ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଓକିଲ ସଂଘ ଦ୍ୱାରା ମଧୁବାବୁ ଜୟନ୍ତୀ ତଥା ଆଇନଜୀବୀ ଦିବସ ତହସିଲ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଛି । ସଂଘର ସଭାପତି ଇନ୍ଦୁଭୂଷଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାମ୍ବାଦିକ ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଏବଂ ଆଇନଜିବୀ ସୁରେନ୍ଦ୍ର ନାୟକ ମୁଖ୍ୟବକ୍ତା ବାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଧୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରାଯାଇଥିଲା । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ତଥା ଓଡିଆ ଭାଷା ଆନ୍ଦୋଳନରେ ପ୍ରମୁଖ ଭୁମିକା ଗ୍ରହଣ କରି ସେ ପ୍ରତିଟି ଓଡିଆଙ୍କ ହୃଦୟକୁ ଜୟ କରିପାରିଥିଲେ । ତାଙ୍କର ଉପସ୍ଥିତ ବୁଦ୍ଧି ଯୋଗୁ ସେ କେବଳ ଓଡିଶା ରାଜ୍ୟ ନୁହେଁ ସେ ସମଗ୍ର ଭାରତ ବର୍ଷର ଦୃଷ୍ଟି ଆକର୍ଷଣ କରିପାରିଥିଲେ । ଯେଉଁଥି ପାଇଁ ତାଙ୍କର ଜନ୍ମ ଜୟନ୍ତୀକୁ ଆଇନଜୀବୀ ଦିବସ ରୁପେ ପାଳନ କରାଯାଉଛି । କେବଳ ସ୍ମୃତି ଚାରଣ କଲେ ହେବନାହିଁ, ତାଙ୍କର କାର୍ଯ୍ୟଶୈଳୀକୁ ଅନୁସରଣ କରି ସାଧାରଣ ଜନତାଙ୍କ ନିକଟରେ ସମସ୍ତ ସୁବିଧା ସହଯୋଗ ପହଞ୍ଚାଇ ପାରିଲେ ତାହାହିଁ ହେବ ସେ ମହାନ ଆତ୍ମା ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ବୋଲି ମୁଖ୍ୟ ଅତିଥି, ମୁଖ୍ୟବକ୍ତା, ଆଇନିଜିବୀ ପ୍ରମୋଦ ବିଶ୍ୱାଳ ପ୍ରମୁଖ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ-ସଭପତି ପ୍ରଫୁଲ୍ଲ ପ୍ରଧାନ, ଆଇନଜିବୀ ପବିତ୍ର ସାହୁ ପ୍ରମୁଖ ମଧୁବାବୁଙ୍କ ଜୀବନର ବିଭିନ୍ନ ଘଟଣା ସଂପର୍କରେ ଆଲୋକପାତ କରିଥିଲେ । ସମ୍ପାଦକ ଅମୁଲ୍ୟ ପ୍ରଧାନ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ ।
ରାଜ୍ୟ
ମଧୁବାବୁ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ
- Hits: 463
