ହେଡଲାଇନସ୍:

ଟିପିଏସ୍ଓଡିଏଲ୍ ପକ୍ଷରୁ କୋରାପୁଟରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବ୍ରହ୍ମପୁର, ଡିସେମ୍ୱର: ଜନସ୍ୱାସ୍ଥ୍ୟ ସହଭାଗିତା ଓ ସୁସ୍ଥ ସଂପ୍ରଦାୟ ଗଠନ କ୍ଷେତ୍ରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ ଅନ୍ତର୍ଗତ ମାଝିଗୁଡ଼ା ଗାଁରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଛି । ଏହି ପଦକ୍ଷେପ ମାଧ୍ୟମରେ କମ୍ପାନୀ ଦୂରନ୍ତ ତଥା ଅବହେଳିତ ବର୍ଗଙ୍କ ନିକଟରେ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରୁଛି।

 
ସ୍ୱାସ୍ଥ୍ୟ ଶିବିରରେ ଚକ୍ଷୁ ଓ ଦନ୍ତ ପରୀକ୍ଷା, ଶିଶୁ ଚିକିତ୍ସା, ସ୍ତ୍ରୀ ରୋଗ ପରାମର୍ଶ ଓ ସାଧାରଣ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । ଡ଼ାକ୍ତର ତଥା ପେଶାଦାର ବିଶେଷଜ୍ଞମାନଙ୍କର ଏକ ଟିମ୍ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିବା ସହ ପରାମର୍ଶ, ଚିକିତ୍ସା ଓ ଔଷଧ ପ୍ରଦାନ କରିଛନ୍ତି । ବିଭିନ୍ନ ବର୍ଗର ପାଖାପାଖି ୮ ଶହ ବ୍ୟକ୍ତି, ମୁଖ୍ୟତଃ ବୟସ୍କ, ଶିଶୁ ଓ ମହିଳାମାନେ ଏହି ସ୍ୱାସ୍ଥ୍ୟ ଶିବିରରେ ସାମିଲ ହୋଇଥିଲେ ।

 
ଦକ୍ଷିଣ ଓଡ଼ିଶାର କୋରାପୁଟ ଓ ମାଲକାନଗିରି ଜିଲ୍ଲା ଓ ଏହାର ଦୁରନ୍ତ ଅଞ୍ଚଳରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଭ୍ରାମ୍ୟମାଣ ଚିକିତ୍ସାଳୟ କାର୍ଯ୍ୟକ୍ଷମ ରହିଛି । ଏହି କେନ୍ଦ୍ରରେ ମାଗଣା ଡାକ୍ତରୀ ପରାମର୍ଶ ଓ ଚିକିତ୍ସା ସାଙ୍ଗକୁ ଔଷଧ ପ୍ରଦାନ କରାଯାଉଛି ।  ଏହିକ୍ରମରେ କୋରାପୁଟରେ ଆୟୋଜିତ ହୋଇଥିବା ଏହି ମେଗା ସ୍ୱାସ୍ଥ୍ୟ ଶିବିର, ସ୍ଥାନୀୟ ଲୋକ ତଥା ଜନଜାତି ସମ୍ପ୍ରଦାୟଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା କ୍ଷେତ୍ରରେ କମ୍ପାନୀର ପ୍ରତିବଦ୍ଧତାକୁ ଅଧିକ ସୁଦୃଢ଼ କରିପାରିଛି । ଯାହାଫଳରେ ଏକ ସୁସ୍ଥ ଓ ଭେଦଭାବ ଶୂନ୍ୟ ସମାଜ ଗଠନକୁ ପ୍ରୋତ୍ସାହିତ କରାଯାଇଛି ।

 
ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, “ ଉପଭୋକ୍ତା ସଂପ୍ରଦାୟର ସାମାଜିକ କଲ୍ୟାଣ ନିମନ୍ତେ ଟିପିଏସ୍ଓଡିଏଲ୍ ପ୍ରତିଶ୍ରୁତିବଦ୍ଧ ଅଟେ । ସ୍ୱାସ୍ଥ୍ୟ ଶିବିର ଓ ଭ୍ରାମ୍ୟମାଣ ଚିକିତ୍ସାଳୟ ମାଧ୍ୟମରେ ଆମେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଥିବା ଦୂରତ୍ୱକୁ ହ୍ରାସ କରିବା ସହ ବ୍ୟକ୍ତି ଜୀବନର ପ୍ରଗତି ନେଇ ଲକ୍ଷ୍ୟ ରଖିଛୁ । ଆମର ଲକ୍ଷ୍ୟ- ଏକ ସୁସ୍ଥ ଓ ସଶକ୍ତ ସମାଜର ଗଠନ। ”

 
କୋରାପୁଟରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରକୁ କମ୍ପାନୀର ଜୟପୁର ସର୍କଲ ମୁଖ୍ୟ ମନ୍ମଥନାଥ ମିଶ୍ର ଉଦଘାଟନ କରିଥିବା ବେଳେ ଜୟପୁର ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବରୁଣ ଚୌଧୁରୀ ଓ ସିଏସ୍ଆର ମୁଖ୍ୟ ରଣଧୀର କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସ୍ୱାସ୍ଥ୍ୟ ଶିବିର ଦକ୍ଷିଣ ଓଡ଼ିଶା ବିଭିନ୍ନ ଅଞ୍ଚଳରେ  ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଣକୁ ନେଇ ଥିବା ବ୍ୟବଧାନକୁ ଦୂର କରିବା ସହ ଏକ ସୁସ୍ଥ ଓ ସଶକ୍ତ ସମାଜ ଗଠନ ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ପ୍ରମାଣ କରୁଛି । 

0
0
0
s2sdefault