ହେଡଲାଇନସ୍:

   ଅବ୍ୟବସ୍ଥା ମଧ୍ୟରେ ବାହାଡାଝୋଲା କଲେଜ : ଶିକ୍ଷା କ୍ରିୟାନୁଷ୍ଠାନ  କମିଟିର ଧାରଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ/ ଶ୍ରୀକାନ୍ତ ମିଶ୍ର  : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଓଡଗାଁ ଥାନା ଅନ୍ତର୍ଗତ ବାହାଡାଝୋଲା +୩ ଦଧିବାମନ ଜିଉ ମହାବିଦ୍ୟାଳୟ ଅବ୍ୟବସ୍ଥା ମଧ୍ୟରେ ଛନ୍ଦିହୋଇ ପଡିଛି । ସମସ୍ୟା ଏହାର ପିଛା ଛାଡୁନି । ସମାଧାନ ପାଇଁ ସ୍ଥାନୀୟ ଶିକ୍ଷାପ୍ରେମୀଙ୍କ ଶିକ୍ଷା କ୍ରିୟାନୁଷ୍ଠାନ କମିଟି ଚଳିତ ମାସ ୩୦ ତାରିଖରୁ କଲେଜ ସାମ୍ନାରେ ଗଣ ଧାରଣା ଦେବା ସହିତ ଅନସନ  କରିବାକୁ ନିସ୍ପତି ନେଇଛି । ବାହାଡାଝୋଲା ସମେତ ବେରୁହାଁବାରି, କାପ୍ତାପଲ୍ଲୀ, ଗୁମି, ସିଂଗାରପଲ୍ଲୀ, ହରିପୁର, ହାତିଆଶିଳା ଅନୁନ୍ନତ ଅଁଚଳର  ଛାତ୍ର ଛାତ୍ରୀମାନେ ୧୯୯୨ ମସିହାରୁ ଏହି କଲେଜରେ ଅଧ୍ୟୟନ କରି ଆସୁଛନ୍ତି । ପ୍ରଶାସନିକ ଉଦାସିନତା ଓ ପରିଚାଳନାଗତ ତୃଟି ଯୋଗୁଁ କଲେଜରେ ନାନା ସମସ୍ୟା ସୃଷ୍ଟି ହେବା ସହିତ ଅଧ୍ୟାପନା ଓ ଅଧ୍ୟୟନରେ ବାଧା ସୃଷ୍ଟି ହେଉଛି । ସଚେତନ ଅଭିବାବକ ଏବଂ ସ୍ଥାନୀୟ ବୁଦ୍ଧିଜିବୀ ଚିନ୍ତା ପ୍ରକଟ କରିବା ସହିତ ଏ ସଂକ୍ରାନ୍ତରେ ବିଭିନ୍ନ ସମୟରେ ଏକାଧିକ ବାର ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାସ ପରେ ମାସ ବର୍ଷ ପରେ ବର୍ଷ ବିତି ଯାଇଥିଲେ ସୁଧା ଏପର୍ଯ୍ୟନ୍ତ କୈାଣସି ପରିବର୍ତନ ହୋଇ ନଥିବାରୁ କଲେଜରେ ଅଚଳା ଅବସ୍ଥା ଲାଗିରହିଛି । ଏହି ଅଂଚଳର ଜିଲ୍ଲ ପରିଷଦ ସଦଶ୍ୟ ନସିର ଅହମଦଙ୍କ ନେତୃତ୍ୱରେ ସ୍ଥାନୀୟ ଅଂଚଳର ସରପଂଚ, ସମିତି ସଭ୍ୟ ଏବଂ ସ୍ଥାନୀୟ ଗ୍ରାମବାସୀ ଗତ ଫ୍ରେବୃୟାରୀ ୧୧ ତାରିଖରେ ଉଚ୍ଚଶିକ୍ଷା ନିଦେ୍ର୍ଧଶକଙ୍କ ସହିତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଆରକ୍ଷୀଅଧିକ୍ଷକଙ୍କୁ ଏ ସଂକ୍ରାନ୍ତରେ ଲିଖିତ ଭାବେ ଜଣାଇଥିଲେ । ଶିକ୍ଷା ବିଭାଗ ଏନେଇ କୈାଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ ନକରିବାରୁ ଅଂଚଳବାସୀ ଓ ଶୀକ୍ଷା କ୍ରିୟାନୁଷ୍ଠାନ ତରଫରୁ ଆସନ୍ତା ୩୦ ତାରିଖ ଠାରୁ କଲେଜ ଆଗରେ ଗଣ ଧାରଣା ଏବଂ ଅନସନ ଆରମ୍ଭ କରିବା ପାଇଁ ବିଭାଗୀୟ କର୍ତୁପକ୍ଷ ଏବଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

0
0
0
s2sdefault