ଧର୍ମଗଡ଼/ସୁଶାନ୍ତ ରାଉତ
ଶବ ରଖି ରାସ୍ତା ଅବରୋଧ। କ୍ଷତି ପୂରଣ ଦାବି ରେ ରାସ୍ତା ଅବରୋଧ କଲେ ପରିବାର ଲୋକେ।ଏଭଳି ଘଟଣା ଘଟିଛି ଧର୍ମଗଡ଼ ରେ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟସ୍ଥ ପିପିଲା ଗ୍ରାମର ନୀଳାଚଳ ବାଗ ଗତ ୨୪ ତାରିଖ ଦିନ ସନ୍ଧ୍ୟା ରେ ଧର୍ମଗଡ଼ ରୁ ନିଜ ଗାଁ କୁ ଫେରୁଥିବା ବେଳେ ଏକ ଟ୍ରାଭେରା ଗାଡି ନମ୍ବର ଓଆର୦୨ ୦୫୫୨ ଧକ୍କା ଦେଇଥିଲା।ଫଳରେ ନୀଳାଚଳ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଧର୍ମଗଡ଼ ଡାକ୍ତରଖାନା ରେ ଛିକିତ୍ସା ପାଇଁ ଭର୍ତି କରିଥିଲେ।ପରେ ନୀଳାଚଳ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖନା କୁ ନିଆଯାଇଥିଲା।ଆଜି ଚିକିତ୍ସାଧୀନ ଅବସ୍ଥା ରେ ସେଠାରେ ନୀଳାଚଳ ର ମୃତ୍ୟୁ ହୋଇଯାଇଥିଲା।ବୁର୍ଲା ରୁ ସବ ଧର୍ମଗଡ଼ ଆସିବାପରେ କ୍ଷତି ପୁରଣ ଦାବି ରେ ପରିବାର ଲୋକେ ଧର୍ମଗଡ଼ ମୁଖ୍ୟରାସ୍ତା ରେ ସବ ରଖି ରାସ୍ତା ଅବରୋଧ କରିଛନ୍ତି।ଫଳରେ ଧର୍ମଗଡ଼ ଭବାନୀପାଟଣା ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି।.