ଭୁବନେଶ୍ୱର(ଶାସକ ପ୍ରଶାସକ)ଗତ ନିର୍ବାଚନରେ କଂଗ୍ରେସର ନେତୃତ୍ୱଗତ ଅପାରଗତା ଓ ଆଭ୍ୟନ୍ତରୀଣ ଷଡଯନ୍ତ୍ର ପାଇଁ ଭୁଇଁ ଚାଟିଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ କେଁ ଉଠିଲାଣି ସେବାଦଳର ରାଜ୍ୟ ମୁଖ୍ୟ ସଂଗଠକ ନିଯୁକ୍ତିକୁ ନେଇ । ଜଣେ ନବାଗତଙ୍କୁ ସିଧାସଳଖ ଆଣି ଦଳର ମୁଖ୍ୟ ସଂଗଠନ କରାଇବା ଘଟଣାକୁ ନାପସନ୍ଦ କରି ଓଡିଶା ସେବାଦଳର ବହୁ ବରିଷ୍ଠ କର୍ମକର୍ତ୍ତା ପ୍ରତିବାଦ ସୂଚକ ପତ୍ର ଲେଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ । ଏହି ପ୍ରତିବାଦ ସୂଚକ ଚିଠିର ଗୋଟିଏ ଗୋଟିଏ ନକଲ ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ, ଅଖିଳ ଭାରତ ସେବାଦଳର ମୁଖ୍ୟ ସଂଗଠକ ଲାଲଜୀ ଦେଶାଇ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଏଆଇସିସି ଯୁଗ୍ମ ସଚିବ ଆଦିତ୍ୟ ପ୍ରସାଦ ବର୍ମାଙ୍କ ନିକଟକୁ ପ୍ରେରଣ କରାଯାଇଛି ।
ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଲିଖିତ ଏହି ପତ୍ରରେ ଉଲ୍ଳେଖ ରହିଛି “ ଆପଣଙ୍କ ବିନା ଅନୁୂମୋଦନରେ ଅଖିଲ ଭାରତ କଂଗ୍ରେସ ସେବାଦଳ ମୁଖ୍ୟ ସଂଗଠକ ଲାଲଜୀ ଦେଶାଇ ମନୋଜ ଜେନାଙ୍କୁ ମୁଖ୍ୟ ସଂଗଠକ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହି ନିଯୁକ୍ତି ଦେବା ପୂର୍ବରୁ ପିସିସି ସଭାପତି, ବିଧାୟକ ଦଳର ନେତା ତଥା ବରିଷ୍ଠ ସେବାଦଳ କର୍ମକର୍ତ୍ତାଙ୍କ ସହ କୌଣସି ଆଲୋଚନା କି ପରାମର୍ଶ କରିନାହାନ୍ତି । ଶ୍ରୀ ଜେନା ଜଣେ ଅପ୍ରଶିକ୍ଷିତ ଏବଂ ଏନଜିଓ କର୍ମକର୍ତ୍ତା । ତାଙ୍କର ସେବାଦଳ ବିଷୟରେ କୌଣସି ଅଭିଜ୍ଞତା ନାହିଁ । ସେ ଗତବର୍ଷ ହିଁ କଂଗ୍ରେସରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ତାଙ୍କର କଂଗ୍ରେସ ଦଳ ସହିତ କୌଣସି ସମ୍ପର୍କ ନଥିଲା । ତେଣୁ ଆମେ କଂଗେସ ସେବା ଦଳର ଭାଇ ଓ ଭଉଣୀମାନେ ଏହି ନିଷ୍ପତ୍ତକୁ ରଦ୍ଧ କରିବା ପାଇଁ ଆପଣଙ୍କ ପାଖରେ ଅନୁରୋଧ କରୁଛୁ । ଜଣେ ପ୍ରଶିକ୍ଷିତ ଏବଂ ଏନଟିସି ତାଲିମ ପ୍ରାପ୍ତ କର୍ମକର୍ତ୍ତାଙ୍କୁ ରାଜ୍ୟ ସେବାଦଳ ଦାୟିତ୍ୱ ଦିଆଯାଉ । ଶ୍ରୀ ମନୋଜ ଜେନାଙ୍କ ନିଯୁକ୍ତି ବାତିଲ ନହେବା ପର୍ଯ୍ୟନ୍ତ ଆମେ ସେବାଦଳ କର୍ମକର୍ତ୍ତା ଅସହଯୋଗ କରିବା ପାଇଁ ବାଧ୍ୟ ହେଉଛୁ” ବୋଲି ସେବାଦଳର କର୍ମକର୍ତ୍ତା ମାନେ କଂଗ୍ରେସ ଜାତୀୟ ଅଧ୍ୟକ୍ଷଙ୍କୁ ଜଣାଇଦେଇଛନ୍ତି ।
ରାଜ୍ୟ
କଂଗ୍ରେସ ସେବାଦଳ ଭିତରେ ତୀବ୍ର ଅସନ୍ତୋଷ :ମନୋଜଙ୍କ ନିଯୁକ୍ତିକୁ ବିରୋଧ କରି ରାହୁଲଙ୍କୁ ଚିଠି
- Hits: 782