ହେଡଲାଇନସ୍:

ଡାବୁଗାଁ ରେ ବିଜେଡି ର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୬/୧୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ଆଜି ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆଜି ସହ ସହ ସଂଖ୍ୟା ରେ ବିଜେଡି କର୍ମୀ ଏକ ପଦ ଯାତ୍ରାରେ ଡାବୁଗାଁ ଭୈରବ ମନ୍ଦିର ରୁ ବାହାରି ଶ୍ରୀନିବାସ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଦେବାସହ ତାଙ୍କ ସ୍ମୃତି ଚାରଣ କରିଥିଲେ। ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତି ରାମ ନାୟକ, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, କୋଷାଗୁମୁଡା ବ୍ଲକ ଅଧ୍ୟକ୍ଷା ସର୍ବେଶ୍ୱରି ମାଝୀ, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ,ଜିଲ୍ଲା ବିଜେଡି ଉପ ସଭାପତି ସ୍ଵାଧୀନ ପଟ୍ଟନାୟକ ,ବଦ୍ରି ନାରାୟଣ ସିଂ,ଜିଲ୍ଲା ବିଜେଡି ସମ୍ପାଦକ ସରୋଜ ଜାଲ, ପାପଡାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ବେହେରା, ଡାବୁଗାଁ ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ ଓ ଧନ ସିଂ ଭତରା ପ୍ରମୁଖ ମଞ୍ଚାସିନ ଥିଲେ। ମୁଖ୍ୟ ଅତିଥି ଡାବୁଗାଁ ବିଧାୟକ ମନୋହର ରନ୍ଧାରି ୧୯୯୭ ମସିହା ଆଜିର ଦିନରେ ଏକ ଆଞ୍ଚଳିକ ଦଳ ଭାବେ ବିଜେଡି ପ୍ରତିଷ୍ଠା ହେବା ପରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ ୨୪ ବର୍ଷ ଓଡ଼ିଶାରେ ସ୍ୱଚ୍ଛ ଓ ନିର୍ମଳ ଶାସନ କରିଥିଲେ। ଏହି ସମୟ ମଧ୍ୟରେ ବିଜେଡି ଅମଳରେ ବିଭିନ୍ନ ଜନ ହିତକର ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଦେଶର ଜଣେ ସଫଳ ମୁଖ୍ୟମନ୍ତ୍ରୀ ର ଆଖ୍ୟା ପାଇଥିଲେ ବୋଲି କହିଥିଲେ। ଲୋକଙ୍କୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ସର୍ବଦା ଚେଷ୍ଟିତ ଥିବା ବେଳେ ତାଙ୍କ ଅମଳରେ ହୋଇଥିବା ଲୋକାଭିମୁଖୀ ଯୋଜନା ଗୁଡ଼ିକୁ ଗ୍ରାମାଞ୍ଚଳରେ ବହୁଳ ପ୍ରଚାର ପ୍ରସାର କରିବାକୁ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ବିଜେପି ଦଳ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଓଡ଼ିଶାରେ ଶାସନ ଭାର ହାତେଇ ଥିବା ବେଳେ ବିଜେପି ସରକାର ମିଥ୍ୟାର ପାହାଡ଼ରେ ବସିଛନ୍ତି ବୋଲି କହିଥିଲେ । ନବୀନ ପଟ୍ଟନାୟକ ଓ ବିଜେଡି ଆଜି ଓଡ଼ିଶାର ସମସ୍ତ ଙ୍କ ହୃଦୟରେ ରହିଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ଆସ୍ଥା ଭାଜନ ହୋଇ ନିଶ୍ଚିତ ବିଜୟ ଲାଭ କରିବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ଏମ ଆପ୍ପା ରାଓ,ରାମାରାଓ ଚୌଧୁରୀ,ଜୀବନ ନାୟକ, ଯୁଗୋଳ ବିଶୋଇ,ହରିବନ୍ଧୁ ମାଝୀ,ପି ନାଗା ରାଓ, ସହ ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ବିଜେଡି ସମର୍ଥିତ ଜନ ପ୍ରତିନିଧି, ପଞ୍ଚାୟତ ସଭାପତି,ନେତା ଓ ୨୦୦୦ ରୁ ଉର୍ଦ୍ଧ କର୍ମୀ ଉପସ୍ଥିତ ଥିଲେ।

0
0
0
s2sdefault