ବାରିପଦା(Dillip Mohanty)- ଜୀବେ ନିଷ୍ଠୁରତା ନିରାକରଣ ସମିତି(ଏସପିସିଏ) ଆନୁକୂଲ୍ୟରେ ବାରିପଦା ସବ-ଡ଼ିଭିଜନାଲ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଏସ. ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବାରିପଦା ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ପୌରପରିଷର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଅମାନୁଷିକ ଭାବେ ଛେଳି, କୁକୁଡ଼ା ଆଦିକୁ ଅତି ଅମାନୁଷିକ ଭାବେ ହତ୍ୟା କରିବା ଓ ବିକ୍ରି କରିବା ଅଭିଯୋଗରେ ୪୫ ଜଣ ମଂସ କଟାଳୀଙ୍କ ନିକଟରୁ ମୋଟ ୯ହଜାର ୫ଶହ ୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏଥି ସହ ଉକ୍ତ ଆଇନକୁ ବ୍ୟାପକ କରିବା ନିମନ୍ତେ ସହରାଞ୍ଚଳରେ ଭ୍ରାମ୍ୟମାଣ ଆଦାଲତ ଆୟୋଜନ କାରାଯାଇ ଦୋଷୀମାନଙ୍କୁ ଦଣ୍ଡିତ କରାଯିବ ବୋଲି ଏସପିସିଏ ପରିଦର୍ଶକ ଜଗନ୍ନାଥ ମିଶ୍ର ପ୍ରକାଶ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ଶଶାଙ୍କ କୁମାର ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଉକ୍ତ ଭ୍ରାମ୍ୟମାଣ ଅଦାଲତର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସମୟରେ ଜୀବେ ନିଷ୍ଠୁରତା ନିରାକରଣ ସମିତିର ପରିଦର୍ଶକ ଶ୍ରୀ ମିଶ୍ର ପରିଚାଳନା କରିଥିଲେ ।
ରାଜ୍ୟ
ଭ୍ରାମ୍ୟମାଣ ଆଦାଲତ ପକ୍ଷରୁ ରାସ୍ତା ପାର୍ଶ୍ୱ ୪୫ ଜଣ ମାଂସ କଟାଳୀ ଦଣ୍ଡିତ
- Hits: 362