ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଲରିଆବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ବସନ୍ତକୁମାର ବିଶି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନଶିକ୍ଷକ ଜୀବର୍ଧନ ପଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବ୍ଲକ ସହଶିକ୍ଷା ଅଧିକାରୀ ଜଗତ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଦାୟୀ ଶିକ୍ଷକ ବସନ୍ତକୁମାର ବିଶି ଙ୍କୁ ପେନସନ କାଗଜ ପତ୍ର , ଉପଢୌକନ, ମାନ ପତ୍ର ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପଢୌକନ, ବିଭିନ୍ନ ଉପହାର ଦେଇ ଆଶୀର୍ବାଦ ଗ୍ରହଣ କରିଥିଲେ l ସ୍ଥାନୀୟ ସିଆରସିସି ନୀଳକଣ୍ଠ ନାଏକ ମୁଖ୍ୟ ବକ୍ତା,ବଦ୍ରିନାରାୟଣ ପାଣ୍ଡିଆ, ସାମ୍ବାଦିକ ବନମାଳୀ ପୋଢ଼ ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଦାୟୀ ଶିକ୍ଷକ ଙ୍କ ଆଦର୍ଶ ରେ ସମସ୍ତେ ଅନୁପ୍ରାଣିତ ହେବାକୁ ପ୍ରେରଣା ଦେଇଥିଲେ l ବିଦାୟୀ ଶିକ୍ଷକ ବସନ୍ତକୁମାର ବିଶି ନିଜ ବକ୍ତବ୍ୟ ରେ ନିଜ ଷୋହଳ ବର୍ଷ ଶିକ୍ଷକତା ଜୀବନର ବିଗତ ଦିନର କଥା ଓ ଛାତ୍ରଛାତ୍ରୀ ଙ୍କ ସ୍ନେହ ଶ୍ରଦ୍ଧା ବିଷୟରେ ସ୍ମୃତି ଚାରଣ କରି ଛାତ୍ରଛାତ୍ରୀ ଙ୍କ ସେବା ରେ ନିଜକୁ ସମର୍ପଣ କରିବା ଏକ ଆଦର୍ଶ ଶିକ୍ଷକ ର ଗୁଣ ବୋଲି କହିଥିଲେ l
ଅନ୍ଧାରିବାଞ୍ଜି ସି.ଆର.ସି.ସି ଚିତ୍ତରଞ୍ଜନ ଠାକୁର,ଡୁଙ୍ଗୁରିପାଲି ସି.ଆର.ସି.ସି ପ୍ରବୀର ଭୋଇ,ପ୍ରଧାନଶିକ୍ଷକ ଦୟାନିଧି ବୁଡ଼େକ,ସୁଶୀଲକୁମାର ସେଟ,ସୁଦାମା ଦାରିଦ୍ର୍ୟଭଂଜନ ଦାଶ,ପହିଲ ବୁଡ଼େକ, ବାଳକିଶୋର ମେହେର,ପୂର୍ଣଚନ୍ଦ୍ର କୁମ୍ଭାର,ନୀଳକଣ୍ଠ ନାୟକ,ପ୍ରବୀରକୁମାର ଭୋଇ,ଶିକ୍ଷକ କିଶୋରକୁମାର ବାଗ,ଶିକ୍ଷୟିତ୍ରୀ ଆରତୀ ଖମାରୀ, ଉର୍କୁଲି ଭୁଏ, ସନ୍ତୋଷୀ ବିଶି, ଗ୍ରାମ ର ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ l ସହକାରୀ ଶିକ୍ଷକ ପ୍ରବୀଣ ବିଶି ସଂଯୋଜନା କରିଥିବାବେଳେ ନୀଳିମା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ ଗ୍ରାମବାସୀ ଙ୍କ ଘର ଦୁଆର ଆଗରେ ଝୋଟି ସହ ପୂର୍ଣ୍ଣ କୁମ୍ଭ ସ୍ଥାପନ କରାଯାଇଥିଲା l ସଭା ପରେ ବିରାଟ ପଟୁଆର ଦ୍ୱାରା ମା ଭଉଣୀ ଙ୍କ ହୁଳହୁଳି ସହ ଜନସାଧାରଣ ଙ୍କ ହରିବୋଲ ଧ୍ୱନୀ ରେ ପ୍ରକମ୍ପିତ ଗ୍ରାମ୍ୟ ଶୋଭାଯାତ୍ରା ରେ ଯାଇ ବିଦାୟୀ ଶିକ୍ଷକ ଙ୍କୁ ଘରେ ଛାଡି ଆସିଥିଲେ l ଛାତ୍ରଛାତ୍ରୀ ଓ ଆବାଳବୃଦ୍ଧ ବନିତାଙ୍କ ଆଖିରେ ଅଶ୍ରୁ ଆସିଯାଇଥିଲା l ବିଦାୟୀ ଶିକ୍ଷକ ଙ୍କ ସ୍ନେହ ଶ୍ରଦ୍ଧା ଓ ଶିକ୍ଷକତା କୁ ମନେପକାଇ ଲରିଆବାହାଲ ଗ୍ରାମବାସୀ ବାହୁନି ବାହୁନି କାନ୍ଦିଥିଲେ l