ହେଡଲାଇନସ୍:

ଶାରିରୀକ ଶିକ୍ଷକ ସଂଘ ତରଫରୁ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଟି.ଗଣ୍ଡପାଲି ଉଚ୍ଚ ବିଦ୍ୟାଳୟ ଠାରେ ଶାରିରୀକ ଶିକ୍ଷକ ସଂଘ ତରଫରୁ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନ ଶିକ୍ଷକ ଭରତ ସା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ଶାରିରୀକ ଶିକ୍ଷକ ସଙ୍ଘ ସଭାପତି ସଚ୍ଚିଦାନନ୍ଦ ପଧାନ, ପୂର୍ବତନ ସମ୍ପାଦକ ସୁରେନ୍ଦ୍ର ପ୍ରଧାନ, ବିଶିକେଶନ ମେହେର ଓ ଲିଙ୍ଗରାଜ ଖମାରୀ ମଞ୍ଚାସୀନ ଥିଲେ । ବିଦାୟୀ ପହଣ୍ଡି ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସରୋଜ ପୁରୋହିତ ଏବଂ ସାଇପାଲି ଉ.ପ୍ରା ବିଦ୍ୟାଳୟର ପିଟିଆଇ ଅମୂଲ୍ୟ ପ୍ରଧାନଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ସେମାନଙ୍କର ସ୍ମୃତିଚାରଣ ପୂର୍ବକ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଭବାନୀ ଶଙ୍କର ସାହୁ ସମ୍ପାଦକୀୟ ବିବରଣୀ ପଠନ କରିଥିବା ବେଳେ ଦଶରଥ ଗଡତିଆ, ବିଶ୍ବମ୍ବର ପ୍ରଧାନ, ଗଜାନନ ସାହୁ, ହୃଦମଣି ସାହୁ ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ କ୍ରୀଡା ସଙ୍ଘର ସଦସ୍ୟ ଓ ସ୍ଥାନୀୟ ହାଇସ୍କୁଲର ଶିକ୍ଷକଗଣ ସହଯୋଗ କରିଥିଲେ । ଶେଷରେ ମକରଧ୍ବଜ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ

0
0
0
s2sdefault