"ଫନୀ' କ୍ଷତିଗ୍ରସ୍ତ ୫ ଜିଲ୍ଲାର ମଧୁବାବୁ ପେନସନ ଉପଭୋକ୍ତାଙ୍କୁ ମାସକର ଅତିରିକ୍ତ ପେନସନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) :"ଫନୀ'ବାତ୍ୟାରେ କ୍ଷତିଗ୍ରସ୍ତ ୫ଟି ଜିଲ୍ଲା  ପୁରୀ, କଟକ, ଜଗତସିଂହ ପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାର ମଧୁବାବୁ ପେନସନ ଯୋଜନା  ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ  ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ଅତିରିକ୍ତ ଭାବରେ ଗୋଟିଏ ମାସର ପେନସନ ରାଶି ପ୍ରଦାନ କରାଯିବା ସମ୍ପର୍କିତ ଏକ ପ୍ରସ୍ତାବକୁ  ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମସଶକ୍ତିକରଣ, ସାଧାରଣ ଉଦ୍ୟୋଗ,ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା  ଅନୁମୋଦନ ପ୍ରଦାନ କରିଛନ୍ତି | ଏହି ଅତିରିକ୍ତ ପେନସନ ବାବଦକୁ ୪୮ କୋଟି ୯୧ ଲକ୍ଷ ୧୧ ହଜାର ୩୭୦ ଟଙ୍କା ମଂଜୁର କରାଯାଇଛି |

0
0
0
s2sdefault