ହେଡଲାଇନସ୍:

ସୁସ୍ଥ ପରିବେଶ ଗଠନ ପାଇଁ ବୃକ୍ଷ ରୋପଣ ହିଁ ଏକମାତ୍ର ମାଧ୍ୟମ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଜିଲ୍ଲା ସ୍ତରୀୟ ୭୦ତମ ବନମହୋତ୍ସବ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡି ନିକଟସ୍ଥ ଆନ୍ଧ୍ରା ଓ ଓଡିଶା ସୀମାନ୍ତରେ ଥିବା ବୃନ୍ଦାବନ ପେଲେସ ପରିସରରେ ଜିଲ୍ଲା ବନବିଭାଗ ପକ୍ଷରୁ ୭୦ତମ ବନମହୋତ୍ସବ ପାଳନ  ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଯାଇଛି । ବନଖଣ୍ଡ ଅଧିକାରୀ ବିବେକ କୁମାର ତ୍ୟାଗଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା ଏବଂ ଜିଲ୍ଲାଆରକ୍ଷୀ ଅଧିକ୍ଷକ ସାରା ଶର୍ମା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ଆମର ଜଳ ସଂରକ୍ଷଣ , ବୃଷ୍ଟିପାତ ଓ ଅମ୍ଳଜାନ ସୃଷ୍ଟିରେ ବିଶେଷ ସହାୟକ ହୋଇଥାଏ । ପରିବେଶର ସମସ୍ୟାର ସମାଧାନ ପାଇଁ ବ୍ୟାପକ ବନିକରଣର ଆବଶ୍ୟକତା ରହିଛି, ଅନ୍ୟ ପକ୍ଷରେ ସୁସ୍ଥ ପରିବେଶ ଗଠନ ପାଇଁ ବୃକ୍ଷ ରୋପଣ ହିଁ ଏକମାତ୍ର ମାଧ୍ୟମ ବୋଲି କହି ପଲିଥିନ ବର୍ଜ୍ଜନ ଓ ଜଳର ସଦୁପଯୋଗ ସମ୍ପର୍କରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।

    ଏହି ଅବସରରେ ପରିବେଶ ସୁରକ୍ଷା ଏବଂ ବନୀକରଣ ଉପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାର କୃତୀ ପ୍ରତିଯୋଗିଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ବୃନ୍ଦାବନ ପେଲେସ ଚତୁଃପାର୍ଶ୍ୱରେ ଜିଲ୍ଲାପାଳ ଅନୁପମ ସାହା , ଏସପି ସାରା ଶର୍ମା , ଡିଏଫଓ ବିବେକ କୁମାର ତ୍ୟାଗ ପ୍ରମୁଖ ବୃକ୍ଷ ରୋପଣ କରିଥିଲେ । ଏହି  କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା, ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ମହେନ୍ଦ୍ର କୁମାର ମାଝୀ,ସହକାରୀ ବନ ସଂରକ୍ଷକ ପ୍ରଭାକର ନାୟକ ଏବଂ ଦେବଗିରି ବନରେଞ୍ଜ ଅଧିକାରୀ ଏମ. ନରସିଂହ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ ର ଆବଶ୍ୟକତା ଓ ଉପକାରୀତାର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବନରକ୍ଷୀ ସନ୍ତୋଷ ସାହୁ, ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ଗୌଡ, ବାବୁଲା ପଟ୍ଟନାୟକ, ସନ୍ତୋଷ ପରିଛା, ଏମ.ନିରଞ୍ଜନ ପ୍ରମୁଖ ପରିଚାଳନା କରିଥିଲେ ।

0
0
0
s2sdefault