋଷ୍ଠିର ସଭ୍ୟସଭ୍ୟା ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସହକାରୀ ପ୍ରକଳ୍ପ ନିର୍ଦେଶକ , ସୁରକ୍ଷା ଅନୁଷ୍ଠାନର ମୁଖ୍ୟ ଏସ, ମୋତିଲ୍ଳାଲ ରେଡି ଏବଂ ସଂଯୋଜକ ଅକ୍ଷୟ ମହାନ୍ତି ପ୍ରମୁଖ ମଂଚସିନ ଥିଲେ ।
ରାଜ୍ୟ
ପଂଚାୟତ ବିକାଶ ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
- Hits: 387