ହେଡଲାଇନସ୍:

ଆରପାରିରେ ଭାରତୀୟ ଅର୍ଥନୀତି ଜଗତର ମହାନାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଉ ନାହାନ୍ତି ବିଶିଷ୍ଟ ଅର୍ଥନୈତିକ ସଂସ୍କାରକ ଡ଼ ମନମୋହନ ସିଂ 

ଆଉ ନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥଶାସ୍ତ୍ରୀ ଡ଼ ମନମୋହନ ସିଂ | ଚିକିତ୍ସାଧୀନ ଅଂଟାରେ ନୂଆଦିଲ୍ଲୀସ୍ଥିତ ଏମସ୍ ହସ୍ପିଟାଲ୍ ରେ ଆଜି ରାତି ୯ଟା ୫୧ ମିନିଟ୍ ଇହଲୀଳା ସମ୍ବରଣ କରିଛନ୍ତି ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ତାଙ୍କ ପରଲୋକରେ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି ।ବୟସାଧିକ୍ୟ କାରଣରୁ ଡ. ମନମୋହନ ସିଂହ ଦୀର୍ଘ ଦିନ ଧରି ନିଜ ଘରେ ଚିକିତ୍ସିତ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ  ଆଜି ସଂଧ୍ୟାରେ ସଂଜ୍ଞାହୀନ ହୋଇଯାଇଥିଲେ । ତୁରନ୍ତ ତାଙ୍କୁ ଏମସ୍ ମେଡିକାଲ୍ ଏମର୍ଜେନସୀରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନଙ୍କ ଶତ ଚେଷ୍ଟା ସତ୍ତ୍ୱେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା | 

ଦୁଇ ଦୁଇ ଥରର ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଜଣେ ପ୍ରଚଣ୍ଡ ଜ୍ଞାନୀ, ବିଚକ୍ଷଣ ଅର୍ଥନୀତିଜ୍ଞ, ଜଣେ ସଫଳ ରାଜନେତା, ଅତି ସରଳ, ଅତି ଅମାୟିକ ଓ ଅତ୍ୟନ୍ତ ନମ୍ର ସ୍ୱଭାବର ବ୍ୟକ୍ତି ଥିଲେ । ଏକ ବିଂଶ ଶତାବ୍ଦୀର ସଫଳ ପ୍ରଧାନମନ୍ତ୍ରୀ ଥିଲେ ଡକ୍ଟର ମନୋମୋହନ ସିଂ।ଭାରତର ଅର୍ଥନୈତିକ ବିକାଶ ମୂଳଦୁଆ ପକାଇଥିଲେ ଡକ୍ଟର ସିଂ।ଗୋଟିଏ ସମୟରେ ଭାରତର ଅର୍ଥନୀତି ଦୁର୍ଦ୍ଦଶା ଗ୍ରସ୍ତ ଥିବା ବେଳେ ୧୯୯୧ ମସିହାରେ ଅର୍ଥ ମନ୍ତ୍ରୀ ଭାବେ ଅର୍ଥନୀତିର ନବଜୀବନ ଦେଇଥିଲେ।ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ହୋଇ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ,ଗରିବ ଲୋକଙ୍କ ବିକାଶ ପାଇଁ ତାଙ୍କର ଉଦ୍ୟମ, ପରାମର୍ଶ ଏବଂ ତାଙ୍କର ନୀତି ଭାରତର ନୂତନ ଦିଗଦର୍ଶନ ଦେଖାଇଥିଲା।ଆଜି ଭାରତ ବର୍ଷର ଗରିବ ଲୋକ,ମଧ୍ୟବିତ୍ତ ବିକାଶ ପାଇଁ ଯେତେ ଗୁଡ଼ିଏ ଲୋକାଭିମୁଖୀ ଯୋଜନା କରାଯାଇଛି ତାଙ୍କରି ଅର୍ଥମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ହୋଇଛି।ତାଙ୍କରି ପ୍ରଧାନମନ୍ତ୍ରୀତ୍ଵ କାଳରେ ଅସାଧାରଣ ଆର୍ଥିକ ବୃଦ୍ଧି ଓ ଉନ୍ନତି ହୋଇଥିଲା ଅନ୍ୟମାନେ ବାହାଦୂରୀ ନେଇ ପାରନ୍ତି କିନ୍ତୁ ନୂଆ ନୀତି ଅବଲମ୍ବନ କରି ସେ ଭାରତର ବିକାଶ କରିବା ପାଇଁ ସର୍ବଦା ଉଦ୍ୟମ କରିଛନ୍ତି ଏବଂ ସଫଳ ହୋଇଛନ୍ତି।
ସେ କେବଳ ଜଣେ ରାଜନେତା ନୁହେଁ,ସେ ଜଣେ ଅର୍ଥନୀତିଜ୍ଞ ଓ ଜନସେବକ ଥିଲେ ।ତାଙ୍କ ବିୟୋଗ ବିଶେଷକରି ଅର୍ଥନୀତି କ୍ଷେତ୍ରରେ ଏବଂ ରାଜନୀତି କ୍ଷେତ୍ରରେ ଅପୂରଣୀୟ କ୍ଷତି।ଦେଶ ପ୍ରତି ତାଙ୍କ ଅବଦାନ ଏବଂ ଜନସେବା ପ୍ରତି ତାଙ୍କର ଉତ୍ସଗ୍ରିକୃତ ସେବା ସର୍ବଦା ସ୍ମରଣୀୟ ହୋଇ ରହିବ ।

0
0
0
s2sdefault