ହେଡଲାଇନସ୍:

ଆଗାମୀ ଗାନ୍ଧୀ ଜୟନ୍ତୀ ସୁଦ୍ଧା ରାଜ୍ୟର ସବୁ ଘରକୁ ବିଜୁଳି- ମୁଖ୍ୟମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 


ଭୁବନେଶ୍ୱର - ୨୦୧୮ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ସୁଦ୍ଧା ରାଜ୍ୟର ସବୁ ଘରକୁ ବିଜୁଳି ସଂଯୁକ୍ତ କରିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି । ଆଜି ସଚିବାଳୟରେ ଗ୍ରାମ୍ୟ ବିଦୁ୍ୟତିକରଣ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ନିଦେ୍ର୍ଧଶ ଦେଇଛନ୍ତି ।
ସମୀକ୍ଷାରୁ ଜଣାଯାଇଛି ଗ୍ରାମ୍ୟ ବିଦୁ୍ୟତିକରଣ କାର୍ଯ୍ୟକ୍ରମ ରାଜ୍ୟରେ ସନ୍ତୋଷଜନକ ଭାବରେ ଆଗେଇ ଚାଲିଛି । ବର୍ତମାନ ରାଜ୍ୟର ୪୭,୬୭୭ ଗାଁ ମଧ୍ୟରୁ ୪୭,୬୫୫ ଗାଁକୁ ବିଜୁଳି ସଂଯୋଗ କରାଯାଇଛି ଏବଂ ମାତ୍ର ୨୨ଟି ଗାଁରେ ବିଜୁଳି ସଂଯୋଗ ବାକି ରହିଛି । ଏହା ଚଳିତ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ । ସେହିପରି ରାଜ୍ୟର ୨୨,୦୦୦ ଆଂଶିକ ବିଦୁ୍ୟତିକରଣ ହୋଇଥିବା ଗାଁଗୁଡ଼ିକ ଉପରେ ଅଧିକ ଫୋକସ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ବଲାଙ୍ଗୀର, କନ୍ଧମାଳ ଓ ଗଜପତି ଆଦି ଜିଲ୍ଲାମାନଙ୍କରେ ଏଭଳି ଗାଁ ଅଧିକ ରହିଛି । ତେଣୁ ପ୍ରତି ମାସରେ ହାରାହାରି ୩ଗୋଟି ଜିଲ୍ଲାରେ ବିଜୁଳି ସଂଯୋଗ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟନେଇ ଆଗାମୀ ୧୦ମାସ ମଧ୍ୟରେ ସବୁ ଜିଲ୍ଲାକୁ ସମ୍ପୂର୍ଣ୍ଣ ବିଦୁ୍ୟତିକରଣ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି । ସେହିପରି ୨୮ ଲକ୍ଷ ପରିବାରକୁ ମଧ୍ୟ ଯୁଦ୍ଧକାଳୀନ ଭିତିରେ ବିଜୁଳି ସଂଯୋଗ ଯୋଗାଇ ଦିଆଯାଇ ଅକ୍ଟୋବର ୨ ସୁଦ୍ଧା ଓଡ଼ିଶାର ସବୁ ସହର ଓ ଗାଁର ସବୁଘରେ ବିଜୁଳି ସୁବିଧା ଉପଲବ୍ଧ କରାଯିବ । ଏହାର ଅଗ୍ରଗତି ସମ୍ପର୍କରେ ପ୍ରତି ମାସରେ ମୁଖ୍ୟ ଶାସନ ସଚିବ, ସବୁ ଜିଲ୍ଲାର ଜିଲ୍ଲାପାଳ ଓ କାର୍ଯ୍ୟ ଦାୟିତ୍ୱ ନେଇଥିବା ସଂସ୍ଥା ସହିତ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଶକ୍ତି ସଚିବ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault