ହେଡଲାଇନସ୍:

ଜର୍ଜ ହାତ ଛାଡିବା ପରେ ବ୍ରଜଙ୍କ ସହ ହାତ ମିଳାଇଲେ ଯାଗ୍ୟେନଶ୍ୱର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମତା କ୍ରାନ୍ତିରେ ଓଡ଼ିଶା ଜନମୋର୍ଚ୍ଚାର ବିଲୟ

ଭୁବନେଶ୍ୱର  : କିଛି ଦିନ ତଳେ ସମତା କ୍ରାନ୍ତି ଡାକ ଛାଡି ଜର୍ଜ ତୀର୍କି ଜେଏମଏମ ଯୋଗ ଦେଇଥିବା ଦେଲେ ସ୍ୱର୍ତ୍ତା ସଂସଦ ପ୍ୟାରୀ ମୋହନ ମହାପାତ୍ରଙ୍କ ଦ୍ୱାରା ଗଠିତ ରାଜନୈତିକ ଦଳ ଓଡିଶା ଜନମୋର୍ଚା ବ୍ରଜଙ୍କୁ ସହ ହାତ ମିଳିଛି | ପ୍ରତିଷ୍ଠାତା ସଭାପତି ପ୍ୟାରୀମୋହନ ମହାପାତ୍ରଙ୍କ ଆକସ୍ମିକ ବିୟୋଗ ପରେ ଓଡ଼ିଶା ଜନମୋର୍ଚ୍ଚାର ସଭାପତି ଭାବେ ଶ୍ରୀ ଯଜେ୍ଞଶ୍ୱରଙ୍କୁ ମନୋନୀତ କରାଯାଇଥିଲେ ମଧ୍ୟ ବିଭିନ୍ନ ପ୍ରତିକୂଳ କାରଣରୁ ରାଜ୍ୟରାଜନୀତିରେ ବିଶେଷ ସକି୍ରୟ ଓ ସାଂଗଠନିକ ଭାବେ ପ୍ରଭାବଶାଳୀ ହୋଇପାରୁନଥିବା କାରଣରୁ ଓଡ଼ିଶା ଜନମୋର୍ଚ୍ଚା ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତି୍ରପାଠୀଙ୍କ ନେତୃତ୍ୱାଧୀନ ସମତା କ୍ରାନ୍ତି ଦଳରେ ମିଶିଯାଇଛି । କ୍ରମାଗତ ଭାବେ ଦୁଇଥର ଜନମୋର୍ଚ୍ଚାର ରାଜ୍ୟ ପରିଷଦ ବୈଠକ ବସି ଏ ସଂକ୍ରାନ୍ତରେ ବିଶେଷ ଚର୍ଚ୍ଚର୍ା ଆଲୋଚନା ହେବା ପରେ ଆଜି ଲୋହିଆ ଏକାଡେ଼ମୀଠାରେ ଅନୁଷ୍ଠିତ  ରାଜ୍ୟ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା । ସାମ୍ପ୍ରତିକ ରାଜ୍ୟ ରାଜନୀତିର ସମସ୍ତ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଓଡ଼ିଶାରେ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳର ଏକାନ୍ତ ଆବଶ୍ୟକତା ରହିଛି ଏବଂ ରାଜ୍ୟର ସମସ୍ତ ସମଭାବାପନ୍ନ ଆଞ୍ଚଳିକ ଦଳ, ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ନେଇ ଓଡ଼ିଶାର ସ୍ୱାଭିମାନ ଓ ସମୃଦ୍ଧି ପାଇଁ ବିଶେଷ ଭାବରେ ଯେଉଁ ·ଷୀ ମୂଲିଆ, ଯୁବଶକ୍ତିଙ୍କ ଉନ୍ନତି ପାଇଁ ଦଳ କାମ କରୁଥିଲା, ସେହି ବି·ରଧାରାର ରୂପାୟନ ପାଇଁ ସର୍ବପ୍ରଥମ ପଦକ୍ଷେପ ସ୍ୱରୂପ ଓଡ଼ିଶା ଜନମୋର୍ଚ୍ଚା ଦଳ ନିଜକୁ ସମତା କ୍ରାନ୍ତି ସହିତ ମିଶ୍ରଣ କରାଯିବାକୁ ସର୍ବସମ୍ମତି ନିଷ୍ପତ୍ତି ନିଆଗଲା । ଏଥିସହିତ ରାଜ୍ୟର ବୃହତ୍ତର ସ୍ୱାର୍ଥ ନିମନ୍ତେ ଆଗାମୀ ଦିନରେ ସମସ୍ତ ସମଭାବାପନ୍ନ ସଂଗଠନମାନଙ୍କୁ ଏକଜୁଟ କରି ରାଜ୍ୟ ରାଜନୀତି କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଥିଲା । ଶ୍ରୀ ଯଜେ୍ଞଶ୍ୱରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର ଏହି ସଭାରେ ଜନମୋର୍ଚ୍ଚାର ବରିଷ୍ଠ  ନେତୃବୃନ୍ଦ ସର୍ବଶ୍ରୀ ବୀରକିଶୋର ପରିଡ଼ା, ସନ୍ତୋଷ ମହାପାତ୍ର, ଶେଷଦେବ ପାତ୍ର, ଯୁବ ସଭାପତି ସାରଦା ପ୍ରସନ୍ନ ସ୍ୱାଇଁ, କୃଷ୍ଣଚନ୍ଦ୍ର ବାରିକ, ମଦନ ନନ୍ଦ, କୈଳାସ ମିଶ୍ର, ନୟନ ଦାଶ, ସୁଧୀର ବ୍ରହ୍ମା, ପ୍ରଦୀପ ସାହୁ, ସୁନିଲ୍ ପଟ୍ଟନାୟକ ଏବଂ ପ୍ରଭାକର ନାୟକ ପ୍ରମୁଖ ଯୋଗଦେଇ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ ।

0
0
0
s2sdefault