କିରିମିରା ବ୍ଲକ ଅନାସ୍ଥା ଭୋଟ ଘଟଣା
ଭୁବନେଶ୍ୱର, ୧୦/୦୧/୨୦୨୫: ଝାରସୁଗୁଡ଼ା ଜିଲ୍ଲାର କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟକୁ ନ କରାଇଦେବା ପାଇଁ ପୋଲିସ୍ ଅଗଣତାନ୍ତ୍ରିକ, ବେଆଇନ ଓ ଗଣତନ୍ତ୍ରକୁ କଣ୍ଠରୋଧ କରିବା ବିରୁଦ୍ଧରେ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛି ବିଜେଡିର ପ୍ରତିନିଧି ମଣ୍ଡଳୀ ।
ଦେବୀ ମିଶ୍ରଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ମଣ୍ଡଳୀରେ ପ୍ରମିଳା ମଲ୍ଲିକ, ପ୍ରତା ଜେନା, ସଞ୍ଜୟ ଦାସବର୍ମା, ଲେଖାଶ୍ରୀ ସାମନ୍ତସିଂହାର, ଡଃ ଲେନିନ୍ ମହାନ୍ତି, ମିହିର ରାୟ, ତୁମ୍ବନାଥ ପଣ୍ଡା, ଇପସୀତା ସାହୁ ପ୍ରମୁଖ ରାଜ୍ୟ ପୋଲିସ୍ ମହା ନିର୍ଦ୍ଦେଶକଙ୍କୁ ଭେଟିଥିଲେ ।
ବିଜେପି ତଥା ସରକାରୀ ଦଳ ପରାଜୟ ଭୟରେ ଏଭଳି କାର୍ଯ୍ୟ କରିଛି । ପୋଲିସ୍ ସରକାରୀ ଦଳର ହାତବାରିସି ସାଜି ଏଭଳି କାର୍ଯ୍ୟ କରୁଛି । ଏହାକୁ ବିଜୁ ଜନତା ଦଳ ଦୃଢ଼ ଭାବରେ ନିନ୍ଦା କରୁଛି ।