ପଦ୍ମପୁର(ନୀଲାମ୍ବର ଦୀପ):- ପାଗର ପରିବର୍ତ୍ତନ ଦେଖି ରାଜ୍ୟସରକାର ରାଜ୍ୟର ସମସ୍ତ ସ୍କୁଲ ଗତ ୨୧ ତାରିଖରୁ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମାତ୍ର ଚାରିଦିନ ମଧ୍ୟରେ ପାଗର ର ଅବସ୍ଥା ଯଥା ପୂର୍ବ ପରି ହୋଇଯାଇଛି । ଅତ୍ୟଧିକ ଗରମ ସଙ୍ଗେ ସଙ୍ଗେ ଗୁଳୁଗୁଲି ଯୋଗୁ ସ୍କୁଲର ଛୋଟ ଛୋଟ ଛାତ୍ର ଛାତ୍ରୀ ମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡୁଛି। ଅଧିକାଂଶ ବିଦ୍ୟାଳୟ ରେ ଉପଯୁକ୍ତ ପାନୀୟ ଜଳର ଓ ବିଦ୍ୟୁତ ର ସୁବ୍ୟବସ୍ଥା ନଥିବା ହେତୁ ଛାତ୍ର ଛାତ୍ରୀ ମାନେ ଅଂଶୁଘାତ ଭଳି ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ପାଣି ପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ,ତେଣୁ ଆହୁରି ଗରମ ଓ ଗୁଳୁଗୁଲି ହେବାର ସମ୍ଭାବନା ରହିଛି । ଏ ସବୁକୁ ଦୁଷ୍ଟି ରେ ରଖି ପାଣିପାଗ ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ପଦ୍ମପୁର ଉପଖଣ୍ଡର ସମସ୍ତ ସ୍କୁଲ ଗୁଡିକୁ ସକାଳୁଆ କରିବା ପାଇଁ ଅଭିଭାବକ ସଂଘ ଓ ରାଜବୋରାସମ୍ବର ମିଳିତ ଶିକ୍ଷକ ସଂଘ ତରଫରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି ।
ରାଜ୍ୟ
ଅସହ୍ୟ ଗରମ ଓ ଗୁଲଗୁଳି ଯୋଗୁ ସକାଳୁଆ ସ୍କୁଲ ପାଇଁ ଦାବି।
- Hits: 1458