ଭୁବନେଶ୍ୱର : ବିଧାନସଭା ସ୍ଥାୟୀ କମିଟି କମିଟି ଅଧ୍ୟକ୍ଷ ଓ ସଦସ୍ୟଙ୍କ ନାଁ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
ଗୃହ, ସାଧାରଣ ପ୍ରଶାସନ ଓ ଆଇନ କମିଟି ଅଧ୍ୟକ୍ଷ ଭାବେ କିଶୋର ମହାନ୍ତି ନିଯୁକ୍ତ ହୋଇଥିବା ବେଳେ ଜଳ ସମ୍ପଦ, କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ.କମିଟି ଅଧ୍ୟକ୍ଷ ଭାବେ ନୃସିଂହ ସାହୁ, ପୂର୍ତ୍ତ, ପର୍ଯ୍ୟଟନ, ଓଡ଼ିଆ ଭାଷା, ଗୃହ ଓ ନଗର ଉନ୍ନୟନ, ସୂଚନା ଓ ଲୋକସମ୍ପର୍କ କମିଟି ଅଧ୍ୟକ୍ଷ ଭାବେ ପ୍ରଫୁଲ୍ଲ ସାମଲ, ସ୍କୁଲ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ପ୍ରଯୁକ୍ତି ବିଦ୍ୟା କମିଟି ଅଧ୍ୟକ୍ଷ ଭାବେ ଭୂପିନ୍ଦର ସିଂହଙ୍କୁ ନିଯୁକ୍ତି ମିଳିଛି |
ସେହିପପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ କମିଟି ଅଧ୍ୟକ୍ଷ ଭାବେ ଅଶ୍ୱିନୀ କୁମାର ପାତ୍ର, ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ କମିଟି ଅଧ୍ୟକ୍ଷ ଭାବେ ନରସିଂହ ମିଶ୍ର, ଶିଳ୍ପ, ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ, ଜଙ୍ଗଲ ଓ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କମିଟି ଅଧ୍ୟକ୍ଷ ଭାବେ ପ୍ରଦୀପ କୁମାର ଅମାତ, ଆଦିବାସୀ ଉନ୍ନୟନ, ଶ୍ରମ ଓ ନିୟୋଜନ, ଏମଏସଏମଇ କମିଟି ଅଧ୍ୟକ୍ଷ ଭାବେ ମୋହନ ଚରଣ ମାଝୀ, ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ କମିଟି ଅଧ୍ୟକ୍ଷ ଭାବେ ଦେବୀ ପ୍ରସାଦ ମିଶ୍ର ଓ ଶକ୍ତି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଅବକାରୀ କମିଟି ଅଧ୍ୟକ୍ଷ ଭାବେ ସୁବ୍ରତ ତରାଇଙ୍କ ନାମ ଘୋଷଣା କରିଛନ୍ତି ବାଚସ୍ପତି ଶ୍ରୀ ପାତ୍ର |
ରାଜ୍ୟ
ସ୍ଥାୟୀ କମିଟି କମିଟି ଅଧ୍ୟକ୍ଷ ଓ ସଦସ୍ୟଙ୍କ ନାଁ ଘୋଷଣା କଲେ ବାଚସ୍ପତି
- Hits: 1368