ପୁରୀ, (ଅନିମେଶ ପଟ୍ଟନାୟକ): ପୁରୀ ସହରର ଜଣାଶୁଣା ବରିଷ୍ଠ ସାମ୍ବାଦିକ ରମେଶ ଚୌଧୁରୀଙ୍କ ପରଲୋକ ହୋଇଛି । ସେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ହୃଦଘାତ ଜନିତ ରୋଗର ଚିକିତ୍ସା ହେଉଥିଲେ । ଗୁରୁବାର ପୂର୍ବାହ୍ନରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି । ଭୁବନେଶ୍ବରରୁ ତାଙ୍କର ମର ଶରୀର ପୁରୀ ଲୋକନାଥ ରୋଡ ସ୍ଥିତ ନିଜସ୍ବ ବାସଭବନକୁ ଆଣିବା ପରେ ଅନେକ ଶୁଭେଚ୍ଛୁ ଶେଷ ଦର୍ଶନ କରିଛନ୍ତି । ସେ ବିଭିନ୍ନ ସାପ୍ତାହିକ ଖବରକାଗଜର ସମ୍ପାଦକ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ବିଶେଷକରି ପୁରୀ ସହରରେ ସମାଲୋଚନା ମୂଳକ ସାପ୍ତାହିକ ଖବରକାଗଜ ଯାଞ୍ଚ ଓ ଶ୍ରୀକ୍ଷେତ୍ର ଯାଞ୍ଚ ପାଇଁ ସେ ବେଶ ପରିଚିତ ଥିଲେ । ଏହା ସହ ସତ୍ଯ ସଂଘର୍ଷ ଓ ଜଗନ୍ନାଥ ଟାଇମ୍ସ ଖବରକାଗଜର ମଧ୍ଯ ସଂପାଦକ ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ମରଶରୀରକୁ ସ୍ବର୍ଗଦ୍ବାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କର ଏକମାତ୍ର ପୁତ୍ର ଦିପ୍ତିରଞ୍ଜନ ଚୌଧୁରୀ ମୁଖାଗ୍ନି ଦେଇଛନ୍ତି । ସ୍ବର୍ଗଦ୍ବାର ଠାରେ ତାଙ୍କର ଦୁଇ ଝିଅ ରଞ୍ଜିତା , ରଶ୍ମିତା , ଦୁଇ ଜ୍ବାଇଁ ଆଶିଶ ମିଶ୍ର, ହୃଦାନନ୍ଦ ମହାନ୍ତି, ଭାଇ ସୁର ,କାଳିଆ ,ପୁତୁରା ଗୁଡୁ, ନାତି ସାଇ, ନାତୁଣୀ ମିନୀ, ଦୁଇ ବୋହୁ ରାନୀ ଓ ଅଙ୍କିତାଙ୍କ ସମେତ ପରିବାର,ବନ୍ଧୁବାନ୍ଧବ,ଆତ୍ମିୟସ୍ବଜନ ଆଦି ଉପସ୍ଥିତ ଥିଲେ । ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବିଜେପି ନେତା କୃଷ୍ଣଚନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ଅନନ୍ତ ମିଶ୍ର, ପ୍ରମୋଦ ଦାଶ, ଅନିମେଶ ପଟ୍ଟନାୟକ, ବିଜୟ କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ଯାଳୟର ଅଧିକାରୀ ରାଜେନ୍ଦ୍ର କୁମାର ପାତ୍ର ଓ ସୁବ୍ରତ କୁମାର ସାହୁ ସମେତ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ, ସମାଜସେବୀ, ସାହି ବାସିନ୍ଦା ଆଦି ଶେଷ ଦର୍ଶନ ଦର୍ଶନ କରିଥିଲେ । ଏହି ଦୁଖଃଦ ଖବର ସହରରେ ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳିଯାଇଛି ।
ରାଜ୍ୟ
ବରିଷ୍ଠ ସାମ୍ବାଦିକ ରମେଶ ଚୌଧୁରୀଙ୍କ ପରଲୋକ
- Hits: 97