ହେଡଲାଇନସ୍:

ଗାୟତ୍ରୀ ବିଦ୍ୟାମନ୍ଦିରରେ କାରଗିଲ ବିଜୟ ଦିବସ ପାଳିତ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୬।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ପଞ୍ଚାୟତ ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିରେ ଜୁଲାଇ ୨୬ ତାରିଖ ଶନିବାର ୨୬ତମ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଭାରତ ମାତାର ଜୟଗାନ କରିବା ସହିତ' ଶହୀଦ୍ ଯବାନ ଅମର ରହେ' କାରଗିଲ ଯୋଦ୍ଧାଙ୍କ ବଳିଦାନ କେବେବି ବ୍ୟର୍ଥ ଯିବ ନାହିଁ ଇତ୍ୟାଦି ଶ୍ଳୋଗାନ ଦେଇ ବିଦ୍ୟାମନ୍ଦିର ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ପନ୍ତିଖାରୀ ଓ ମଶାବାରୀ ଗ୍ରାମ ପରିକ୍ରମା କରି ବିଦ୍ୟା ମନ୍ଦିରରେ ପହଞ୍ଚିଥିଲେ । ଏବଂ ସେଠାରେ ବିଦ୍ୟାମନ୍ଦିର ପ୍ରତିଷ୍ଠାତା ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ କାରଗିଲ ବିଜୟ ଦିବସ ପାଳନ ଉତ୍ସବରେ ଅବସରପ୍ରାପ୍ତ ସୈନିକ ଅଧିକାରୀ ତଥା ବରିଷୃ ସାମ୍ବାଦିକ ଆଦର୍ଶ କୁମାର ପଟ୍ଟନାୟକ ଏବଂ ଓଡ଼ଗାଁ ଥାନା ସବଇନିସ୍ପେକ୍ଟର ଚକ୍ରଧର ସିଂ ଯୋଗଦେଇଥିଲେ। ବିଦ୍ୟାମନ୍ଦିର ଛାତ୍ର ଛାତ୍ରୀ ମାନେ ଜଣେ ଦେଶ ସୁରକ୍ଷା ଦାୟିତ୍ବରୁ ଅବସର ଗ୍ରହଣ କରିଥିବା ସୈନିକ ଏବଂ ଅନ୍ୟ ଜଣେ ଓଡ଼ଗାଁ ଥାନା ଅଞ୍ଚଳର ଆଇନ୍ ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କୁ ଫୁଲ,ଚନ୍ଦନ ଓ ସିନ୍ଦୂର ଲଗାଇ ରାଜତିଲକ କରାଯାଇଥିଲା। ଶହିଦ୍ ମାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇ ରାଷ୍ଟ୍ରୀୟ ସଙ୍ଗିତ ଗାନ କରାଯାଇଥିଲା।ଆମର ପଡୋଶୀ ଦେଶ ପାକିସ୍ତାନ ସମ୍ମୁଖ ସମରରେ ଭାରତ ସହିତ ଯୁଦ୍ଧ କରିବାର ସାହାସ ନାହିଁ।ତେଣୁ ସବୁବେଳେ ପାକିସ୍ତାନ ଛଳ କପଟ କରି ଆମ ଦେଶ ଭାରତର କ୍ଷତି କରିବାକୁ ଚାହେଁ। ଯୁଦ୍ଧ ହୁଏ।ଯୁଦ୍ଧରେ ପାକିସ୍ତାନ ପୂର୍ବରୁ ଏବଂ ପରେ କାରଗିଲ ଯୁଦ୍ଧ 'ଅପରେସନ ବିଜୟ' ବର୍ତ୍ତମାନ 'ଅପରେସନ ସିନ୍ଦୂର' ପର୍ଯ୍ୟନ୍ତ ବାରମ୍ବାର ହାରୁଥିଲେ ମଧ୍ୟ ନିଜ ଦେଶରେ ଜିତିବାର ଭ୍ରମ ସୃଷ୍ଟି କରିଥାଏ।ଏହି ବିଶ୍ବାସଘାତକ ଦେଶ ପାକିସ୍ତାନ ପ୍ରତି ଭାରତ ସବୁବେଳେ ସତର୍କ ରହିଥାଏ। ବୋଲି ଅତିଥିମାନେ କହିଥିଲେ।ଗାୟତ୍ରୀ ବିଦ୍ୟାମନ୍ଦିର ଅଧ୍ୟକ୍ଷ ବୀରେନ୍ଦ୍ର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷକ ଭେଙ୍କଟସ୍ବାମୀ ପାଣିଗ୍ରାହୀ, ନାରାୟଣ ପ୍ରଧାନ, ସଞ୍ଜୁଲତା ମିଶ୍ର, ଅମିତା ଦାଶ, ସସ୍ମିତା ପାଣିଗ୍ରାହୀ, ପ୍ରଭାତୀ ତ୍ରିପାଠୀ, ପ୍ରଭାତୀ ଖଣ୍ଡା, ସନ୍ତୋଷିନୀ ସାହୁ ପ୍ରମୁଖ ସହଯୋଗ କରିଥିଲେ।

0
0
0
s2sdefault