ରାଜ୍ୟ ସୂଚନା ଓ ଲୋକସମ୍ପର୍କବିଭାଗ ନିର୍ଦ୍ଦେଶକ ଦାୟିତ୍ୱ ନେଲେ କୃପାସିନ୍ଧୁ ମିଶ୍ର 25 June 2019 Hits: 396 Rating: ( 0 Rating ) User Rating: 0 / 5 Please Rate Vote 1 Vote 2 Vote 3 Vote 4 Vote 5 ଅଧିକାରୀକାରୀମାନେ ଦକ୍ଷ ଓ ପ୍ରତିବଦ୍ଧ ହେବାକୁ ପରାମର୍ଶ ଭୁବନେଶ୍ୱର(ଶାସକ ପ୍ରଶାସକ): କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା ଓ ଅନୁରାଗ ବଳରେ ଅଧିକାରୀମାନେ ବିଶେଷ ଦକ୍ଷ ଓ ପ୍ରତିବଦ୍ଧ ହୋଇ ପାରିବେ | ସେଥିପାଇଁ କର୍ମସଂସ୍କୃତି, ସମୟାନୁବର୍ତ୍ତିତା ଓ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଦେଇବିଭାଗର ପ୍ରତିଷ୍ଠା ସୁଦୃଢ଼ କରିବା ନିମନ୍ତେ ସୂଚନା ଓ ଲୋକସଂ ପର୍କବିଭାଗର ନୂତନ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ପରାମର୍ଶ ଦେଇଛନ୍ତିାଆଜି ପୂର୍ବାହ୍ନରେ ଦାୟିତ୍ୱ ଗ୍ରହଣ ସମୟରେ ଶ୍ରୀ ମିଶ୍ରଙ୍କୁ ବିଭାଗୀୟ ବରିଷ୍ଠ ପଦାଧିକାରୀ ତଥା କର୍ମଚାରୀମାନେ ଲୋକସଂ ପର୍କ ଭବନଠାରେ ସ୍ୱାଗତ ଜଣାଇଥିଲେ | ଅପରାହ୍ନରେ ଅଧିକାରୀ ତଥା କର୍ମଚାରୀମାନଙ୍କର ଏକ ବୈଠକରେ ଅଧ୍ୟକ୍ଷତା କରି ନୂତନ ନିର୍ଦ୍ଦେଶକ ଶ୍ରୀ ମିଶ୍ର ସୂଚନା ଓ ଲୋକସଂ ପର୍କବିଭାଗର କାର୍ଯ୍ୟକ୍ରମ ସୁଦୂର ପ୍ରସାରୀ ବୋଲି କହିବା ସହିତ ଅଧିକାରୀମାନେ ସ୍ୱଚ୍ଛତା, ଦକ୍ଷତା ଓ ସାଧୁତା ବଜାୟ ରଖି ଉତ୍ତମ ପ୍ରଶାସନର ସୁଫଳକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବେ ବୋଲି ଆଶା ପ୍ରକଟ କରିଥିଲେ | ଅନ୍ୟ ପକ୍ଷରେ, ଅଧିକାରୀମାନେ ବୈଷୟିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ , ସମନ୍ୱିତ ଆଦାନ ପ୍ରଦାନ ଓ ଅଭିଜ୍ଞତାର ଉପଲବ୍ଧି ଆଧାରରେ ଅଧିକ କ୍ରିୟାଶୀଲ ଓ ତତ୍ପର ହେବା ନିମନ୍ତେ ନିର୍ଦ୍ଦେଶକ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତିାଲୋକସଂପର୍କ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ ନୂତନ ନିର୍ଦ୍ଦେଶକଙ୍କୁ ସ୍ୱାଗତ ଜଣାଇବା ସହିତ ବିଭାଗର କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ଶାସନ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକ ଓବରିଷ୍ଠ ସୂଚନା ଅଧିକାରୀ ଶ୍ରୀ ସୂର୍ଯ୍ୟରଞ୍ଜନ ମହାନ୍ତି ମଧ୍ୟବକ୍ତବ୍ୟ ରଖିଥିଲେ | ଉପନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକି ଧନ୍ୟବାଦ ଅର୍ପଣ କରିଥିଲେ | ଉପନିର୍ଦ୍ଦେଶକ ଶ୍ରୀ ବରଦା ପ୍ରସନ୍ନ ଦାସ ମଧ୍ୟ ମଞ୍ଚାସୀନ ଥିଲେ | ଏହି ବୈଠକରେ ଉ ପଶାସନ ସଚିବ ଦୁର୍ଗା ପ୍ରସାଦ ମହାରଣା, ଉପଶାସନ ସଚିବ ଦୁର୍ଯ୍ୟୋଧନ ବେହେରାଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ , ସୂଚନା ଅଧିକାରୀ ତଥାବିଭିନ୍ନ ପ୍ରଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ | 000s2sdefault twitter twitter facebook google plus whatsapp share