ରାୟଗଡ: ରାୟଗଡରେ ଆରମ୍ଭ ହୋଇଛି ଲୋକ ମହାତ୍ସବ ଚଇତି ଓ ପଲିଶ୍ରୀ ମେଳା ୨୦୨୪ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ରଦେବ ଉଚ୍ଚବିଦ୍ୟାଳୟ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଛି l ଏହି ଜିଲ୍ଲା ସ୍ଥରୀୟ ମହୋତ୍ସବ ପାଞ୍ଚଦିନ ଧରି ହେଉଥିବା ବେଳେ ଚଇତି ମଞ୍ଚରେ ଜିଲ୍ଲା ଓ ରାଜ୍ୟ ବାହାର କଳାକାର ମାନେ ପାଞ୍ଚଦିନ ଧରି ନିଜର ପ୍ରତିଭା ଦେଖାଇବାର ସୁଯୋଗ ପାଇବେ l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆରମ୍ଭ ହୋଇଛି ଜିଲ୍ଲା ସ୍ଥରୀୟ ଚଇତି ମହୋତ୍ସବ । ରାୟଗଡ ଜିଲ୍ଲାପାଳ ତଥା ଜିଲ୍ଲା ଚଇତି କମିଟିର ସଭାପତି ପାରୁଲ ପଟୱାରି ରାୟଗଡର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିରରୁ କଳସ ପୂଜା କରି ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ଗୋବିନ୍ଦଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ଚଇତି ମଣ୍ଡପରେ କଳସ ସ୍ଥାପନ କରିବା ପରେ ପାରମ୍ପରିକ ରୀତି ନୀତି ଅନୁଯାୟୀ ଆରମ୍ଭ ହୋଇଛି ଚଇତି ମହୋତ୍ସବ । ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ରବି ନାରାୟଣ ନାୟକ (ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଓଡିଶା) ଯୋଗ ଦେଇଥିବା ବେଳେ ରାୟଗଡ ବିଧାୟକ ଶ୍ରୀ ଆପୁଲୁ ସ୍ୱାମୀ କାଡ୍ରାକା, ବିଷମକଟକ ବିଧାୟକ ଶ୍ରୀ ନୀଳମାଧଵ ହିକକା, ଗୁଣୁପୁର ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗ, କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ ଓ ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର ପ୍ରମୁଖ ଯୋଗ ଦେଇ ଏହି ମହୋତ୍ସବ ମଧ୍ୟରେ ଲୁକ୍କାୟିତ କଳା ଓ ପ୍ରତିଭା ଲୋକଲୋଚନକୁ ଆଣିବାର ଏହା ଏକ ଅପୂର୍ଣ୍ଣ ସୁଯୋଗ ବୋଲି ପ୍ରକାଶ ବୋଲି କହିବା ସହ ରାଜ୍ୟ ଓ ରାଜ୍ୟ ବାହାର କଳାକାର ମାନଙ୍କୁ ଚଇତି ଭଳି ମହୋତ୍ସବରେ ନିଜର ପ୍ରତିଭା ଦେଖାଇବାର ଏକ ସୁଯୋଗ ବୋଲି ପ୍ରକାଶ କରିଥିଲେ । ଚଇତି ପ୍ରଥମ ଦିନ ସନ୍ଧ୍ୟାରେ ଚାଟିକଣା ବିଷମକଟକର ଡଙ୍ଗରିଆ କନ୍ଧ ନୃତ୍ୟ, ଗୁଣୁପୁର ଶଗଡା ଗ୍ରାମର ଲାଞ୍ଜିଆ ସୌରା ନୃତ୍ୟ, କାଶୀପୁର ବୁଢାରାଜା ନୃତ୍ୟ ଦଳର ଆଦିବାସୀ ଢେମସା ନୃତ୍ୟ, ଝାରଲିଙ୍ଗଗୁଡା ରାମନାଗୁଡ଼ାର କାନ୍ଦୁଲ ମେରିଆ ନୃତ୍ୟ ଓ ପିଡିସି ନୃତ୍ୟ ଦଳର ଢେମସା ନୃତ୍ୟ ଉପସ୍ଥିତ ଦର୍ଶକ ମାନଙ୍କୁ ଆକୃଷ୍ଟ କରିଥିଲା l ଶୀତୁଆ ସନ୍ଧ୍ୟାରେ ପ୍ରତିଭାବାନ କଳାକାର ମାନଙ୍କ ଆକର୍ଷଣୀୟ କାର୍ଯ୍ୟକ୍ରମ ଦେଖିବାକୁ ସହର ତଥା ଗ୍ରାମାଞ୍ଚଳ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଏହି ଅବସରରେ ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l ଚଇତି ପଡିଆରେ ବିଭିନ୍ନ ଥିବା ସମସ୍ତ ଷ୍ଟଲ ମାନଙ୍କରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା l
ରାଜ୍ୟ
ରାୟଗଡ ଜିଲ୍ଲା ମହୋତ୍ସବ ଚଇତି ୨୦୨୪ ର ଶୁଭ ଉଦଘାଟନ
- Hits: 10