ହେଡଲାଇନସ୍:

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ଡାବୁଗାଁ ରେ ଭବ୍ୟ ସ୍ଵାଗତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୬/୦୭/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ପିଣ୍ଟୁ ଅଗ୍ରୱାଲ ଙ୍କ ଦୋକାନ ସମ୍ମୁଖରେ ମାନ୍ୟବର ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କୁ ବ୍ଲକ ବିଜେପି ଦଳ ତରଫରୁ ଭବ୍ୟ ସ୍ଵାଗତ କରା ଯାଇଛି।ମନ୍ତ୍ରୀ ନବରଙ୍ଗପୁର ରୁ ଉମରକୋଟ ଯିବା ବାଟରେ ଡାବୁଗାଁ ଠାରେ ଅଳ୍ପ ସମୟ ପାଇଁ ରହି ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ ମାନଙ୍କ ସହ ମିଶି ଦଳୀୟ ସଂଗଠନ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। କର୍ମୀ ମାନେ ମନ୍ତ୍ରୀଙ୍କୁ ଫୁଲତୋଡ଼ା ଓ ଉପ ଢଉକନ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ। ମନ୍ତ୍ରୀ ଶ୍ରୀ ପାତ୍ର କର୍ମୀ ମାନଙ୍କ ସହ ଚାହା ପିଇ ଆନନ୍ଦିତ ହୋଇଥିଲେ।ପରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଉମରକୋଟ ଅଭିମୁଖେ ଯାଇଥିଲେ। ଏଥିରେ ଡାବୁଗାଁ ମଣ୍ଡଳ ସଭାପତି ମନୋଜ କୁମାର ପାତ୍ର , ବୋରିଗାଁ ମଣ୍ଡଳ ସଭାପତି ଜଗଦିଶ ଭତରା,ବିଜେପି ଜିଲ୍ଲା ସମ୍ପାଦକ ଗୋବିନ୍ଦ ଗୋପାଳ ଅଗ୍ରୱାଲ,ବରିଷ୍ଠ ବିଜେପି ନେତା ଜେ ରାଜ ଶେଖର ରାଓ,ମନୋରମା ନାୟକ,ନରେଶ ସିଂ,ଆର ଶଙ୍କର ରାଓ, ନୁରୂ ସିଂ,ଭୀମସେନ ଜେନା, ମହେଶ ପାତ୍ର, ଯାଦବ ବିଶୋଇ,ଦିନେଶ ସିଂ,ସହ ବିଜେପି ର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

0
0
0
s2sdefault