ସୁନହଟ ସେକ୍ସନ ଅଫିସରେ ପଡ଼ିଲା ତାଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନେସ୍କୋ କର୍ତ୍ତୃପକ୍ଷଙ୍କ ଖାମଖିଆଲି କାର୍ଯ୍ୟର ଦୃଢ଼ ପ୍ରତିବାଦ

ବାଲେଶ୍ୱର,(ଉଜ୍ଜ୍ୱଳ କର ):: ସେବା ନାମରେ ବିଦ୍ୟୁତ  ଆବଣ୍ଟନ କମ୍ପାନି ‘ନେସ୍କୋ’ର ଖାମଖିଆଲି କାର୍ଯ୍ୟକୁ ନେଇ ବାଲେଶ୍ୱର ସହରବାସୀଙ୍କ ଦୀର୍ଘଦିନର ପୁଞ୍ଜିଭୁତ ଅସନ୍ତୋଷ ଆଜି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିଲା । ନଷ୍ଟ ହୋଇଯାଇଥିବା ବିଦ୍ୟୁତ  ଖୁଣ୍ଟ ଅପସାରଣ ସହ ନୂତନ ଖୁଣ୍ଟ ସ୍ଥାପନ ଓ ଓହଳି ପଡ଼ିଥିବା ପୁରୁଣା ବିଦ୍ୟୁତ  ତାର ମରାମତି ଦାବିରେ ୩ ନଂ ୱାଡର଼୍ର ଉତ୍ତେଜିତ ଲୋକେ ଆଜି ସୁନହଟସ୍ଥିତ ନେସ୍କୋ ସେକ୍ସନ ଅଫିସ୍ରେ ତାଲା ପକାଇଥିଲେ । ପୌରପାଳିକା ଅନ୍ତର୍ଗତ ୩ ନଂ ୱାର୍ଡରେ  ରାସ୍ତା ପାଶ୍ୱର୍ରେ ଥିବା ୨୫ ନଂ ଓ ୨୬ ନଂ ଲୁହା ଖୁଣ୍ଟ ଦୁଇଟି ଦୀର୍ଘଦିନ ପୂର୍ବରୁ ନଷ୍ଟ ହୋଯାଇଥିବା ବେଳେ କୌଣସି ମୁହୂର୍ତ୍ତରେ ଏହା ଧରାଶାୟୀ ହେବାର ଆଶଙ୍କ ସୃଷ୍ଟି ହୋଇଥିବା ଲୋକମାନେ କହିଛନ୍ତି । ବିଶେଷ କରି ଏହି ଭଙ୍ଗା ଲୁହାଖୁଣ୍ଟ ବର୍ଷା ସମୟରେ ଚାର୍ଜ ମଧ୍ୟ ହୋଇଯାଇଥାଏ । ନିକଟ ଅତୀତରେ ବିଦ୍ୟୁତ  ଚାର୍ଜ ହୋଇଯାଇଥିବା ଏହି ଖୁଣ୍ଟ ସଂସ୍ପର୍ଶରେ ଆସି ଗୋଟିଏ ଗୋରୁର ମୃତ୍ୟୁ  ମଧ୍ୟ ହୋଇଥିଲା । ଏହା ବ୍ୟତୀତ ଏହି ୱାର୍ଡ ଦେଇ ଯାଇଥିବା ବିଦ୍ୟୁତ ତାର ପୁରୁଣା ହୋଇଯାଇଥିବା ବେଳେ ହାତ ପାହାନ୍ତାକୁ ଓହଳି ପଡ଼ିବା କାରଣରୁ  କୌଣସି ଗାଡ଼ି ଆସିବା ବେଳେ ଅତି ସତର୍କ ନହେଲେ ଦୁର୍ଘଟଣା   ମଧ୍ୟ ଘଟୁଛି । ଭଙ୍ଗାଖୁଣ୍ଟ ପରିବର୍ତ୍ତନ ଓ ନୂଆ ତାର ଟାଣିବା ଦାବିରେ ଅଞ୍ଚଳବାସୀ ବାରମ୍ବାର ବିଦ୍ୟୁତ ବିଭାଗ ନିକଟରେ ଆପତ୍ତି କରିଥିବା ବେଳେ ପଦସ୍ଥ ଅଧିକାରୀମାନେ କେବଳ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି ବୋଲି ସେମାନେ ଆରୋପ କରିଛନ୍ତି ।  ଆସନ୍ତା ବର୍ଷାଦିନରେ ସମ୍ଭାବ୍ୟ ଦୁର୍ଘଟଣାକୁ ନେଇ ଲୋକେ ଆଶଙ୍କାରେ ଥିବା ବେଳେ ନେସ୍କୋ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟ ଅଫିସ ତାଲା ପକାଇବାକୁ ବାଧ୍ୟ କରିଛି ବୋଲି ସେମାନେ କହିଛନ୍ତି । ତେବେ ଉତ୍ତେଜିତ ଲୋକେ ଦୀର୍ଘ ସମୟ ଧରି ଅଫିସରେ ତାଲା ପକାଇ ରଖିବା ସମ୍ପର୍କରେ ଖବର ପାଇ ନେସ୍କୋ ଏସଡିଓ ସୌମ୍ୟରଂଜନ ନାୟକ ଘଟଣାସ୍ଥଳରେ ପହଞ୍ଚି ଲେଶକମାନଙ୍କୁ ବୁଝାସୁଝା କରିଥିଲେ । ବିଭାଗ ନିକଟରେ ବିଦୁ୍ୟତ୍ ଉପକରଣ ଉପଲବ୍ଧ ନଥିବା କାରଣରୁ ଖୁଣ୍ଟ ଓ ତାର ପରିବର୍ତ୍ତନ କାର୍ଯ୍ୟରେ ବିଳମ୍ବ ହୋଇଥିବା ସେ ସଫେଇରେ କହିଥିଲେ । ଖୁବଶୀଘ୍ର ଏହି କାର୍ଯ୍ୟ ଶେଷ କରିବାର ପ୍ରତିଶ୍ରୁତି ଦେବା ପରେ ଉତ୍ତେଜିତ ଲୋକେ ତାଲା ଖୋଲିବା ସହ ପରିସ୍ଥିତି ଶାନ୍ତ ପଡ଼ିଥିଲା । ତେବେ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ କରାନଗଲେ ଆଗାମୀ ଦିନରେ ଆନେ୍ଦାଳନ ଆହୁରି ତୀବ୍ର ହେବ ବୋଲି ୱାଡର଼୍ବାସୀ ଚେତାବନୀ ଦେଇଛନ୍ତି ।

0
0
0
s2sdefault