ହେଡଲାଇନସ୍:

ଦଲାଲ୍ ଚଳାଉଛନ୍ତି ତିର୍ତୋଲ ଯୋଗାଣ କାର୍ଯ୍ୟାଳୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏମ୍. ଆଇ. କୁଆଡେ ଚାନ୍ଦା ଆଦାୟରେ ବ୍ୟସ୍ତ, ବିକ୍ରି ହେଉଛି ରାସନ୍ କାର୍ଡ !!

ଜଗତସିଂହପୁର(ରମେଶ ମହାନ୍ତି) – ତିର୍ତୋଲ ବ୍ଲକ ଯୋଗାଣ କାର୍ଯ୍ୟାଳୟକୁ ଜନୈକ ଦଲାଲ୍ ହାତରେ ଟେକିଦେଇ ଦାୟୀତ୍ୱରେ ଥିବା ଯୋଗାଣ ଅଧିକାରୀ (ଏମ୍. ଆଇ.) ବେଳେ ବେଳେ ଅଫିସ୍କୁ ଆସୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି ଏହି ଯୋଗାଣ କାର୍ଯ୍ୟାଳୟରେ ଚାନ୍ଦା ଆଦାୟ କରିବାକୁ ରଖାଯାଇଥିବା ଜନୈକ ଦଲାଲଙ୍କ  ଉପଦ୍ରପ ଚରମ ସୀମାରେ ପହଂଚିଲାଣି ବୋଲି କୁହାଯାଉଛି । ଏନେଇ କେତେକ ଡିଲର୍ଙ୍କ ସମେତ ହିତାଧିକାରୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଥିବା ଜଣା ପଡିଛି । ଏହି ଏମ୍. ଆଇ.ଙ୍କ ନିଦେ୍ର୍ଧଶରେ ଦଲାଲ୍ ଜଣକ କେତେକ ଡିଲର୍ମାନଙ୍କ ଠାରୁ ମାସିକ ୧୫୦୦ ରୁ ୨୦୦୦ ଲେଖାଏଁ ଚାନ୍ଦା ଆଦାୟ କରାଯାଉଥିବା କୁହାଯାଉଛି । ଏମିତିକି ତିର୍ତୋଲ୍ ଯୋଗାଣ କାର୍ଯ୍ୟାଳୟରେ ରାସନ କାର୍ଡ ଗଦା ହୋଇଥିବା ବେଳେ ବର୍ଷାଧିକ କାଳ ପ୍ରତି ମାସରେ ଡିଲର୍ଙ୍କ ଠାରୁ ରାସନ ସାମଗ୍ରୀ ନେଉଥିବା ହିତାଧିକାରୀ କାର୍ଡ ପାଇ ପାରୁ ନାହାନ୍ତି । ହିତାଧିକାରୀ ଡିଲର୍ଙ୍କୁ କାର୍ଡ ମାଗିଲେ ସେ କହୁଛନ୍ତି ବ୍ଲକ୍ ଯୋଗାଣ କାର୍ଯ୍ୟାଳୟରେ ।ଇ ମାଗ । ବ୍ଲକ ଯୋଗାଣ କାର୍ଯ୍ୟାଳୟରେ ମାଗିଲେ ଦାୟୀତ୍ୱରେ ଥିବା ସଂପୃକ୍ତ ଦଲାଲ୍ କହୁଛନ୍ତି ବହୁ କାର୍ଡ ଅଛି, ସେଥିରୁ ଖୋଜି ବାହାର କରିବାକୁ ପଡିବ, ୧୦୦ ଟଙ୍କା ଦେଲେ କାର୍ଡ ମିଳିବ ନହେଲେ ଫେରି ଯାଅ ବୋଲି କୁହାଯାଉଥିବା ହିତାଧିକାରୀଙ୍କ ଠାରୁ ଶୁଣିବାକୁ ମିଳିଛି । ଅନ୍ୟ ପକ୍ଷରେ ଆନେକ ଯୋଗ୍ୟ ହିତାଧିକାରୀ ବହୁବାର ଆବେଦନ କରି ବର୍ଷାଧିକ କାଳ ବାରମ୍ବାର ବ୍ଲକ ଯୋଗାଣ କାର୍ଯ୍ୟାଳୟକୁ ଦୌଡିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସନ କାର୍ଡ ଟିଏ ପାଇପାରୁ ନଥିବା ବେଳେ ହାତଗୁଞ୍ଜା ଦେଉଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଯଥାଶିଘ୍ର ରାସନ କାର୍ଡ କରେଇ ଦିଆଯାଉଥିବା କୁହାଯାଉଛି । ଏହାର ଏକ ପ୍ରମାଣ ଏହି ବ୍ଲକ ଅନ୍ତର୍ଗତ ପିପ୍ପଳମାଧବ ପଂଚାୟତରେ ଅରିଲୋ ଗ୍ରାମ ମଳିକ ସାହିର ଏକ ଦଳିତ ପରିବାର ରାଜେଶ ମଲ୍ଲିକ ମୁଲ ମଜୁରି କାମ କରି ପତ୍ନି ଓ ୫ଟି ପିଲାଙ୍କ ସହ ଏକ ଛୋଟ ଚାଳ କୁଡିଆରେ ଜୀବନ ବିତାଉଛନ୍ତି । ସେ ନିଜ ପରିବାରର ରାସନ କାର୍ଡ ଟିଏ କରିବା ପାଇଁ ବହୁବାର ଆବେଦନ କରି ମଧ୍ୟ ବର୍ଷ ବର୍ଷ ଧରି ପଂଚାୟତ ଓ ବ୍ଲକ ଯୋଗଣ କାର୍ଯ୍ୟାଳୟକୁ ବାରମ୍ବାର ଦୌଡିବା ସହିତ ବ୍ଲକ ଯୋଗଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ନିଜର ଦୁଃଖ ଜଣାଇବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସନକାର୍ଡଟିଏ ହୋଇପାରୁ ନାହିଁ । ଏ ସଂପର୍କରେ ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇବା ସତ୍ୱେ ଆଜି ପର୍ଯ୍ୟନ୍ତ କୌଣସି ଫଳପ୍ରଦ ହୋଇପାରୁ ନାହିଁ । ଏରସମା ବ୍ଲକର ଏହି ଯୋଗାଣ ଅଧିକାରୀ (ଏମ୍.ଆଇ.) ଜଣକ ତିର୍ତୋଲ ବ୍ଲକ ଏମ୍.ଆଇ. ଭାବେ ଦାୟୀତ୍ୱରେ ରହିଥିବା ବେଳେ ପ୍ରତି ମାସରେ କେତେକ ଡିଲର ମାନଙ୍କ ଠାରୁ ଆଦାୟ ହେଉଥିବା ଚାନ୍ଦାର କିଛି ଭାଗ ଜନୈକ ଉଚ୍ଚ ପଦସ୍ତ ଅଫିସରଙ୍କ ମୁହଁରେ ପକାଇ ତାଙ୍କ ଠାରୁ ଅଭୟ ବର ପାଉଥିବା ଚର୍ଚ୍ଚା ହେଉଛି । ଏମିତିକି ଘୋଡା ମୁହଁରେ ଦାନା ବନ୍ଧାହେଲା ଭଳି ଉକ୍ତ ଅସାଧୁ ଉଚ୍ଚ ପଦସ୍ତ ଅଫିସର ଚୁପ୍ ହୋଇଯିବା ସହ କିଛି କୁଚକ୍ରି ଛାମୁଆଁ ନେତାଙ୍କୁ ମଧ୍ୟ ଏହି ଚାନ୍ଦାରୁ ଭାଗଦେଇ ତାଙ୍କୁ ହାତରେ ରଖି ଏହି ଏମ୍.ଆଇ. ଜଣକ ଧରାକୁ ସରା ମଣୁଛନ୍ତି ବୋଲି କୁହାଯାଉଛି । ଏମିତିକି ଏହି  ଏମ୍.ଆଇ. ଜଣକ ଦୁଇଟି ବ୍ଲକର କେତେକ ଡିଲରଙ୍କ ଠାରୁ ଚାନ୍ଦା ଆଦାୟ କରିବା ପାଇଁ ଏତେ ବ୍ୟସ୍ତ ରହୁଛନ୍ତ ଯେ  କାର୍ଯ୍ୟାଳୟରେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ବୁଝିବାକୁ ବେଳ ହେଉ ନାହିଁ ବୋଲି ତିର୍ତୋଲ ବ୍ଲକ ଯୋଗାଣ କାର୍ଯ୍ୟାଳୟର ଦାୟୀତ୍ୱ ଜନୈକ ଦଲାଲ୍ ହାତରେ ଟେକି ଦେଇଛନ୍ତ ବୋଲି ଚର୍ଚ୍ଚାର ବିଷୟ ହୋଇଛି । ଏମିତିକି କେତେକ ଡିଲର୍ ଏହି ଏମ୍.ଆଇ. ଙ୍କୁ ପ୍ରତି ମାସରେ ଚାନ୍ଦା ଦେଇ ଉପଭୋକ୍ତାଙ୍କୁ ପ୍ରତି ମାସରେ ଦିଆଯାଉଥିବା ତେଲ ଲିଟର ସରକାରୀ ଧାର୍ଯ୍ୟ ମୂଲ୍ୟ ଠାରୁ ୩ରୁ୪ ଟଙ୍କା ଅଧିକ ନିଆଯାଉଥିବା ବେଳେ ଚାଉଳ ୩୦୦ରୁ ୫୦୦ ଗ୍ରାମ୍ କମ୍ ଦିଆଯାଇ ଉପଭୋକ୍ତାଙ୍କୁ ଶୋଷଣ କରାଯାଉଥିବା କୁହାଯାଉଛି । ଏ ନେଇ ଉପଭୋକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

0
0
0
s2sdefault