ପ୍ରାଶାସନିକ କ୍ଷେତ୍ରକୁ ଚଳଚଞ୍ଚଳ କରିବାରେ ସାମ୍ବାଦିକ ବନ୍ଧୁଙ୍କ ଭୁମିକା ଅତୁଳନୀୟ
ଓଡ଼ଗାଁ,୧୦।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସାମ୍ବାଦିକ ସଂଘ ପକ୍ଷରୁ କୁରାଳ ନିକଟସ୍ଥ ମା’ ବାଗଦେବୀ ପୀଠରେ ଆଜି ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ଅଶୋକ ମହାପାତ୍ରଙ୍କ ତତ୍ବାବଧାନ ଏବଂ ସମ୍ପାଦକ ଗଣେଶ୍ୱର ସାହୁଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ଶ୍ରୀକାନ୍ତ ଖଟେଇ ଏବଂ ସଂପାଦକ ବୈୖଦ୍ୟଭୂଷଣ ମହାପାତ୍ର ଯୋଗ ଦେଇଥିଲେ । ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇ, ବିଡ଼ିଓ ଜିତେନ୍ଦ୍ର କୁମାର ନାଏକ, ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ଓଡ଼ଗାଁ ଏନ୍ଏସି ଏଜକ୍ୟୁଟିଭ ଅଫିସର ଦୁଃଶାସନ ସ୍ବାଇଁ, ପ୍ରମୁଖ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ପ୍ରାଶାସନିକ କ୍ଷେତ୍ରକୁ ଚଳଚଞ୍ଚଳ କରିବାରେ ସାମ୍ବାଦିକ ମାନଙ୍କ ମାନଙ୍କ ଭୁମିକା ଅତୁଳନୀୟ । ଅନ୍ୟ ସ୍ଥାନ ଅପେକ୍ଷା ଓଡ଼ଗାଁ ଛାପା ସାମ୍ବାଦିକ ବନ୍ଧୁ ମାନଙ୍କ କାର୍ଯ୍ୟ ଶୈଳି କିଛି ନିଆରା ବୋଲି କହିଥିଲେ । ସେମାନେ ସାମ୍ବାଦିକ ବନ୍ଧୁ ନୁହେଁ, କେବଳ ବନ୍ଧୁ ବୋଲି ସମ୍ବୋଧନ କରିଥିଲେ । ଏବଂ ଗଣତନ୍ତ୍ରରେ ସାମ୍ବାଦିକ ମାନଙ୍କ ଆବଶ୍ୟକତାକୁ ଗୁରୁତ୍ଵ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ସାମ୍ବାଦିକ ସାରସ କୁମାର ମିଶ୍ର, ରାମକୃଷ୍ଣ ପରିଡ଼ା, ଫକିର ମହାରଣା, ସୁନିଲ ପଟ୍ଟନାୟକ, ନାରାୟଣ ପାଣିଗ୍ରାହୀ, ଦୀନବନ୍ଧୁ ମହାପାତ୍ର, ଜୟକୃଷ୍ଣ ସାହୁ, ରିପନ କୁମାର ପଣ୍ଡା, ବିପିନ ତ୍ରୀପାଠୀ, ଗଗନ ବିହାରି ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସଭାପତି ଏବଂ ତାଙ୍କ ସହଧର୍ମିଣୀ ତଥା ନୟାଗଡ଼ ପୈାରାଧ୍ୟକ୍ଷ ନୀରୁପମା ଖଟେଇଙ୍କ ସହିତ ଓଡ଼ଗାଁ ସଙ୍ଘର ସଭାପତି ମିଳିତ ଭାବେ କେକ୍ କାଟି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପରିବାର ସଦସ୍ୟଙ୍କ ସହିତ ସାମ୍ବାଦିକ ଭାଇମାନେ କାର୍ଯ୍ୟକ୍ରମକୁ ବେଶ୍ ଉପଭୋଗ କରୁଥିଲେ । ପରି ଶେଷରେ ସମ୍ପାଦକଙ୍କ ଦ୍ବାରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।