ହେଡଲାଇନସ୍:

ରାଜ୍ୟବାସୀଙ୍କ ମୁଣ୍ଡପିଛା ଋଣ ୧୭୬୩୦ ଟଙ୍କା, ବର୍ତ୍ତମାନ ଋଣଭାର ୭୯,୮୬୬ କୋଟି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏ ବର୍ଷ ଆହୁରି ୨୩,୫୮୪ କୋଟି ଋଣ କରିବେ ସରକାର

ଭୁବନେଶ୍ୱର,(ଶାସକ ପ୍ରଶାସକ): ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୭୯,୮୬୬.୦୬ କୋଟି ଟଙ୍କା । ଫଳରେ ରାଜ୍ୟବାସୀଙ୍କ ଉପରେ ମୁଣ୍ଡପିଛା ଋଣଭାର ୧୭,୬୩୦.୪୮ ଟଙ୍କା ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।
ବିଧାନସଭାରେ ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଲେ ଯେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୋଟ ୨୩,୫୮୪.୦୦ କୋଟି ଟଙ୍କାର ଋଣ କରିବାକୁ ଲକ୍ଷ୍ୟଧାର୍ୟ୍ୟ କରିଛନ୍ତି । ଅବଶ୍ୟ ଋଣ କରିବା ପୂର୍ବରୁ ରାଜ୍ୟ ସରକାର ଆଇନ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଅନୁମତି ମାଗିବାକୁ ପଡ଼ିବ ।
ଏ ସଂପର୍କରେ ବିସ୍ତୃତ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ ରାଜ୍ୟ ସରକାର ଋଣ ସଂପୂର୍ଣ୍ଣ ଭାବେ ପୁଞ୍ଜି ଖର୍ଚ୍ଚ ପାଇଁ ଆଣୁଛନ୍ତି । ୨୦୧୭-୧୮ରେ ୧୪୪୧୯.୪୧ କୋଟି ଟଙ୍କାର ଋଣ ଅଣାଯାଇଥିବା ବେଳେ ପୁଞ୍ଜି ବାବଦରେ ଖର୍ଚ୍ଚ ପରିମାଣ ଥିଲା ୨୫୬୭୪.୧୮ କୋଟି ଟଙ୍କା । ସେହିପରି ୨୦୧୮-୧୯(ପ୍ରାକ୍ ବଜେଟ୍)ରେ ସରକାର ୯୯୩୬.୩୦ କୋଟିର ଋଣ ଆଣିଥିଲେ । ସେତେବେ ୨୮୭୮୯.୧୩ କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ ହୋଇଥିଲା । ୨୦୦୫-୦୬ରୁ କ୍ରମାଗତ ଭାବେ ପ୍ରତ୍ୟେକ ବର୍ଷ ରାଜସ୍ୱ ବଳକା ସୃଷ୍ଟି ହେଉଛି । ତେଣୁ ଋଣ ଅଣାଯାଇ ପୁଞ୍ଜି ଖର୍ଚ୍ଚ ପାଇଁ ବିନିଯୋଗ କରାଯାଉଛି । ଏହା ନିୟମ ଅନୁଯାୟୀ କରାଯାଉଥିବା ସେ ଉଲ୍ଲେଖ କରିଛନ୍ତି ।

0
0
0
s2sdefault