୨୦୧୮ ଜାନୁଆରୀ ନିମନ୍ତେ ମିଳିତ ଜନ ଅଭିଯୋଗ ଶୁଣାଣୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ସାରସକଣା ବ୍ଲକରୁ ଆରମ୍ଭ ହେବ ଜାନୁଆରୀ ୮ରେ


ବାରିପଦାରୁ ଦିଲ୍ଲୀପ ମହାନ୍ତି : ପ୍ରତ୍ୟେକ ମାସ ଭଳି ୨୦୧୮ ଜାନୁଆରୀ ନିମନ୍ତେ ମଧ୍ୟ ମୟୂରଭଞ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଚଳିତ ଜାନୁଆରୀ ପହିଲା ପ୍ରଥମ ସୋମବାର ସାରସକଣା ବ୍ଲକ କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ନ ୧୦ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଅଛି । ସେହିପରି ୦୮/୦୧/୨୦୧୮ ଦ୍ୱିତୀୟ ସୋମବାର ତିରିଂ ବ୍ଲକ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୦ରୁ ୧ ଟା ପର୍ଯ୍ୟନ୍ତ, ୧୫/୦୧/୨୦୧୮  ତୃତୀୟ ସୋମବାର ଶୁକୃଳି ବ୍ଲକ କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ଓ ୨୨/୦୧/୨୦୧୮ ଚତୁର୍ଥ ସୋମବାର ସହିତ ୨୩ ମଙ୍ଗଳବାର ସରକାରୀ ଛୁଟି ଦିବସ ରହିଥିବା କାରଣରୁ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟ ବନ୍ଦ ରହିବା ପରେ ୨୯/୦୧/୨୦୧୮ପଞ୍ଚମ ସୋମବାର ଗୋପବନ୍ଧୁନଗର ବ୍ଲକ କାର୍ଯାଳୟ ପରିସରରେ ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ  ହେବ । ଆୟୋଜିତ ହେବାକୁ ଯାଉଥିବା ଉକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ  ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ପଦାଧିକାରୀ, ସମ୍ପୃକ୍ତ ଉପଖଣ୍ଡସ୍ତର ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର, ସିଡ଼ିପିଓ ପ୍ରମୁଖଙ୍କ ସହିତ ସମସ୍ତ ଲାଇନ ବିଭାଗର ଅଧିକାରୀମାନଙ୍କୁ ଉପସ୍ଥିତ ରହିବା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଦେ୍ର୍ଧଶ ଜାରି କରା ଯାଇଅଛି । ନିର୍ଦ୍ଧାରିତ ସ୍ଥାନ ଓ ତାରିଖରେ  ଅନୁଷ୍ଠିତ  ହେବାକୁ ଯାଉଥିବା ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ସଂପୃକ୍ତ ଉପଖଣ୍ଡ ଅଞ୍ଚଳର ଜନସାଧାରଣ ନିଜ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସମ୍ପର୍କୀତ ଆପତ୍ତି ଅଭିଯୋଗ ଲିଖିତ ବା ମୌଖିକ ଭାବରେ ଉପସ୍ଥିତ ରହି ଜଣାଇ ପାରିବେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ  ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।

0
0
0
s2sdefault