ବରଗଡ :- ଆଜି ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଗ୍ରାମରେ ରାଜ୍ୟ ସରକାରଙ୍କର ଦ୍ୱାରା ନବନିର୍ମିତ ଆୟୁର୍ବେଦ ଡାକ୍ତରଖାନାକୁ ପଦ୍ମପୁରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହା ଉଦଘାଟନ କରିଛନ୍ତି । ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଏହି ଅଂଚଳରେ ବହୁ ଦିନ ଧରି ଯଦିଓ ଡାକ୍ତର ଖାନା ରହିଥିଲା | କିନ୍ତୁ ଡାକ୍ତର ଖାନାର ସ୍ଥାୟୀ ଘର ନଥିଲା । ଆଜି ଏହି ସ୍ଥାୟୀ ଡାକ୍ତର ଖାନା ଗୃହର ଉଦଘାଟନ ଅବସରରେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ , ଜିଲ୍ଲା ଆୟୁର୍ବେଦ ମୁଖ୍ୟ ଚିକିତ୍ସକ ଡ଼ା. ଆରତୀ ମିଶ୍ର , ଡ଼ା. ରାଜୀବ ଲୋଚନ ପଟ୍ଟନାୟକ , ଡ଼ା. ମୋହନ ଭୋଇ , ଡ଼ା.କିଶୋର ମିଶ୍ର ,ଶ୍ରୀ ଘନଶ୍ୟାମ ଭୋଇ , ଶ୍ରୀ ଧବଳେଶ୍ବର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ନବନିର୍ମିତ ଆୟୁର୍ବେଦ ଡାକ୍ତରଖାନା ଗୃହ ଉଦଘାଟିତ
- Hits: 1270