ହେଡଲାଇନସ୍:

ପିତା ମାତାଙ୍କ ଦେହାନ୍ତ ପରେ ସାହାରା ଖୋଜୁଛନ୍ତି ଦୁଇ ଅନାଥ ଝିଅ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଗଣ୍ଡବାରଝୋଲା ପଞ୍ଚାୟତ କରାଟିକିଲି ଗାଁ ରେ ରହୁଛନ୍ତି ଦୁଇ ଅନାଥ ଝିଅ ପାୟଲ ମାଝୀ (୧୧) ଓ ବନିତା ମାଝୀ (୯ )। ପାୟଲ ବାଦିଲୀ କୀଟ ସ୍କୁଲ ରେ ଚତୁର୍ଥ ଶ୍ରେଣୀରେ ପଡୁଥିବା ବେଳେ ବନିତା କରାଟିକିଲି ପ୍ରାଇମେରୀ ସ୍କୁଲ ରେ ଚତୁର୍ଥ ପଡୁଛନ୍ତି। ଦୁହେଁ ଏବେ କୋଉଠି ରହିବେ କାହା ସହ ରହିବେ ତାହାକୁ ନେଇ ଧ୍ବନ୍ଦ୍ରରେ, କାରଣ ନିଜର ବୋଲି କେହି ନାହାନ୍ତି। ସେମାନଙ୍କ ଦେଖାଶୁଣା କିଏ କରିବ ସେ ନେଇ ସେମାନେ ଚିନ୍ତିତ ଅଛନ୍ତି। ସୂଚନା ଅନୁସାରେ କରାଟିକିଲି ଗାଁର ରଜ ମାଝୀ ଙ୍କ ୧୦ ବର୍ଷ ତଳେ ଦେହାନ୍ତି ହୋଇଥିବା ବେଳେ ଗୋମତୀ ମାଝୀ ଗତ ୨୫ ତାରିଖ ଦିନ ତାଙ୍କର ମଧ୍ୟ ଦେହାନ୍ତି ହୋଇଛି। ଦୁଇଜଣଙ୍କ ଦେହାନ୍ତି ପରେ ଶିଶୁ ମାନେ ଅସହାୟ ଅବସ୍ଥା ରେ ଥିବା ଜାଣିବାପରେ ସ୍ବେଛାସେବୀ ଶ୍ରୀ ଯଶୋବନ୍ଧୁ ରଣା, କରାଟିକିଲି ସ୍କୁଲର ଶିକ୍ଷକ ଶ୍ରୀ ଗୋବର୍ଧନ ମାଝୀ, ସି.ଆର.ପି ଶ୍ରୀମତୀ ଦେବକୀ ଗଉଡ଼ ଶିଶୁ ମାନଙ୍କ ପାଖକୁ ପହଂଚି ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ। ଶିଶୁ ମନେ ପାଠ ପ୍ରତି ରୁଚି ରଖୁଥିବାରୁ ସରକାରି ସହଯୋଗ ମିଳିଲେ ଆହୁରି ଆଗକୁ ପଢିବେ ବୋଲି ମତାମତ ରଖୁଥିଲେ। ସେହିପରି ସେହି ଗାଁରେ ଯୋଶୀତା ମାଝୀ (୧୫) ମଧ୍ୟ ପିତା ମାତାଙ୍କ ଦେହାନ୍ତ ପରେ ଘରେ ଆର୍ଥକ ଅସୁବିଧା ହେତୁ ମାଟ୍ରିକରୁ ପଢା ଛାଡିଛନ୍ତି। ତାଙ୍କୁ ମଧ୍ୟ ସରକାରୀ ସହାୟତା ମିଳିଲେ ସେ ମଧ୍ୟ ଆସନ୍ତାବର୍ଷରୁ କଲେଜରେ ଆଡ଼ମିସନ କରିବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦୁଇ ପରିବାରର ଅନାଥ ଶିଶୁ ମାନଙ୍କୁ ତୁରନ୍ତି ସରକାରୀ ସହାୟତା ଯେ ଯୋଗାଇ ଦେ ଦେବାକୁ ସ୍ବେଛାସେବୀ ଶ୍ରୀ ଯଶୋବନ୍ଧୁ ରଣା ଓ ଗ୍ରାମବାସୀ ଦାବି କରିଛନ୍ତି।

0
0
0
s2sdefault