ହେଡଲାଇନସ୍:

ବଦଳିବ କେନ୍ଦ୍ର ରାଜ୍ୟ ସମ୍ପର୍କର ପରିଭାଷା : ଆରଂଭ ହେବ ନୂଆ ଯୁଗ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟମନ୍ତ୍ରୀଙ୍କ ମୁହଁରେ "କେନ୍ଦ୍ର ସହ ଗଠନମୂଳକ ସହଯୋଗ"ର ସ୍ୱର

ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ, ମେଧା ଓ ସାମାଜିକ-ଅର୍ଥନୈତିକ ମାନଦଣ୍ଡ ଦେଖି ବୃତ୍ତି ପରିଷଦ ସ୍ଥାପନ

ଭୁବନେଶ୍ବର : ଆମ ଲକ୍ଷ୍ୟ ବିକାଶ | ସାଢେ ଚାରିକୋଟି ଓଡ଼ିଆଙ୍କ କଲ୍ୟାଣ ଓ ରାଜ୍ୟର ବିକାଶ ଆମ ପାଇଁ  ସର୍ବାଦୌ ଗୁରୁତ୍ବପୂର୍ଣ୍ଣ। ତେଣୁ ରାଜ୍ୟର ବିକାଶ ଓ ଲୋକଙ୍କ କଲ୍ୟାଣ ପାଇଁ ଆମେ କେନ୍ଦ୍ର ସରକାରଙ୍କ ସହିତ ଗଠନମୂଳକ ସହଯୋଗ ନୀତି ଆପଣାଇବୁ ବୋଲି  ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଲଗାତାର ଭାବେ ଦୀର୍ଘ ୧୯ ବର୍ଷଧରି କେନ୍ଦ୍ର ଅବହେଳା ଆଉ ବୈମାତୃକାତା କୁ ନେଇ ବ୍ଲକ ଠାରୁ ଆରମ୍ଭ କରି ରାହାଭବନ ଆଉ ପାଳି ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରତିବାଦ ଆଉ ଆନ୍ଦୋଳନ କରି ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇ କେନ୍ଦ୍ର ରାଜ୍ୟ ସମ୍ପର୍କରେ ନୂଆ ଯୁଗର ଅୟମାରମ୍ଭ କରିବାର ସଙ୍କଟ ଦେଇଛନ୍ତି | କେନ୍ଦ୍ର ଓ ରାଜ୍ୟ ପାଇଁ ପୃଥକ ସରକାରଙ୍କୁ ଭୋଟ କରି ଓଡିଶା ବସି ବୁଦ୍ଧିମତାର ପରିଚୟ ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ନରମ ଆଭିମୁଖ୍ୟ ପୋଷଣ ଏବେ ରାଜ୍ୟ କେନ୍ଦ୍ର ସମ୍ପର୍କକୁ ନୂଆ ଦିଶା ଦେଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ମତ ପ୍ରକାଶ ପାଇଛି |
ରାଜ୍ୟପଲଙ୍କ ଅଭିଭାଷଣ ଉପରେ ଧନ୍ୟବାଦ  ପ୍ରସ୍ତାବ ଆଲୋଚନାରେ ନିଜ ଉତ୍ତର ରଖି ମୁଖ୍ୟମନ୍ତ୍ରୀ  କହିଛନ୍ତି ଯେ ‘ଗଣତନ୍ତ୍ରରେ ଜନମତ ସବୁଠୁ ଗୁରୁତ୍ୱପୁର୍ଣ । ଲୋକେ ଆଉ ଥରେ ଆମକୁ ସେବା କରିବା ପାଇଁ ସୁଯୋଗ ଦେଇଥିବା ଯୋଗୁ ସେମାନଙ୍କ ଭାବନା ଓ ସମର୍ଥନକୁ ଆମେ  ସମ୍ମାନ ଜଣାଉଛୁ। ଲୋକଙ୍କ ଆଶୀର୍ବାଦ ନେଇ ସେମାନଙ୍କୁ ନିର୍ମଳ, ସ୍ବଚ୍ଛ ଓ ନାଗରିକ କୈନ୍ଦ୍ରିକ ଶାସନ ଦେବା ପାଇଁ ଆମେ ଉଦ୍ୟମ ଜାରି ରଖିଛୁ ଓ ରଖିବୁ। ଗତ ୧୯ ବର୍ଷ ଧରି ଆମେ ଦେଇଥିବା ପ୍ରତିଶ୍ରୁତିମାନ ପାଳନ କରିଆସିଥିବା ବେଳେ  ଆମର ସଫଳତା ନେଇ  ଆମେ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ |
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ସ୍ବାର୍ଥ ବିଶେଷ କରି ଦୁର୍ବଳ ଶ୍ରେଣୀଙ୍କ ବିକାଶ ପ୍ରତି ଆମ ସରକାର ଅଙ୍ଗୀକାରବଦ୍ଧ। ପଞ୍ଚମ ପାଳିର ସରକାର ଶପଥ ଗ୍ରହଣ କରିବା‌ ପରେ ପରେ ପ୍ରଥମ ମନ୍ତ୍ରିପରିଷଦ ବୈଠକ ଡାକି ଲୋକଙ୍କ ପ୍ରତି ରହିଥିବା ପ୍ରତିବଦ୍ଧତା ପ୍ରମାଣିତ କରିଛୁ । ନିଵେବଚନ ବେଳେ ଲୋକଙ୍କୁ ଦିଆ ଯାଇଥିବା ପ୍ରତିଶୃତିକୁ ଧାର୍ଯ୍ୟ ସମୟ ମଧ୍ୟରେ ପୁରାଣ କରିବା ପାଇଁ ଆମେ ପଦକ୍ଷେପ ନେଉଛୁ |  ଆମର ଅର୍ଥନୈତିକ ଅଭିବୃଦ୍ଧି ଓ ପ୍ରଗତିର ମେରୁଦଣ୍ଡ ଭାବେ କୃଷିର ଭୂମିକା ଅପରିବର୍ତିତ ରହିଛି। ପ୍ରତିଶ୍ରୁତି ମୁତାବକ କାଳିଆ ଯୋଜନା ଜାରି ରହିବ। ଜଳସେଚନର ବିକାଶ ପାଇଁ ସରକାରଙ୍କ ପ୍ରୟାସ ମଧ୍ୟ ଜାରି ରହିବ।
ମହିଳାଙ୍କ ସଶକ୍ତୀକରଣ ସୁଶାସନର ପ୍ରମୁଖ ଆବଶ୍ୟକତା। ମହିଳା ସଂରକ୍ଷଣ ଓ ମହିଳାଙ୍କ ସଶକ୍ତୀକରଣ ପରବର୍ତୀ ସ୍ତରକୁ ନେବା ପାଇଁ ସରକାରଙ୍କ ଉଦ୍ୟମ ଜାରି ରହିବ । ସେହିପରି ଗୁଣାତ୍ମକ ଶିକ୍ଷା ସରକାରଙ୍କ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକ ମଧ୍ୟରେ ଅନ୍ୟତମ କ୍ଷେତ୍ର। ରାଜ୍ୟର ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ କରାଯିବ। ସରକାର ଉଭୟ ମେଧା ଓ ସାମାଜିକ-ଅର୍ଥନୈତିକ ମାନଦଣ୍ଡ ଦେଖି ବୃତ୍ତି ପରିଷଦ ସ୍ଥାପନ କରିବେ। ରାଜ୍ୟର ସବୁ କଚାଘରକୁ ପକ୍କାଘରରେ ପରିଣତ କରିବା ପାଇଁ ସରକାର ସରକାର ଉଦ୍ୟମକୁ ତ୍ୱରାନ୍ୱିତ କରିବେ |
ଯୁବ ସମାଜ ପାଇଁ ନିଯୁକ୍ତି ସୁଯୋଗ ପ୍ରସ୍ତାବ ଏବେ ସରକାରଙ୍କ ପ୍ରାଥମିକତା । ଏଥିପାଇଁ ୬ଟି ପ୍ରମୁଖ କ୍ଷେତ୍ରରେ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଦକ୍ଷେପ ନିଆଯାଉଛି । ବିଶ୍ବ ଦକ୍ଷତା କେନ୍ଦ୍ର ୧.୫୦ ଲକ୍ଷ ଅତି କୁଶଳୀ ପେସାଦାର ସୃଷ୍ଟି କରିବାରେ ସହାୟକ ହେବ। ଭୁବନେଶ୍ବରରେ ବିଶ୍ବସ୍ତରୀୟ କ୍ରୀଡ଼ା ସୁବିଧା ସୃଷ୍ଟି ଓଡ଼ିଶା ନିଶ୍ଚିତ ପସନ୍ଦର କ୍ରୀଡ଼ା ଲକ୍ଷ୍ୟସ୍ଥଳୀରେ ପରିଣତ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
 ନିକଟରେ ଓଡ଼ିଶାର ୪ଟି ଜିଲ୍ଲାକୁ ଦୋହଲେଇ ଦେଇଥିବା ଫନି ବାତ୍ୟା ସମ୍ପର୍କରେ ଅବତାରଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନିକଟରେ ଓଡ଼ିଶା ଭୟଙ୍କର ଝଡ଼ବାତ୍ୟା ଫନିର ସାମ୍ନା କରିଛି।  ଏହି ଝଡ଼ବାତ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି | ଆମେ ଫନି ପରିଚାଳନା ଓ ପୁନରୁଦ୍ଧାର କାର୍ଯ୍ୟ ଯେପରି କରିଥିଲୁ, ସେହି ପ୍ରୟାସକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସା କରାଯାଇଛି। ଓଡ଼ିଶାବାସୀଙ୍କ ଏଭଳି ଅଦ୍ୟମ ମାନସିକତାକୁ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ଧନ୍ୟବାଦ ଜଣାଇ ଥିଲେ|

0
0
0
s2sdefault