ହେଡଲାଇନସ୍:

ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ରୋକିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଯାଜପୁର ତହସିଲଦାର ଧରିଲେ ୧୧ ଗାଡି, 

ଆଦାୟ କଲେ ୧ ଲକ୍ଷ ୮୦ ହଜାର ଟଙ୍କା  

 

ଯାଜପୁର/ଜୟଶଙ୍କର ଦାଶ :ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ରୋକିବାକୁ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ସମସ୍ତ ତହସିଲଦାର ଓ ରାଜସ୍ୱ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି । ସେହି ନିର୍ଦ୍ଦେଶ  ଆଧାରରେ ବିଭିନ୍ନ ତହସିଲ୍ ପକ୍ଷରୁ ଏହି ଖଣିଜ ଦ୍ରବ୍ୟର ଚୋରା ଚାଲାଣ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯିବା ସହ ରାଜସ୍ୱ ଅଧିକାରୀମାନେ ସକ୍ରିୟ ହୋଇ ଉଠିଛନ୍ତି  । ଗତ ଶୁକ୍ରବାର ଠାରୁ ଯାଜପୁର ତହସିଲ ଅନ୍ତର୍ଗତ ଅଂଚଳରେ ଧରପଗଡ୍ କରାଯାଇ ଚୋରା ଚାଲାଣ ହେଉଥିବା ଖଣିଜ ଦ୍ରବ୍ୟର ଗାଡି ଗୁଡିକୁ ଜବତ କରାଯାଇ ଜୋରିମନା ଆଦାୟ କରାଯାଇଛି । ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ଅତିରିକ୍ତ ତହସିଲଦାର ଇଶା ବିହାରୀ, ସରୋଜ କୁମାର ରାଉତ, କ୍ଷିରୋଦ କୁମାର ଦାସ, ସୁପରଭାଇଜର ପ୍ରସନ୍ନ କୁମାର ପଟ୍ଟନାୟକ, ରାଜସ୍ୱ ନିରୀକ୍ଷକ ଓ ପୋଲିସଙ୍କ ସହଯୋଗରେ ଏହି ଧରପଗଡ କରାଯାଇ ୧୧ଟି ଟ୍ରାକ୍ଟର ଜବତ କରାଯିବା ସହ ୧ଲକ୍ଷ ୮୦ହଜାର ଟଙ୍କାର ଜୋରିମନା ଆଦାୟ କରାଯାଇଥିଲା । ଏହି ଧରପଗଡ ନିୟମିତ ଭାବେ ଜାରୀ ରଖିବାକୁ ସରକାରଙ୍କ ନିଦେ୍ର୍ଧଶ ରହିଛି ବୋଲି ତହସିଲଦାର ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । 

 

0
0
0
s2sdefault