ନିରୁଦ୍ଧିଷ୍ଟଙ୍କୁ ପରିବାର ସହ ମିଳାଇଲା ରେଡକ୍ରସ: ରାଜ୍ୟପାଳଙ୍କ ପ୍ରଶଂସା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): ନିରୁଦ୍ଧିଷ୍ଟ ବ୍ୟକ୍ତିଙ୍କ ସଂପର୍କରେ ସୂଚନା ସଂଗ୍ରହ କରି ତାଙ୍କ ପରିବାର ସହ ମିଳନ କରାଇବାରେ ଭାରତୀୟ ରେଡ଼କ୍ରସ୍, ଓଡ଼ିଶା ଶାଖାର କାର୍ଯ୍ୟକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୂୟସୀ ପ୍ରଶଂସା କରିଛନ୍ତି ।
ଆଜି ରାଜଭବନରେ ରାଜ୍ୟପାଳଙ୍କ ଉପସ୍ଥିତିରେ ଝାଡ଼ଖଣ୍ଡର ବାହାଦୁର ରଖ୍ୟାସାନ ତାଙ୍କ ପରିବାର ସହିତ ମିଳିତ ହୋଇଥିଲେ ।
ଘଟଣାକ୍ରମେ, ଝାଡ଼ଖଣ୍ଡ ରାଜ୍ୟର ବାହାଦୁର ସିକନ୍ଦରାବାଦକୁ କର୍ମ ସଂସ୍ଥାନ ସଂଧାନରେ ଗଲାବେଳେ ଭୁଲରେ  ବିଶାଖାପାଟଣାରେ ଓହ୍ଲାଇପଡ଼ିଥିଲେ । ପରେ ପରେ ତାଙ୍କର ସ୍ମୃତି ବିଭ୍ରମ ଘଟିଥିଲା । ସ୍ଥାନୀୟ ପୁଲିସ୍ ସହାୟତାରେ ସେ ଏକ ଡ଼ାକ୍ତରଖାନାରେ ପହଂଚିଥିଲେ । ଏହି ସଂପର୍କରେ ସୂଚନା ଭାରତୀୟ ରେଡ଼କ୍ରସ୍ ସୋସାଇଟି ଓଡ଼ିଶା ଶାଖାର ସଂପାଦିକା ମେଜର କଳ୍ପନା ଦାଶଙ୍କ ପାଖରେ ପହଁଚିଥିଲା । ସେ ରେଡ଼କ୍ରସର ସ୍ୱଚ୍ଛାସେବୀ ଲକ୍ଷଣ ସ୍ୱାଇଁ ଓ ସଂଜୟ ପାତ୍ରଙ୍କ ଜରିଆରେ ଶ୍ରୀ ରଖ୍ୟାସାନଙ୍କ ପରିବାରକୁ ଠାବ କରିବାରେ ସମର୍ଥ ହୋଇଥିଲେ ।
ଆଜି ଶ୍ରୀ ରଖ୍ୟାସାନ ଓ ତାଙ୍କ ପରିବାର ରାଜଭବନକୁ ଆସି ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ରେଡ଼କ୍ରସ୍ ତରଫରୁ ତାଙ୍କୁ ଆର୍ଥିକ ସହାୟତା ସହ ବିଭିନ୍ନ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା । ରାଜ୍ୟପାଳ ପ୍ରଫେସର ଲାଲ ସେମାନଙ୍କ ସୁଖମୟ ଜୀବନ କାମନା କରିଥିଲେ ।
   

0
0
0
s2sdefault